କଣଆପଣ ଏସିଡ଼ିଟି ପାଇଁ ଚିନ୍ତିତ କି ? ଜାଣନ୍ତୁ ଏସିଡ଼ିଟି କୁ ଦୂର କରିବାର ସହଜ ଉପାୟ

ଏମିତି କରିବା ଦ୍ୱାରା ମୂଳରୁ ଦୂର ହେଇଥାଏ ଏସିଡ଼ିଟି:-
ଆଜିକା ଦୁନିଆରେ ଏସିଡ଼ିଟି ଏକ ସାଧାରଣ ରୋଗ ହେଇଗଲାଣି I ଅଧିକାଂଶ ଲୋକଙ୍କ ଶରୀର ରେ ଏସିଡ଼ିଟି ଦେଖା ଦେଉଛି I ନିୟମିତ ଭାବରେ ସଠିକ ସମୟରେ ଖାଦ୍ୟ ନଖାଇବା ,ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ I ଖାଦ୍ୟ ଖାଇବା ବେଳେ ଭଲଭାବରେ ଚୋବାଇ କି ଖାଇବାକୁ ଚେଷ୍ଟା କରନ୍ତୁ I ଯଦି ଧୂମପାନ ଅଭ୍ୟାସ ଥାଏ ତୁରନ୍ତ ଏହାକୁ ଛାଡ଼ନ୍ତୁ I ଯେତେବେଳେ ଭୋକ ଲାଗୁଛି ତୁରନ୍ତ ଖାଦ୍ୟ ଗ୍ରହଣ କରନ୍ତୁ I ପେଟକୁ ଖାଲି ଛାଡ଼ନ୍ତୁ ନାହିଁ I ଖାଇସାରିବା ପରେ ସଙ୍ଗେ ସଙ୍ଗେ ସୁଅନ୍ତୁ ନାହିଁ I ଏହାଛଡା କିଛି ଘରୋଇ ଉପଚାର ମଧ୍ୟ ଆପଣ ଆପଣାଇପାରିବେ I

1) ଅଳ୍ପ କିଛି ପୋଦିନା ପତ୍ର ନେଇ ତାହାକୁ ଭଲଭାବରେ ଧୋଇ ଏହାକୁ ଗ୍ରାଇଣ୍ଡିଙ୍ଗ ବା ବାଟିଦିଅନ୍ତୁ ଏବଂ ଏହି ପୋଦିନା ରସକୁ ପିଅନ୍ତୁ I ଲଗାତାର ଏପରି କିଛିଦିନ କରିବା ପରେ ଏସିଡ଼ିଟି ଦୂର ହେଇଥାଏ I
2) ପ୍ରତ୍ୟକ ଦିନ ଏକ କଞ୍ଚା ଅଁଳା ଖାଇବା ଦ୍ୱାରା ଏସିଡ଼ିଟି ରୁ ମୁକ୍ତି ମିଳିଥାଏ I

ସକାଳୁ ଖାଲି ପେଟରେ ଦୁଇ ରୁ ତିନି ଗ୍ଲାସ ପାଣି ପିଅନ୍ତୁ I 3)ସକାଳ ଜଳଖିଆ ରେ କଦଳୀ କୁ ସାମିଲ କରନ୍ତୁ I 4) ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଦ୍ୱାରା ଏସିଡ଼ିଟି ରୁ ମୁକ୍ତି ମିଳିଥାଏ I

Leave a Reply

Your email address will not be published. Required fields are marked *