ସେବାୟତ ଙ୍କୁ ମୋଟା ଅଙ୍କର ଦକ୍ଷିଣା ର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ନକଲି ଭକ୍ତ

ଭକ୍ତ ବେଶରେ ଆସି ସେବାୟତଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା I
ବାରମ୍ବାର ଆପଣ ଶୁଣିଥିବେ ସାମାନ୍ୟ କେତେଟା ଦକ୍ଷିଣା ବା ପାଉଣା ପାଇଁ ସେବାୟତ ମାନେ କେଉଁଠି ଭକ୍ତ ଙ୍କୁ ମାଡ ମାରିଛନ୍ତି ତ କେଉଁଠି ଭକ୍ତ ଙ୍କ ଠାରୁ ଜୋର କରି ଦିନ ଦିପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରୁଛନ୍ତି I କିନ୍ତୁ ଏହାର ଏକ ଓଲଟା ଦୃଶ୍ୟ ଦେଖିବାକୁ ମିଳିଥିଲା ଲିଙ୍ଗରାଜ ମନ୍ଦିର ରେ I ସେବାୟତ ଅଶୋକ ମହାପାତ୍ରଙ୍କୁ ଠକି ଦେଇଛନ୍ତି ଜଣେ ନକଲି ଭକ୍ତ I ସେବାୟତ ଙ୍କ ଠାରୁ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଚେନ ଏବଂ ମୁଦି I

ପ୍ରାପ୍ତ ସୂଚନା ଅନୁଯାଇ ଜଣେ ନକଲି ଭକ୍ତ ଭାବରେ ମନ୍ଦିର କୁ ଆସିଥିଲା ଏବଂ ଠାକୁର ଙ୍କୁ ଦର୍ଶନ ବେଳେ ସେବାୟତ ମହାପାତ୍ର ତାକୁ ମନ୍ଦିର ବୁଲାଇ ଦେଖାଇଥିଲେ I ବଦଳରେ ପାଉଣା ମାଗିବାରୁ, ନକଲି ଭକ୍ତ ଜଣଙ୍କ ସେବାୟତ ଙ୍କୁ ଅତି ପ୍ରସନ୍ନ ହେଇ ଅଧିକ ଦାନ ଦେବାକୁ ଚାଁହୁଛି ଏବଂ ଏକ ନିରୋଳା ଜାଗାକୁ ଡ଼ାକିନେଇଥିଲେ ଏବଂ ଏକୁଟିଆ ସୁଯୋଗ ପାଇଁ ସେବାୟତ ଙ୍କ ଠାରୁ ସମସ୍ତ ସୁନା ଗହଣା ଯଥା ଏକ ଚେନ ଏବଂ ମୁଦି ଛଡାଇ ନେଇଥିଲା ଜୋର କରି

I ବିଚରା ସେବାୟତ ଜଣଙ୍କ କାନ ମୁଣ୍ଡ ଆଉଁସି ଥାନାରେ ଅଭିଯୋଗ କରିଛନ୍ତି I ଏନେଇ ନିକଟସ୍ଥ ସିସି ଟିଭି ଯାଞ୍ଚ କରିବାରୁ ନକଲି ଭକ୍ତ ର ଫଟ ଜଣାପଡ଼ିଥିଲେ ମଧ୍ୟ ପୋଲିସ ଚିହ୍ନଟ କରିବାରେ ବିଫଳ ହେଇଚି I

Leave a Reply

Your email address will not be published. Required fields are marked *