ମତେ କାଇଁ ମରଣ ହେଉନି ??ଅସହାୟ ଗରିବୀ ବିଧବା ଵୃଦ୍ଧାର କରୁଣ ଚିତ୍କାର !!

ବୟସ 70 ପାଖାପାଖି ,18 ବର୍ଷ ତଳୁ ସ୍ୱାମୀ ଛାଡି ଆରପାରିକୁ ଚାଲିଯାଇଛି ,ଖାଲି ଯାଇନି ଗଲାବେଳେ ବୃଦ୍ଧା ଲକ୍ଷ୍ମୀ ର ସୁଖ ଶିରି ସବୁ ସାଙ୍ଗରେ ନେଇ ଚାଲିଯାଇଛି ଯେ ସେହିଦିନଠୁ ସୁଖ କଣ ବୋଲି ତାହାର ଅର୍ଥ ଭୁଲିଯାଇଛି ଲକ୍ଷ୍ମୀ I ନାମ ଲକ୍ଷ୍ମୀ ଆଚରି ,ଜିଲ୍ଲା ଗଂଜାମ ,ପେଟ ପୋଷିବାକୁ ନିଜ ସ୍ୱାମୀ ସହିତ 32 ବର୍ଷ ତଳେ ଓଡଗାଂଁ ବ୍ଲକ ଅନ୍ତର୍ଗତ ହରିହରପୁର ପଂଚାୟତ ବଡପୁଟ ଗାଂଁ ରେ ରହିଆସୁଥିଲେ ବୃଦ୍ଧା I ସବୁ ଠିକ ଠାକ ଚାଲୁଥିଲା କିନ୍ତୁ ସ୍ୱାମୀ ଗଲାପରେ ସବୁ ଉଜୁଡି ଯାଇଛି ,କୌଣସି ସନ୍ତାନ ନଥିବାରୁ ବୟସ ର ସାୟାନଃ ରେ ଗରିବୀ ର ବୋଝ ସତେ ଯେପରି ମାଡି ବସିଛି ବୃଦ୍ଧାଙ୍କୁ I

ଗାଁ ଲୋକେ, ମୁଣ୍ଡ ଗୁଞ୍ଜିବାକୁ ଏକ ଛୋଟ ଚାଳିଆ କରିଦେଇଥିଲେ ,କିନ୍ତୁ ଲଗାତାର ବର୍ଷାରେ ଘର ସାରା ପାଣିର ସୁଅରେ ଘାଣ୍ଟି ହେଉଛନ୍ତି ବୃଦ୍ଧା I ସରକାର ଙ୍କ ଯୋଜନା ଯେପରି ସାତସପନ ଲକ୍ଷ୍ମୀ ଙ୍କ ପାଇଁ I ନା ଅଛି କୁଟୀର ଯୋଜନା ,ନା ଅର୍ଣ୍ଣପୁର୍ଣ୍ଣା ନା ଅନାନ୍ୟ ସୁବିଧା ,ଭରଷା କେବଳ ସ୍କୁଲ ରେ ବଳକା ଖାଦ୍ୟ I ବୃଦ୍ଧାଙ୍କର ଏପରି ଅବସ୍ଥା ଦେଖି “ଫ୍ରେଣ୍ଡସ ହେଲ୍ପ ଗ୍ରୁପ” ର ସଦସ୍ୟଜ୍ଞାନ ରଂଜନ ପଣ୍ଡା,ସୁଜିତ କୁମାର ପ୍ରଧାନ ,ସନ୍ତୋଷ କୁମାର ସାହୁ,ପ୍ରଦୀପ୍ତ ସେନାପତି ଓ ଉମେଶ ଜେନା ସେହି ଗ୍ରାମରେ ପହଂଚି ଏକ ପାଲ ର ବ୍ୟବସ୍ଥା କରି

ଚାଳ ଘରକୁ ସଂପୁର୍ଣ ଘୋଡାଇ ଯେପରି ଘରକୁ ବର୍ଷାଜଳ ନଆସେ ତାର ବ୍ୟବସ୍ଥା କରିଥିଲେ ଏବଂ ଘର ଚତୁର୍ପାର୍ଶ୍ୱ ସଫା କରିବା ସହିତ ବୃଦ୍ଧାଙ୍କୁ ଚୁଡା ,ବିସ୍କୁଟ ମାଉସୀ ଖାଇବାକୁ ଦେଇଥିଲେ I

ଏବଂ ସରକାର ଙ୍କ ତରଫରୁ ବୃଦ୍ଧାଙ୍କ ପାଇଁ ସ୍ଥାୟୀ ସମାଧାନ କରାଇଦେବାକୁ ଅନୁରୋଧ କରିଛନ୍ତି I ତେବେ ଯେଉଁଠି “ଫ୍ରେଣ୍ଡସ ହେଲ୍ପ ଗ୍ରୁପ” ପରି ଏକ ସ୍ଵେଛା ସେବି ପହଞ୍ଚି ପାରୁଛି ସେଠି ସରକାରୀ ପ୍ରଶାସନ ବାବୁଙ୍କର କେବେ ନିଦ ଭାଙ୍ଗୁଛି ତାହା କେବଳ ଦେଖିବା କଥା I

Leave a Reply

Your email address will not be published. Required fields are marked *