୧ ଲିଟର ତେଲ ରେ ଏରୋପ୍ଳେନ୍ କେତେ ମାଇଲେଜ୍ ଦିଏ? ଆପଣ ଜାଣିଛନ୍ତି କୁ

ବର୍ତମାନ ଏରୋପ୍ଳନେ ରେ ଯିବା ଏତେ ଶସ୍ତା ହୋଇଗଲାଣି ଯେ ସାଧାରଣ ମଧ୍ୟବିତ୍ତ ପରିବାରର ଲୋକ ମଧ୍ୟ ଟ୍ରେନ ବଦଳରେ ଏରୋପ୍ଳନେ ପସନ୍ଦ କରୁଛନ୍ତି।କିନ୍ତୁ ତଥାପି ଆମ ଦେଶରେ ଏପରି ବହୁତ୍ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ଏରୋପ୍ଳନେରେ ଯିବା ଏକ ସ୍ବପ୍ନ ଅଟେ।କିନ୍ତୁ ଏରୋପ୍ଳନେରେ ଯାଇଥିବା ଏବଂ ନ ଯାଇଥିବା ଉଭୟ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନ ନିଶ୍ଚୟ ଆସିଥିବ।

ତାହା ହେଲା ୧ ଲିଟର ଇନ୍ଧନ ରେ ଏରୋପ୍ଳନେ କେତେ ମାଇଲେଜ ଦେଇଥାଏ।ବୋଇଂ ୭୪୭ ଭଳି ଏରୋପ୍ଳନେ ଗୁଡ଼ିକ ପ୍ରତି ସେକେଣ୍ଡ ରେ ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ।୧୦ ଘଣ୍ଟାର ଉଡ଼ିବା ମଧ୍ୟରେ ଏହା ପାଖାପାଖି ୧,୫୦୦୦୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ।ଵୋଇଂ ୧କିମି ଯିବାପାଇଁ ପାଖାପାଖି ୧୨ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ।ଏହା ଆପଣଙ୍କୁ ବହୁତ୍ ଅଧିକ ଲାଗୁଥାଇ ପାରେ କିନ୍ତୁ ଆପଣ ଏହି କଥା ଜାଣି ରଖିବା ଦରକାର ଯେ ଗୋଟିଏ ବୋଇଂ ଏରୋପ୍ଳନେରେ ୫୬୮ଜଣ ଲୋକ ବସି ପାରିବେ।

ଧରଜାଉ ଆମେ ଏହି କଥା ମାନି ଚାଲିବା ଯେ ଗୋଟିଏ ବୋଈଂ ୭୪୭ ରେ ୫୦୦ ଜଣ ଲୋକ ଯାଉଛନ୍ତି।୫୦୦ ଜଣ ଲୋକ ଗୋଟିଏ କିମି ଯିବାପାଇଁ ୧୨ ଲିଟର ତେଲ ଖର୍ଚ୍ଚ ହୁଏ।ତେଣୁ ସେହି ହିସାବରେ ପ୍ରତ୍ୟେକ ଲୋକ ୧ କିମି ଯିବାପାଇଁ ୦.୦୨୪ ଲିଟର ତେଲ ଖର୍ଚ୍ଚ କରନ୍ତି।ଯାହା ଆନୁମାନିକ ବହୁତ୍ କମ୍ ଅଟେ।

Leave a Reply

Your email address will not be published. Required fields are marked *