ବୈଜ୍ଞାନିକ ମାନେ ସମୁଦ୍ର ତଳୁ ଦ୍ବାରକା ସହରକୁ ଠାବ କଲେ | ସମୁଦ୍ର ତଳୁ ଏପରି ସହର ଦେଖି ସାରା ବିଶ୍ୱ ସ୍ତବ୍ଧ ହେଇଗଲା

ମଣିଷ ଯେତେ ଆଧୁନିକ ଦିଗକୁ ଗତି କଲେ ମଧ୍ୟ ପ୍ରାଚୀନ ସଂସ୍କୃତି ପରମ୍ପରା ର ଗୁରୁତ୍ୱ ରହିଛି Iଭାରତ ସଂସ୍କୃତିର ରାମାୟଣ ଏବଂ ମହାଭାରତ ଏମିତି ଦୁଇଟି ଗ୍ରନ୍ଥ ଯାହାକୁ କି ମନୁଷ୍ୟ ମାନିବାକୁ ବାଧ୍ୟ ହେଇଥାଏ I ଖୋଦ ବୈଜ୍ଞାନିକ ମାନେ ମଧ୍ୟ ଏହାର ରହସ୍ୟ ଭେଦ କରିବାରେ ବିଫଳ ହେଇଛନ୍ତି I ସେହିମଧ୍ୟରୁ ଗୋଟିଏ ହେଉଛି ମହାଭାରତ ର ଦ୍ଵାରକା ସହର I ପ୍ରଭୁ ଶ୍ରୀକୃଷ୍ଣ ଜରାସନ୍ଧ ର ବାରମ୍ବାର ଆକ୍ରମଣ ରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାପାଇଁ ତାଙ୍କ ସାମ୍ରାଜ୍ୟ ମଥୁରା ର ରାଜଧାନୀ ଦ୍ଵାରକା ସହରରେ ନିର୍ମାଣ କରିବାକୁ ଚିନ୍ତା କରି ଦ୍ଵାରକା କୁ ରାଜଧାନୀ କରିଥିଲେ I

ଏହା ତ ସେତେବେଳର କଥା ଥିଲା ତେଣୁ ଏହାକୁ ଆଜିର ସମାଜ ଗଳ୍ପ ବୋଲି କହି ହସି ଉଡାଇଦେବାକୁ ବି ଭୁଲୁନଥିଲେ I କିନ୍ତୁ ବୈଜ୍ଞାନିକ ମାନେ ଏହାର ରହସ୍ୟ ଭେଦ କରିବାକୁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଥିଲେ I କୁହାଯାଏ କଠିନ ପରିଶ୍ରମ କେବେ ନିଷ୍ପଳ ଯାଏନି I ଶେଷରେ ବୈଜ୍ଞାନିକ ମାନେ ଶ୍ରୀକୃଷ୍ଣ ଙ୍କ ଦ୍ଵାରକା ସହରୀ କୁ ଠାବ କରିବାରେ ସଫଳ ହେଇଛନ୍ତି I

ଏହା ଗୁଜୁରାଟ ର ଏକ ସହର ରେ ଗଭୀର ଜଳରାଶିର ସମୁଦ୍ର ତଳେ ଅବସ୍ତିତ I ଗଭୀର ଜଳରାଶି ତଳେ ବହୁ ପ୍ରାଚୀନ କାଳରୁ ବିଶାଳ ଅଟାଳିକା ଜରାଜୀର୍ଣ୍ଣ ଭାବରେ ଦଣ୍ଡାୟମାନ I ବୈଜ୍ଞାନିକ ମାନେ ସ୍ତବ୍ଧ ହେଇଯାଇଥିଲେ ଏପରି ମାୟନଗରୀ ସମୁଦ୍ର ଭିତରେ ଦେଖିବା ପରେ I ପାଣିତଳେ ଏପରି କାରୁକାର୍ଯ୍ୟ ହେଇଥିବା ପଥର ର କିଛି ଅଂଶ ଲାବୋରେଟରୀ କୁ ପଠାଯାଇଥିଲା ପରୀକ୍ଷା ନିରୀକ୍ଷା ପାଇଁ I

କିନ୍ତୁ ରିପୋର୍ଟ ସମସ୍ତଙ୍କୁ ଚମକାଇଦେଇଥିଲା I ଗଭୀର ଜଳରାଶି ରେ ଥିବା ଏହି ସଭ୍ୟତା ପାଖାପାଖି 5000ବର୍ଷ ତଳର ପୁରୁଣା I ଅର୍ଥାତ ମହାଭାରତ ସମୟର I ତେବେ ସମୁଦ୍ର ତଳେ ଏପରି କୌଶଳ ରେ ତିଆରି ହେଇଚି ଯେ ବୈଜ୍ଞାନିକ ମାନେ ସେହି ସବୁ ନିର୍ମାଣ ଆଗରେ ହାର ମାନିଛନ୍ତି I

କିନ୍ତୁ ଏପରି ଗୁଢ ରହସ୍ୟ ରେ ତିଆରି ହେଇଥିବା ଏକ ସହର କିପରି ସମ୍ପୂର୍ଣ୍ଣ ଜଳରେ ବୁଡିଗଲା ତାହା ଏବେବି ରହସ୍ୟ ଘେରରେ I ଅନୁମାନ କରାଯାଏ ଶ୍ରୀକୃଷ୍ଣ ଙ୍କ ମୃତ୍ୟୁ ପରେ ଏକ ବିରାଟ ସୁନାମି ରେ ସମଗ୍ର ସହର ଧ୍ବଂସ ହେଇଯାଇଥାଇପାରେ I ତେବେ ଏନେଇ ବୈଜ୍ଞାନିକ ମାନେ ରିସର୍ଚ୍ଚ ଜାରି ରଖିଛନ୍ତି I ଖୁବ ଶୀଘ୍ର ସମସ୍ତ ଘଟଣାରୁ ପରଦା ଖୋଲିବ I

Leave a Reply

Your email address will not be published. Required fields are marked *