ପାଣିରେ ହଳଦୀ ମିଶାଇ ପିଇବାର ଅନେକ ଫାଇଦା

ଆଜି ଆମେ ଜାଣିବା ପାଣିରେ ହଳଦୀ ମିଶାଇ ପିଇଲେ କଣ ସବୁ ଉପକାର ମିଳିଥାଏ।ଏମିତି ତ ଆପଣ ମାନେ ଜାଣିଥିବେ ସକାଳେ ଖାଲି ପେଟରେ ଗରମ୍ ପାଣି ସହ ଲେମ୍ବୁ ମିଶାଇ ପିଇଲେ ବହୁତ୍ ଉପକାର ମିଳିଥାଏ।

ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ସମସ୍ତେ କହିଥାନ୍ତି।ଥଣ୍ଡା ହେଲେ କିମ୍ବା ଦେହ ହାତ ଦରଜ ହେଲେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇବା କଥା କୁହାଯାଏ।

ହେଲେ ଆପଣ ଜାଣନ୍ତି କି ଉଷୁମ ପାଣିରେ ହଳଦୀ ମିଶାଇ ପିଇଲେ କଣ ଉପକାର ମିଳିଥାଏ।ଆସନ୍ତୁ ଜାଣିବା।ଏବେ ଜାଣନ୍ତୁ ଏହା କିପରି କରିବା।ପ୍ରଥମେ ଗୋଟେ ଗ୍ଲାସ୍ ଉଷୁମ ପାଣିରେ ଅଧ ଚାମଚ୍ ହଳଦୀ,ଅଧା ଚାମଚ୍ ଲେମ୍ବୁ ରସ ଏବଂ ଅଧା ଚାମଚ୍ ମହୁ ମିଶାଇ ଗୋଟେ ସର୍ବତ କରନ୍ତୁ ଏବଂ ଏହି ସର୍ବତ ସକାଳେ ଖାଲି ପେଟରେ ପିଆନ୍ତୁ।

ଏହାକୁ ପିଇ ସାରିବା ର ଗୋଟେ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ।ଏବେ ଜାଣିବା ଏହାକୁ ପିଇବା ଦ୍ବାରା କଣ ଉପକାର ହୁଏ।
ନିୟମିତ ହଳଦୀ ପାଣି ପିଇବା ଦ୍ବାରା ଆଣ୍ଠୁ ଗଣ୍ଠି ବିନ୍ଧା ଦରଜ ଆଦି ରହି ନ ଥାଏ।ହଳଦୀ ଆମ ମସ୍ତିଷ୍କ କୁ ତୀବ୍ର କାମ କରିବାରେ ସାହାଯ୍ୟ କରେ।ଆମର ସ୍ମରଣ ଶକ୍ତିକୁ ମଧ୍ୟ ବଢାଇ ଥାଏ।ଯଦି ଆପଣ ସବୁବେଳେ ଛୋଟ ଛୋଟ ଜିନିଷ ଭୁଲି ଯାଉଛନ୍ତି ତେବେ ନିୟମିତ ସକାଳେ ହଳଦୀ ପାଣି ପିଇଲେ ଆପଣଙ୍କ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ।ଏହା ଆମ ପାକସ୍ଥଳୀ କୁ ମଧ୍ୟ ଠିକ୍ ରଖିଥାଏ।

ଏହା ପାକସ୍ଥଳୀରେ ଥିବା ଟକସିନ୍ କୁ ଦୁର କରିଥାନ୍ତି।ନିୟମିତ ହଳଦୀ ପାଣି ପିଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ହଳଦୀର କୁମିନ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ ଅଛି।ଏବଂ ଲେମ୍ବୁରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଅଛି।ଯାହା ଫଳରେ ଏହି ଦୁଇଟି ଯାକ ମିଶିଲେ ଏହା କ୍ୟାନ୍ସର ରୋଗରୁ ମଧ୍ୟ ବଞ୍ଚେଇ ଥାଏ।ସକାଳୁ ଖାଲି ପେଟରେ ହଳଦୀ ପାଣି ପିଇଲେ ହଜମ କ୍ରିୟା ମଧ୍ୟ ଠିକ୍ ରୁହେ।ଆଉ ଯଦି ଆପଣଙ୍କର କିଛି ପେଟ ରୋଗ ଥାଏ ତାହା ମଧ୍ୟ ଦୁର ହୁଏ।ଖାଦ୍ୟ ମଧ୍ୟ ଠିକ୍ ଭାବେ ହଜମ ହୁଏ।

ଏହା ଆମ ଶରୀରରେ ରକ୍ତ ସଞ୍ଚାଳନ ରେ ମଧ୍ୟ ସାହାଯ୍ୟ କରେ।ଓ ରକ୍ତ ପରିଷ୍କାର ରଖେ।ଯଦି ଆପଣ ନିୟମିତ ହଳଦୀ ପାଣି ପିଅନ୍ତି ତେବେ ଆପଣଙ୍କ ଡାଇବେଟିସ୍ ମଧ୍ୟ କଣ୍ଟ୍ରୋଲ ରେ ରହେ।ଏହା ଆମ ଶରୀରର ଗ୍ଲକୋଜକୁ କମ୍ କରିଦିଏ ଯାହାକି ଡାଇବେଟିସ୍ କୁ ଠିକ୍ କରିବାରେ ସାହାଯ୍ୟ କରେ।

Leave a Reply

Your email address will not be published. Required fields are marked *