ଆଖି ତଳର କଳା ଦାଗକୁ କେମିତି ଦୁର କରିବା

ଆଜି ଆମେ ଆଖି ତଳର କଳା ଦାଗକୁ କେମିତି ଦୁର କରିବା ଜାଣିବା। ଆଜିର ବ୍ୟସ୍ତ ବହୁଳ ଜୀବନରେ ଆଖି ତଳର ଦାଗ ହେବା ଏକ ସାଧାରଣ କଥା।କାରଣ ଅଧିକ ସମୟ କମ୍ପ୍ୟୁଟର ପାଖରେ ବସିବା, ମୋବାଇଲ ଦେଖିବା ,ଅଧିକ ଚିନ୍ତିତ ରହିବା ଆଉ ଠିକ୍ ସମୟରେ ନ ଶୋଇବା ଆଦି ଆମର ଆଖି ତାଳରେ କଳା ଦାଗ ହେବାର ଲକ୍ଷଣ।

ଏହି କଳା ଦାଗ ହଟେଇବା ପାଇଁ ଆମେ ବହୁତ୍ ପ୍ରକାର ଜିନିଷ ବ୍ୟବହାର କରୁ କିନ୍ତୁ ସେଥିରେ ଆମର ଲାଭ ତ ମିଲେନି ବରଂ ଅଧିକ ଖରାପ୍ କରିଥାଏ।ତାହାଲେ ଚାଲନ୍ତୁ ଜାଣିବା ଘରୋଇ ଉପାୟରେ କିପରି ଆମେ ଏହି କଳା ଦାଗକୁ ଦୁର କରିପାରିବା।

ସବୁଠୁ ସହଜ ହେଲା ଷ୍ଟିମ୍ ନେବା।ଏହା ଦ୍ବାରା ଆପଣଙ୍କ ତ୍ୱଚାରେ ଥିବା ଦୂଷିତ ଜିନିଷ ଦୁର ହୋଇଥାଏ।

ଯାହା ଫଳରେ ଆପଣଙ୍କ ମୁହଁରେ ଥିବା ବ୍ରଣ କିମ୍ବା ଆଖି ତଳର ଥିବା କଳା ଦାଗ ଦୁର ହୋଇଥାଏ।ଏଥିପାଇଁ ଗୋଟେ ପାତ୍ରରେ କିଛି ଗରମ୍ ପାଣି ନିଅନ୍ତୁ।ଏହି ବାମ୍ଫକୁ ନିଜ ମୁହଁରେ ଟିକେ ଦୁର କରି ନିଅନ୍ତୁ।

ମହୁ ଆମ ତ୍ୱଚା ପାଇଁ ବହୁତ୍ ଭଲ ଏହା ମୁହଁରେ ଥିବା କଳା ଦାଗକୁ ଦୁର କରିବା ସହ ତ୍ଵଚାକୁ କୋମଳ ମଧ୍ୟ କରିଥାଏ।
କାକୁଡ଼ିକୁ ପତଳା କରି କାଟି ଆଖି ଉପରେ ୫ ରୁ ୭ ମିନିଟ୍ ରଖନ୍ତୁ।

ଏହା କିଛି ଦିନ କରିବା ଦ୍ଵାରା ଆଖି ତଳ କଳା ଦାଗ ଦୁର ହୋଇଥାଏ।
ଘି କୁଆଁରୀ ର ରସକୁ ଆଖିରେ ଲଗେଇବା ଦ୍ବାରା କଳା ଦାଗ ଦୁର ହୋଇଥାଏ।ଆପଣ ଏଥିରେ କିଛି ମହୁ ଆଉ କାକୁଡି ରସ ମିଶେଇବା ଦ୍ବାରା ଆପଣଙ୍କୁ ଅଧିକ ସଫଳତା ମିଳିଥାଏ।ଏହି ମିଶ୍ରଣକୁ ଆପଣଙ୍କ ଆଖି ତଳରେ ଲଗେଇ ୧୦ ମିନିଟ୍ ରଖନ୍ତୁ ଆଉ ତା ପରେ ଥଣ୍ଡା ପାଣିରେ ଆଖିକୁ ଧୋଇ ଦିଅନ୍ତୁ।

ଆପଣ ଙ୍କୁ ଯଦି ଏହି ଟିପ୍ସ ଗୁଡ଼ିକ ଭଲ ଲାଗୁଛି ତେବେ କମ୍ମେଣ୍ଟ୍ କରି ନିଶ୍ଚୟ ଜଣାନ୍ତୁ।

Leave a Reply

Your email address will not be published. Required fields are marked *