ଜାଣନ୍ତୁ କାହିଁକି ଶିବଙ୍କ ପାଖରେ ତୁଳସୀ ପତ୍ର ଚଢ଼ାଯାଏ ନାହିଁ

ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ଵ ବହୁତ୍ ରହିଛି।ବିଶେଷ କରି ଆମ ଓଡ଼ିଆ ଲୋକମାନେ ପ୍ରତ୍ୟେକ ଦିନ ତୁଳସୀ ଗଛକୁ ପୂଜା କରିଥାନ୍ତି।ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ପୂଜନୀୟ,ଦେବୀ ଏବଂ ପବିତ୍ର ବୋଲି କୁହାଯାଏ।

ତୁଳସୀ ଗଛ ଘରେ ରହିବା ଦ୍ବାରା ଘର ପବିତ୍ର ହେବା ସହ ନକାରାତ୍ମକ ଚିନ୍ତା ଦୂରେଇ ଯାଇଥାଏ।ଶାସ୍ତ୍ର ଅନୁସାରେ ଏକା ଦସି,ରବିବାର,ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ ରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ।ରାତ୍ର କାଳରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ ଏହା ଦ୍ବାରା ପାପ ଲାଗିଥାଏ।ତୁଳସୀ ଗଛ ମୂଳେ ଦୀପ ଲଗେଇବା ଭଲ ଯାହା ଦ୍ବାରା ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି।

ଆୟୁର୍ବେଦ ରେ ତୁଳସୀ କୁ ସଂଜୀବନୀ ବୁଟି ବୋଲି କୁହାଯାଏ।ତୁଳସୀର ଏମିତି ଆଶ୍ଚର୍ଯ୍ୟ ଗୁଣ ଅଛି ଯାହା ଦ୍ବାରା ବହୁତ୍ ସ୍ଵାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ।ଆପଣ ଦେଖିଥିବେ ଭଗଵାନ ଶିବ ଏବଂ ଗଣେଶ ପୂଜାରେ ତୁଳସୀ ପତ୍ର ଲଗାଯାଏ ନାହିଁ।

ଶିବ ତୁଳସୀ ଙ୍କ ପତି ଦୈତ ରାଜା ଶଙ୍ଖଚୁର ଙ୍କୁ ବଦ୍ଧ କରିଥିଲେ ଫଳ ସ୍ଵରୂପ ତୁଳସୀ ପତ୍ର ନା ଶିବଙ୍କ ଉପରେ ଚଢା ଯାଏ ନା ଶଙ୍ଖ ଦ୍ବାରା ଶିବଙ୍କୁ ଜଳ ଚଢା ଯାଏ।ଗଣେଷଙ୍କ ପୂଜାରେ ତୁଳସୀ ଲାଗେ ନାହିଁ ତାହାର କାରଣ ହେଲା ତୁଳସୀ ଙ୍କ ବିବାହ ପ୍ରସ୍ତାବ ଗଣେଶ ଙ୍କ ସହ ଲାଗିଥିଲା।ଗଣେଶ ଏହି ପ୍ରସ୍ତାବକୁ ଏଡାଇବାକୁ ଯାଇ ମିଛ କହିଥିଲେ କି ସେ ବ୍ରହ୍ମଚାରୀ ବୋଲି ଏହାର ଫଳ ସ୍ଵରୂପ ତୁଳସୀ ତାଙ୍କୁ ଦୁଇ ଥର ବିବାହ ହେବାର ଅଭିଶାପ ଦେଇଥିଲେ।ଏବଂ ଗଣେଶ ମଧ୍ୟ ତାଙ୍କ ବିବାହ ଏକ ଅସୁର ସହ ହେଉ ବୋଲି ଅଭିଶାପ ଦେଇଥିଲେ।

Leave a Reply

Your email address will not be published. Required fields are marked *