ହାଇ ହିଲ୍ ପିନ୍ଧୁଛନ୍ତି କି ? ଥରେ ପଢ଼ିନିଅନ୍ତୁ ଏ ରିପୋର୍ଟ

ହାଇ ହିଲ୍ ପିନ୍ଧିବା ଦ୍ୱାରା ଏତେ ସବୁ କ୍ଷତି ହେଇଥାଏ
ଆଜିର ଆଧୁନିକ ଯୁଗରେ ପାର୍ଟି ବା ଫଙ୍କସନ ରେ ସାଧାରଣତଃ ମହିଳା ମାନେ ହାଇ ହିଲ୍ ପିନ୍ଧି ଯାଇଥାନ୍ତି I ଏହାଦ୍ୱାରା କମ ଉଞ୍ଚତା ଥିବା ମହିଳା ମାନେ ଡେଙ୍ଗା ଦେଖାଯାଉଥିବା ବେଳେ ଅନ୍ୟ ମାନେ ଷ୍ଟାଇଲ ମାରିଥାନ୍ତି I କିନ୍ତୁ ହାଇ ହିଲ୍ ପିନ୍ଧିବା ଦ୍ୱାରା ମହିଳା ମାନଙ୍କର ଅନେକ କ୍ଷତି ହେଇଥାଏ I ହାଇ ହିଲ୍ ପିନ୍ଧୁଥିବା 10000 ମହିଳାଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଜଣାପଡିଲା କି ପାଖାପାଖି 85% ମହିଳାଙ୍କର ଗୋଡବିନ୍ଧା ,ପିଠି ଯନ୍ତ୍ରଣା ,ହେବାକୁ ଲାଗିଲା I ତେବେ ଚାଲନ୍ତୁ ଜାଣିବା କଣ ସବୁ ଅସୁବିଧା ହେଇଥାଏ ହାଇ ହିଲ୍ ପିନ୍ଧିବା ଦ୍ୱାରା I

1)ହାଇ ହିଲ୍ ପିନ୍ଧିବା ଦ୍ୱାରା ଗୋଡ଼ର ଗୋଇଠି ,କଚଟି ଉପରେ ପ୍ରଭାବ ପଡିଥାଏ ,ପାଦର ସ୍ନାୟୁ ,ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ I 2) ଗୋଇଠି ଫାଟିବା ଆରମ୍ଭ କରିଥାଏ I 3)

ହାଇ ହିଲ୍ ପିନ୍ଧିବା ଦ୍ୱାରା ଆଣ୍ଠୁରେ ଯନ୍ତ୍ରଣା ବଢିବାକୁ ଲାଗିଥାଏ I 4) ଶୀଘ୍ର ଚାଲି ହେଇନଥାଏ , ବାରମ୍ବାର ଝୁଣ୍ଟି ପଡ଼ିବାର ସମ୍ଭାବନା ଅଧିକ ଥାଏ I

Leave a Reply

Your email address will not be published. Required fields are marked *