ଇଣ୍ଡିଆନ Idol ରେ କମାଲ କଲେ ଓଡ଼ିଆ ପୁଅ

ଇଣ୍ଡିଆନ Idol ର ଶ୍ରେଷ୍ଠ 14 ଜଣଙ୍କ ମଧ୍ୟରେ ଓଡ଼ିଆ ପୁଅ ବିଶ୍ୱଜିତ  I ଜାତୀୟ ସ୍ତର ସଂଗୀତ ରେ ଓଡିଶାରୁ ବହୁ ପ୍ରତିଭାଶାଳୀ ପ୍ରତିନିଧିତ୍ୱ କରି ଓଡିଶାକୁ ଗର୍ବ ଆଣିଛନ୍ତି I ପୂର୍ବରୁ ଋତୁରାଜ ,ଅନନ୍ୟାନନ୍ଦ ,ବର୍ଣ୍ଣାଳି ,ସତ୍ୟଜିତ ଏହିପରି ଅନେକ ଓଡ଼ିଆ ଷ୍ଟାର ସାରା ଭାରତ କୁ ତାଙ୍କ ସଂଗୀତ ରେ ମତୁଆଲା କରିଥିବା ବେଳେ ଏବେ ପୁଣି ଥରେ ଜାତୀୟ ସ୍ତରରେ ଓଡ଼ିଆ ପୁଅଙ୍କ କମାଲ ଦେଖିବାକୁ ମିଳିଛି I ସୋନି ଟିଭି ପ୍ରାୟୋଜିତ ଇଣ୍ଡିଆନ Idol ରେ ଓଡ଼ିଆ ପୁଅ ସତ୍ୟଜିତ ମହାପାତ୍ର ସବୁ ଦର୍ଶକ ଏବଂ ବିଚାରପତି ଙ୍କ ମନ କିଣିନେଇଛନ୍ତି I ଶ୍ରେଷ୍ଠ 14 ଜଣଙ୍କ ମଧ୍ୟରେ ନିଜ ନାମକୁ ମଧ୍ୟ ସାମିଲ କରିସାରିଛନ୍ତି I ପୂର୍ବରୁ ମଧ୍ୟ ସେ 2016 ରେ ଶ୍ରେଷ୍ଠ 40 ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ କିନ୍ତୁ ସେତେଟା ପ୍ରଭାବଶାଳୀ ହେଇପାରିନଥିଲେ I ଏଥର କିନ୍ତୁ ସବୁ ପ୍ରତିଦ୍ବନ୍ଦୀ ଙ୍କୁ ପଛରେ ପକାଇ ଶ୍ରେଷ୍ଠ 14 ରେ ସ୍ଥାନ ପାଇଛନ୍ତି I

ଖାଲି ସେତିକି ନୁହେଁ ବିଚାରପତି ଭାବରେ ଥିବା ଯୁବପିଢିଙ୍କର ସବୁଠୁ ଲୋକପ୍ରିୟ ଗାୟିକା ନେହା କକ୍ଙ୍କର ଙ୍କର ଅତି ପ୍ରିୟ ହେଇପାରିଛନ୍ତି ବିଶ୍ୱଜିତ I ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆ ଷ୍ଟାର କମାଲ କରିବେ ବୋଲି ଏବେଠୁ ବିଶ୍ୱଜିତ ଙ୍କ ଉପରେ ଅନେକ ଭରଷା ରଖିଲେଣି ଓଡ଼ିଶାବାସୀ I ବିଶ୍ୱଜିତ ଙ୍କ ଘର ଭବାନୀପାଟଣା ,ପୂର୍ବରୁ ମଧ୍ୟ ସେ ବଲିୟୁଡ଼ ଜଗତର ସଂଗୀତ ସମ୍ରାଟ ବିଶାଳ ଙ୍କ ଅଧୀନରେ ଗୀତ ଗାଇସାରିଛନ୍ତି I

Leave a Reply

Your email address will not be published. Required fields are marked *