କୁରକୁରି ଲେଜ୍ ପ୍ୟାକେଟ ରେ କାହିଁକି ଥାଏ ଏତେ ପବନ

 

ବନ୍ଧୁଗଣ ଆପଣ ଯେବେ ଦୋକାନ ଯାଉଥିବେ ଏବଂ ସେଠାରେ Lay’s କିମ୍ବା kurkure ଖଉଥିବେ ଆପଣ ଦେଖିବେ ସେଥିରେ ଅଧରୁ ଅଧିକ ଗ୍ୟାସ ରହିଥାଏ।ଆପଣମାନେ କେବେ ନା କେବେ ଭାବିଥିବେ କି ଏହି ଗ୍ୟାସ କାହିଁକି ଭର୍ତି କରାଯାଏ।ଏବଂ ଏଥିରେ କେଉଁପ୍ରକାର ଗ୍ୟାସ ରହିଛି।

ଆପଣ ମାନେ ଜାଣନ୍ତି ତ ଆପଣ ଏହି ଚିପ୍ସ ଅପେକ୍ଷା ଗ୍ୟାସର ପଇସା ଅଧିକ ଦିଅନ୍ତି।ଆପଣମାନେ ଭାବୁଛନ୍ତି କି ଏଥିରେ କୌଣସି ସାଧାରଣ ଗ୍ୟାସ ବା ଅମ୍ଳଜାନ ଭର୍ତି କରାଯାଏ ତାହା ଭୁଲ୍।ଏଥିରେ ଯବକ୍ଷାରଜାନ ଭର୍ତି କରାଯାଏ।ଏହି ଭର୍ତି କରିବାର ୩ ଟି କାରଣ ଅଛି।ପ୍ରଥମ କାରଣ ହେଉଛି ଚିପ୍ସ ଟି ଭାଙ୍ଗି ନ ଯାଉ ।ଦ୍ଵିତୀୟ କାରଣ ହେଉଛି ଆପଣ ଯଦି କୌଣସି ଜିନିଷକୁ ଖୋଲରେ ରଖିଦିଅନ୍ତି ତାହା ଖରାପ୍ ହୋଇଯାଇଥାଏ।ତୃତୀୟ କାରଣ ହେଉଛି ହ୍ୟୁମାନ ନେଚର।ମଣିଷର ଗୋଟିଏ ଭାବନା ହେଉଛି ଯଦି କୌଣସି ଜିନିଷ ବଡ଼ ଦେଖାଯାଏ ଆମକୁ ଲାଗେ ଯେ ସେଥିରେ ଅଧିକ ରହିବ।

ଯଦି ଖୋଲିକରି କିଏ ଆପଣଙ୍କୁ ଏତିକି ଚିପ୍ସ ଦିଏ ତ ଆପଣ ନେବେ ନାହିଁ ।କିନ୍ତୁ ବଡ଼ ପ୍ୟାକେଟ ରେ ପ୍ୟାକ କରିବା ଦ୍ୱାରା ଏହା ନିଆ ଯାଇପାରିବ।ଆପଣଙ୍କ ମନରେ ଭ୍ରମ ସୃଷ୍ଟି କରିବା ପାଇଁ ଏପରି କରାଯାଇଥାଏ।ଯେତେ ସବୁ ଚିପ୍ସ ଅଛି ସବୁଠୁ ଅଧିକ ଗ୍ୟାସ Lay’s ମଧ୍ୟ ରେ ରହିଥାଏ ଯାହାକି ୮୫% ଆଉ ସବୁଠାରୁ କମ ଗ୍ୟାସ kurkure ରେ ରହିଥାଏ ଯାହାକି ୨୫%. ଆସାକରୁଛି ଆପଣଙ୍କୁ ସମସ୍ତ ପ୍ରଶ୍ନ ର ଉତ୍ତର ମିଳିସାରିଛି।

Leave a Reply

Your email address will not be published. Required fields are marked *