ଆମର ଛିଙ୍କ କାହିଁକି ଆସିଥାଏ

ମନୁଷ୍ୟ,କୁକୁର,ବିଲେଇ ସମସ୍ତ ପ୍ରାଣୀ ଛିଙ୍କିଥାନ୍ତି।କିନ୍ତୁ ଆପଣ କେବେ ଭବିଥାନ୍ତି କି ଆମେ କାହିଁକି ଛିଙ୍କି ଥାନ୍ତି।ଚାଲନ୍ତୁ ଆଜି ଜାଣିବା ଆମେ କାହିଁକି ଛିଙ୍କି ଥାଉ। ଛି଼ଙ୍କ କଣ ଜାଣିବା ପୂର୍ବରୁ ପ୍ରଥମେ ଆମେ ଆମ ନାକକୁ ଜନିନେବା।ଆପଣମାନେ ଜାଣିଥିବେ ଆପଣଙ୍କ ନାକ ଭିତରେ କିଛି ହେୟାର ଆଉ ମିଉକୌସ ରହିଥାଏ।

ଯେବେ ଆପଣଙ୍କ ଛିଙ୍କ ଆସିଥାଏ ଏବଂ ଆପଣ ଯେବେ ରୁମାଲରେ ନାକକୁ ପୋଛିଥାନ୍ତି ରୁମାଲ୍ ରେ ଯାହା ଲାଗିଥାଏ ତାହାକୁ ମିଉକୌସ କୁହାଯାଏ।ଏହା ନାକ ଭିତରେ କିଛି କାରଣ ବଶତଃ ରହିଥାନ୍ତି।ଯେବେ ଧୂଳି କିମ୍ବା ରୋଗ ସୃଷ୍ଟି କରୁଥିବା କିଟାନୁ ଆମ ନାକ ଭିତରେ ପ୍ରବେଶ କରିଥାନ୍ତି ସେହି ମିଉକୌସ ଏବଂ ହେୟାର ଯୋଗୁ ଅଟକି ଯାଇଥାନ୍ତି।ଯଦି ଏହି ଧୂଳିକଣା ଆମ ନାକ ଭିତରେ ଅଟକି ଯିବ ତେବେ ଏହା ବାହାର କରିବା ଆବଶ୍ୟକ ନିଶ୍ଚିତ। ଛିଙ୍କ ହେଉଛି ଆମ ଶରୀରରେ ଏକ ଉପାୟ ଯାହା ଦ୍ବାରା ନାକ ଭିତରକୁ ଯାଉଥିବା କ୍ଷତିକାରକ ଜୀବାଣୁ ଆମ ନାକରୁ ବାହାରକୁ ବାହାରି ଯାଇଥାଏ।

ଯଦି ଏହି ସବୁ ଧୂଳି ଆପଣଙ୍କ ପେଟ ଭିତରକୁ ପଶିଯାଏ ତେବେ ଆପଣଙ୍କୁ ବହୁତ୍ ରୋଗ ହେବାର ସମ୍ଭାବନା ଥାଏ।ଆପଣମାନେ ଯେତେବେଳେ ଧୂଳି ଝଡ଼ାନ୍ତି ଧୂଳି ଯୋଗୁ ଆପଣଙ୍କୁ ଅଧିକ ଛିଙ୍କ ଆସିଥାଏ।

ଯେବେ ଆପଣଙ୍କୁ ଥଣ୍ଡା ହୋଇଥାଏ ଆପଣଙ୍କୁ ଅଧିକ ଛିଙ୍କ ଆସିଥାଏ।ଏହାର କାରଣ ହେଉଛି ରୋଗ ସୃଷ୍ଟି କରୁଥିବା କିଟା ଣୁ ଗୁଡ଼ିକ ଆପଣଙ୍କ ଶରୀରରୁ ବାହାରକୁ ବାହାରି ଯାଇଥାନ୍ତି।ଏବଂ ଆପଣଙ୍କ ଶରୀର ସୁସ୍ଥ ରହିଥାଏ।ଏହି କରଣକୁ ତ ପ୍ରାୟ ଲୋକ ଜାଣିଛନ୍ତି ତେଣୁ ଏହା ସତ୍ୟଯେ ଛିଙ୍କ ଆମ ଶରୀର ପାଇଁ ବହୁତ୍ ଭଲ ହୋଇଥାଏ କିନ୍ତୁ ଏହି ଛିଙ୍କ ଅନ୍ୟର କ୍ଷତି କରିଥାଏ।ଯେବେ ଏହି ଛିଙ୍କ ଛିଙ୍କୀ ଥାନ୍ତି ଆମ ନାକରେ ଥିବା ଧୂଳି କଣିକା ବାୟୁମଣ୍ଡଳରେ ମିଶିଯାଇଥାୟେ।ଅନ୍ୟ ପାଖରେ ଥିବା ବ୍ୟକ୍ତି ଏହାକୁ ନେବା ଫଳରେ ସେହି ବ୍ୟକ୍ତି ଙ୍କ ଦେହରେ ରୋଗ ହୋଇପାରେ।ତେଣୁ ଯେବେ ଆପଣ ଛିଙ୍କିବେ ତେବେ ନାକରେ ରୁମାଲ୍ ଦେଇ ଛିଙ୍କିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *