ଯଦି ଆପଣ ବି ଫ୍ରିଜ୍ ର ପାଣି ପିଉଛନ୍ତି ତାହେଲେ ନିଶ୍ଚିନ୍ତ ପଢନ୍ତୁ ଏହାକୁ

ଆପଣ ମାନଙ୍କ ମଧ୍ୟରୁ ପ୍ରାୟତଃ ବହୁତ୍ ଲୋକ ମାନେ ଫ୍ରିଜ ର ପାଣି ପିଇବାକୁ ପସନ୍ଦ କରିଥାନ୍ତି। କାହିଁକି କି ଥଣ୍ଡା ପାଣି ଆମକୁ ଆରାମ ଦେଇଥାଏ ଆଉ କିଛି ଲୋକ ଅଭ୍ୟାସ ବଶତ ମଧ୍ୟ ଫ୍ରିଜ୍ ର ପାଣି ପିଅନ୍ତି।

କିନ୍ତୁ ଫ୍ରିଜ୍ ର ପାଣି ପିଇବା ଦ୍ଵାରା ଏହି ୫ ଟି ଅସୁବିଧା ରେ ମଧ୍ୟ ଆପଣ ପଡି ପାରନ୍ତି।

୧. ହାର୍ଟ ର ସମସ୍ୟା

ଫ୍ରିଜ୍ ପାଣି ପିଇବା ଦ୍ଵାରା ହାର୍ଟ ର ସିର ଧମନୀ ଗୁଡିକ ସଙ୍କୁଚିତ ହୋଇ ଯାଆନ୍ତି।

ତେଣୁ ହାର୍ଟ କୁ ରକ୍ତ ସଞ୍ଚାଳନ ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିଥାଏ।

୨. ଅନ୍ତନଳୀ ର ସମସ୍ୟା

ଫ୍ରିଜ୍ ପାଣି ପିଇବା ଦ୍ଵାରା ଅନ୍ତନଳୀ ସଙ୍କୁଚିତ ମଧ୍ୟ ହୋଇଯାଏ। ଯାହା ଦ୍ଵାରା କି ଏହା ଠିକ୍ ଭାବରେ କାମ କରିପାରେ ନାହିଁ। ଯାହା ଫଳରେ କି ସକାଳୁ ପେଟ ସଫା ହୁଏ ନାହିଁ ଓ ମଳ ପେଟ ରେ ହିଁ ରହିଯାଏ।

୩. ଗଳା ର ସମସ୍ୟା

ଥଣ୍ଡା ପାଣି ପିଇବ ଦ୍ୱାରା ଗଳା ଖରାପ୍ ହେବାର ବହୁତ୍ ସମ୍ଭାବନା ଥାଏ। ଏବଂ ଏହା ଲାଗି ରହିବା ଦ୍ଵାରା ଟନ୍ ସିଲ୍ ପରି ସମସ୍ୟା ମଧ୍ୟ ଦେଖାଯାଇଥାଏ।

୪.କୋଷିକା/ ନର୍ଭ୍ ର ସମୟ

ଥଣ୍ଡା ପାଣି ର ସେବନ ଦ୍ଵାରା ସ୍ନାୟୁ ଦୁର୍ବଳ ହୋଇଯାଇଥାଏ।

ଏହା ଦ୍ବାରା ଶରୀର ଶୀଘ୍ର ପ୍ରତିକ୍ରିୟା ଦେବାରେ ଅକ୍ଷମ ହୋଇଥାଏ। ସ୍ନାୟୁ ର ଅତ୍ୟଧିକ ଦୁର୍ବଳତା ଭବିଷ୍ୟତ ରେ ପାରାଲିଶିସ୍ ମଧ୍ୟ ହୋଇପାରେ।

୫. ମୁଣ୍ଡ ବିନ୍ଧା ର ସମସ୍ୟା

ଫ୍ରିଜ୍ ର ପାଣି ପିଇବା ଦ୍ଵାରା ଆମ ଶରୀର ର ଉତ୍ତାପ ହଠାତ୍ ବଦଳିଥାଏ ଯାହାର ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡ଼ିଥାଏ।

ଯାହା ଫଳରେ କି ମୁଣ୍ଡ ବିନ୍ଧା ଓ ସାଏନୋ ସାଇଟ୍ ର ସମସ୍ୟା ମଧ୍ୟ ଦେଖା ଯାଇଥାଏ।

Leave a Reply

Your email address will not be published. Required fields are marked *