ଶଙ୍ଖ ଫୁଙ୍କିବା ଦ୍ୱାରା ମିଳିଥାଏ ଏତେ ସବୁ ଚକିତକର ଉପକାର

ହିନ୍ଦୁ ଶାସ୍ତ୍ର ରେ ଶଙ୍ଖ ଫୁଙ୍କିବା କୁ ଏକ ପବିତ୍ର ଭାବେ ମନାଯାଏ I ଯେ କୌଣସି ପୂଜା ପର୍ବ କିମ୍ବା ଶୁଭ କାର୍ଯ୍ୟରେ ପ୍ରଥମେ ଶଙ୍ଖ ଫୁଙ୍କାଯାଇଥାଏ I ମହାଭାରତ ରେ ଯୁଦ୍ଧ ଆରମ୍ଭ ପୂର୍ବରୁ ଶ୍ରୀକୃଷ୍ଣ ପ୍ରଥମେ ଶଙ୍ଖ ବଜାଇ ଆରମ୍ଭ କରୁଥିଲେ I ଯେଉଁ ଶଙ୍ଖ ର ନାମ ଥିଲା ପଞ୍ଚଜନ୍ୟ I ପୁରାଣ ଅନୁଯାଇ ବିଶ୍ୱାସ କରାଯାଏ ଶଙ୍ଖାସୁର ନାମରେ ଏକ ବଡ ଅସୁର ଥିଲା ଯାହାକୁ ପ୍ରଭୁ ଶ୍ରୀକୃଷ୍ଣ ବଧ କରିଥିଲେ ଏବଂ ଶଙ୍ଖାସୁର କୁ ମୋକ୍ଷ କରିଥିଲେ I ତେବେ ପୂଜା ପର୍ବରେ ଏହାକୁ ଫୁଙ୍କିବା ଦ୍ୱାରା ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେଇଥାଏ I ଏହା ଦ୍ୱାରା ମନ ଭକ୍ତି ସହକାରେ ଭରିଯାଇଥାଏ I ପ୍ରତିଦିନ ପୂଜା ସମୟରେ ଶଙ୍ଖ ବଜାଇବା ଦ୍ୱାରା ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହେଇଥାଏ I

ସମସ୍ତ ନକାରାତ୍ମକ ଶକ୍ତି ର ବିନାଶ ଘଟିଥାଏ I କିନ୍ତୁ ଚିକିତ୍ସା ବିଜ୍ଞାନ ଅନୁଯାଇ ଯଦି ଆମେ ନିୟମିତ ଶଙ୍ଖ ଫୁଙ୍କିବା ତେବେ ଆମର ରକ୍ତ ସଂଚାଳନ ସଠିକ ଭାବରେ ହେଇଥାଏ ଯାହାଦ୍ୱାରା କି ରକ୍ତଚାପ ଜନିତ ସମସ୍ୟା ଆମକୁ ଭୋଗିବାକୁ ପଡିବ ନାହିଁ I ଏହା ପାଟି ଏବଂ ମୁଂହ ପାଇଁ ଏକ ପ୍ରକାର ବ୍ୟାୟାମ ସଦୃଶ କାମ କରିଥାଏ I ଯାହାଦ୍ୱାରା ମୁଁହରେ ଉଜ୍ୱଳତା ର ଚମକ ଭରିଯାଇଥାଏ I ଶଙ୍ଖ ଫୁଙ୍କିବା ଦ୍ୱାରା ମଧ୍ୟ ହାର୍ଟ ଆଟାକ ହେବାର ସମ୍ଭାବନା ନଥାଏ I

Leave a Reply

Your email address will not be published. Required fields are marked *