ଝାଡୁ କରିବା ସମୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ: ମାଡ଼ି ଆସିବ ଦାରିଦ୍ର୍ୟତା

ଆଜି ଆମେ ଜାଣିବା ଝାଡୁ ସହିତ ଜଡ଼ିତ ଏମିତି କିଛି ନିୟମ ବିଷୟରେ ଯାହା କେବେବି ଭୁଲରେ କରିବା ଉଚିତ୍ ନୁହେଁ।ନଚେତ୍ ସାରା ଦିନ ଆପଣଙ୍କୁ ଦୁଃଖ କଷ୍ଟରେ ଦିନ ବିତେଇବାକୁ ପଡ଼େ।

ଆମେ ପ୍ରତ୍ୟେକ ଦିନ ଝାଡୁ ର ବ୍ୟବହାର କରିଥାଉ।ଶାସ୍ତ୍ରରେ କୁହାଯାଇଛି ଯେଉଁ ମଣିଷ ନିଜକୁ ସଫା ରଖେ ନାହିଁ କିମ୍ବା ନିଜ ଘରକୁ ସଫା ରଖେ ନାହିଁ ସେମାନଙ୍କ ଘରେ କେବେ ବି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ।

ସେ ବ୍ୟକ୍ତି ସର୍ବଦା ଦୁଃଖ ଓ ଦରିଦ୍ର ରେ ଦିନ କଟେଇ ଥାଏ।ସେଥିପାଇଁ ଆମେ ସଫା ସଫୀ ରେ ଝାଡୁ କୁ ଅଧିକ ଗୁରୁତ୍ବ ଦେଇଥାଉ।ଏହା ସହ ଝାଡୁ ସହିତ ଜଡିତ ଏମିତି କିଛି ନିୟମ ଅଛି ଯାହାକୁ ନ କରିବା ଦ୍ୱାରା ଆମକୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ ଓ ଘରେ ସର୍ବଦା ଅଶାନ୍ତି ଲାଗି ରୁହେ।ଝାଡୁ କୁ କେବେବି ଖୋଲା ସ୍ଥାନରେ ରଖନ୍ତୁ ନାହିଁ।ଅର୍ଥାତ୍ ଲୁଚାଇବା ଭଳି ସ୍ଥାନରେ ରଖନ୍ତୁ।ଯଦି ସମ୍ଭବ ହୁଏ ଏହାକୁ ସର୍ବଦା ରୁମ୍ ର ପଶ୍ଚିମ ଦିଗରେ ରଖନ୍ତୁ।

ଭୁଲରେ ବି ଝାଡୁ କୁ ରୋଷାଇ ଘରେ ରଖନ୍ତୁ ନାହିଁ।ନଚେତ୍ ଏହା ଦ୍ବାରା ଘରର ସଦସ୍ୟଙ୍କୁ ରୋଗ ଦେଖାଦେଇ ପାରେ।ଶାସ୍ତ୍ର ଅନୁସାରେ ରାତିରେ ଘର ଝାଡୁ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ।ଏହା ଛଡ଼ା ଘରର ମୁଖ୍ୟ ଦ୍ଵାରରେ ଝାଡୁ ରଖିଲେ ଘରର ନକାରାତ୍ମକ ଶକ୍ତି ର ପ୍ରବେଶ ହୋଇପାରେ ନାହିଁ।କିନ୍ତୁ ଧ୍ୟାନ ରଖିବେ କେବେ ବି ଦିନ ସମୟରେ ଘରର ଝାଡୁକୁ ମୁଖ୍ୟ ଦ୍ଵାର ପାଖରେ ରଖିବେ ନାହିଁ।ଶନିବାର ଦିନ ଭୁଲରେ ବି ଝାଡୁ କିଣି ଘରକୁ ଅଣନ୍ତୁ ନାହିଁ।

ଏହାଦ୍ଵାରା ଶନିଦେବ ଙ୍କ କୁ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ।ସୂର୍ଯ୍ୟ ଅସ୍ତ ପରେ ଝାଡୁ କରିବା ଅନୁଚିତ୍ ଅଟେ।କାରଣ ଏମିତି ମାନ୍ୟତା ଅଛି ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି।ଏହି ସମୟରେ ଝାଡୁ କରିବା ଦ୍ୱାରା ଘରୁ ଅଳିଆ ଆବର୍ଜନା ସହ ମାତାଲକ୍ଷ୍ମୀଙ୍କୁ ମଧ୍ୟ ଘରୁ ବାହାର କରିଦେଇ ଥାଉ।ଭୁଲରେ ବି ଝାଡୁ କୁ ଗୋଡ଼ରେ ପେଲନ୍ତୁ ନାହିଁ।କାରଣ ଏହା ଦ୍ବାରା ମାତା ଲକ୍ଷ୍ମୀଙ୍କୁ ଅପମାନ ହୋଇଥାଏ।ଝାଡୁ ରେ କାହାକୁ ବାଡା ନ୍ତୁନାହି।ଏହା ଦ୍ବାରା ଘରେ ସର୍ବଦା କଳହ ଲାଗି ରହିବା ସହ ଘରେ ଅଶାନ୍ତି ବୃଦ୍ଧି ପାଇଥାଏ।

Leave a Reply

Your email address will not be published. Required fields are marked *