ଅଶଡ଼ ନାୟିକା ସନ୍ନି ଲିଓନ ଙ୍କୁ ମନ୍ଦିର ରେ ପୂଜା କରିବେ ଗାଁ ଲୋକେ

ଭାରତରେ ସାଧାରଣତଃ ଲୋକମାନେ ଆଧ୍ୟାତ୍ମିକ ପରିବେଶକୁ ଭଲପାଇଥାନ୍ତି ଏବଂ ସେଥିପାଇଁ ସବୁ ଦେବାଦେବୀ ଙ୍କ ମନ୍ଦିର ସ୍ଥାପନା କରିଥାନ୍ତି I ହଁ ଏମିତି ବି ହେଇଛି ଲୋକମାନେ ଯେଉଁ ନେତା ବା କଳାକାର ମାନଙ୍କୁ ବେଶୀ ଭଲପାଇଥାନ୍ତି ସେମାନଙ୍କର ପ୍ରତିମୁର୍ତି ତିଆରି କରି ପୂଜା କରିଥାନ୍ତି I ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଙ୍କର ମଧ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇ ପୂଜା କରାଯାଉଛି I କିନ୍ତୁ ଜାଣିଲେ ଚକିତ ହେବେଯେ ଅଶଡ଼ ନାୟିକା ସନ୍ନି ଲିଓନ ଯିଏକି ପର୍ନ ଷ୍ଟାରର ଜଣେ ଖ୍ୟାତନାମା ନାୟିକା ଭାବରେ ଜଣାଶୁଣା ଥିଲେ ପରେ ଅଶଡ଼ ଦୁନିଆକୁ ବାଏ ବାଏ କରି ବଲିୟୁଡ଼ ରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ସେ ଅଶଡ଼ ଦୁନିଆକୁ ପଛରେ ଛାଡି ଆସିଥିଲେ I

ଅବଶ୍ୟ ବଲିୟୁଡ଼ ରେ ତାଙ୍କ ଅଭିନୟ ବେଶ ଲୋକାଦୃତ ହେଇପାରିଛି I ତେବେ ତାଙ୍କର ଲୋକପ୍ରିୟତା ଏତେ ବଢିଯାଇଛି ଯେ ଏକ ଗାଁ ରେ ତାଙ୍କର ମନ୍ଦିର ପ୍ରତିଷ୍ଠା କରାଯାଇ ତାଙ୍କୁ ପୂଜା କରାଯିବ I

ମୁମ୍ବାଇରୁ ମାତ୍ର କିଛି ମାଇଲ୍‌ ଦୂରରେ ଏକ ଗାଁରେ ସନ୍ନିଙ୍କ ମନ୍ଦିର ସ୍ଥାପନା ହେବ I ଗାଁ ର ସବୁ ଲୋକ ସନ୍ନି ଙ୍କ ଦିୱାନା ଅଟନ୍ତି I ତେବେ ମନ୍ଦିର ପ୍ରତିଷ୍ଠାନ ଦିନ ଖୋଦ ସନ୍ନି ଲିଅନ ସେହି ମନ୍ଦିର କୁ ଯିବାର ଅଛି ବୋଲି ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *