ସତରେ କଣ ଜଳପରି ଅଛନ୍ତି ?ବୈଜ୍ଞାନିକ ମାନେ ଜାଣି ପାରୁ ନାହାନ୍ତି, ଏମାନଙ୍କ ରହସ୍ୟ

ସୃଷ୍ଟିର ଆରମ୍ଭ ଏପରି ହେଇଛି ଯେ ଅନେକ ରହସ୍ୟ ରହିଯାଇଛି ଯାହାକୁ କି ବୈଜ୍ଞାନିକ ମାନେ ମଧ୍ୟ ଜାଣିବାରେ ଅସଫଳ ହେଉଛନ୍ତି I ଏମିତି କିଛି ରହସ୍ୟ ଜୀବଜନ୍ତୁ ମଧ୍ୟ ଲୋପ ପାଇଯାଇଛନ୍ତି ଯେମିତିକି ଡାଇନୋସର ପ୍ରଜାତି ହେଉଛି ପୃଥିବୀର ସବୁଠାରୁ ବଡ଼ଯିବ ଯିଏକି ତାଳଗଛରୁ ମଧ୍ୟ ନିଜର ବେକ ଟେକିକି ଖାଦ୍ୟ ଗ୍ରହଣ କରିଥାଏ ବୋଲି ମନାଯାଏ I ଜଳ ସ୍ଥଳ ଏବଂ ଆକାଶମାର୍ଗରେ ଆଜି ଏପରି କିଛି ଯିବ ଜନ୍ତୁ ଅଛନ୍ତି ଯାହାର କି ସନ୍ଧାନ ମଧ୍ୟ କେହି ଜାଣିନାହାନ୍ତି,କେବଳ କାଳ୍ପନିକ ଭାବରେ କିଛି ଚରିତ୍ର କୁ ଊଥଥାପନ କରାଯାଇଥାଏ I ସେଥିମଧ୍ୟରୁ ଜଳପରି ଅନ୍ୟତମ I ବିଭିର୍ଣ୍ଣ ସମୟରେ ଆମ ପାଖକୁ ସୋସିଆଲ ମିଡିଆରେ ହେଉ କିମ୍ବା ଅନ୍ୟ ଖବର ଦ୍ୱାରା ଜଳପରି ମାନଙ୍କର ଫଟ ବା ଭିଡିଓ ଆସିଥାଏ I

ଏହାକୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି Iକିଛି ବୈଜ୍ଞାନିକ ଜଳପରି ଅଛନ୍ତି ବୋଲି ଯୁକ୍ତି ମଧ୍ୟ କରୁଥିବା ବେଳେ ବିପକ୍ଷ ମାନେ ଏହାକୁ ବିରୋଧ କରିଛନ୍ତି I ତେବେ ସତରେ କଣ ଜଳପରି ଅଛନ୍ତି ?ବୈଜ୍ଞାନିକ ଙ୍କ ରିସର୍ଚ୍ଚ ଅନୁଯାଇ ପୃଥିବୀ ପୃଷ୍ଠରେ ପାଖାପାଖି 10କୋଟି ଜୀବଜନ୍ତୁ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପାଖାପାଖି 20% ଯିବ ଜନ୍ତୁ ଙ୍କର ସନ୍ଧାନ ଜୀବବୈଜ୍ଞାନିକ ମାନେ ଠାବ କରିପାରିଛନ୍ତି I ସେହି20%ଜୀବଜନ୍ତୁ ମାନଙ୍କ ମଧ୍ୟରୁ ଯେ ଜଳପରି ନଥିବ ତାହା କହିହେବନି ,ହୁଏତ ଥାଇପାରନ୍ତି I ଯେହେତୁ ପୃଥିବୀର 70 ଭାଗ ଜଳ ଏବଂ 70ଭାଗ ଜଳରୁ ମାତ୍ର 10% ଜଳଭାଗର ରିସର୍ଚ୍ଚ କରାଯାଇଛି ଅର୍ଥାତ 90%ଜଳ ଭାଗ ର ପରୀକ୍ଷା କରାଯାଇନି ,ତେଣୁ ଏ ଦୃଷ୍ଟିରୁ ଦେଖିଲେ ହୁଏତ ଜଳପରି ମାନେ ଥାଇପାରନ୍ତି I କିନ୍ତୁ ସୋସିଆଲ ମିଡିଆରେ ଯେଉଁ ସବୁ ଫଟ ଘୁରିବୁଲେ ସେସବୁ ଫଟଗ୍ରାଫ ଦ୍ୱାରା ଏଡିଟ କରାଯାଇଥାଏ ,କାହିଁକିନା ଆଜିପର୍ଯ୍ୟନ୍ତ ସେପରି ଜଳପରି ଥିବାର କୌଣସି ବୈଜ୍ଞାନିକ ମାନେ ଠାବ କରିପାରିନାହାନ୍ତି I ତେଣୁ ସେସବୁ ସମ୍ପୂର୍ଣ୍ଣ ମିଥ୍ୟା ଅଟେ କିନ୍ତୁ ଜଳପରି ବୋଲି ଏକ ଯିବ ଥାଇପାରେ I ଯାହାକୁ ନେଇ ବୈଜ୍ଞାନିକ]ମାନେ ରିସର୍ଚ୍ଚ ଜାରି ରଖିଛନ୍ତି I

Leave a Reply

Your email address will not be published. Required fields are marked *