ବିଶ୍ଵ ର ତିନିଟି ଵିପପଦଜନକ ସ୍ଥାନ

ପୃଥିବୀ ବହୁତ୍ ବିଶାଳ।ଏଠାରେ ବହୁତ୍ ସୁନ୍ଦର୍ ସୁନ୍ଦର୍ ସ୍ଥାନ ଅଛି ଯେଉଁଠିକୁ ଆମେ କିଛି ସମୟ କାଟିବା ପାଇଁ ଯାଇଥାଉ।କିନ୍ତୁ ଏପରି କେତୋଟି ସ୍ଥାନ ଅଛି ଯେଉଁଠିକୁ ଆପଣଙ୍କୁ ଯିବାକୁ ଅନୁମତି ନାହିଁ।ଆଜି ମୁଁ ଆପଣଙ୍କୁ ଏପରି ୩ଟି ଯାଗା ବିଷୟରେ କହିବାକୁ ଚାହୁଁଛି ଯେଉଁଠିକୁ ଆପଣଙ୍କୁ ଯିବାକୁ ଅନୁମତି ନାହିଁ।

୧. ଅକିଘରା ଜାପାନ –

ଜାପାନର ମାଉଣ୍ଟ ଫୁଜେ ର ତଳ ଘାଟିରେ ଅଛି ଏହି ଜାଗା ଯାହାକୁ ସୁଇସାଇଡ୍ ଫରେଷ୍ଟ ବା ସି ଅଫ୍ ଫରେଷ୍ଟ କୁହାଯାଏ।୨୦୦୫ ରେ ଏହି ସ୍ଥାନରୁ ୧୦୫ ଡେଡ୍ ବଡିକୁ ବାହାର କରାଯାଇଥିଲା।ଏଥିପାଇଁ ଏହି ଜଙ୍ଗଲକୁ ଭୂତ ସ୍ଥାନ ବୋଲି ମଧ୍ୟ କୁହାଯାଏ।

ଏହି ସ୍ଥାନରେ ଅନ୍ୟ ଏକ ରହସ୍ୟ ମଧ୍ୟ ଅଛି।ଏଠାରେ କୌଣସି ପ୍ରକାର ଆଧୁନିକ ଉପକରଣ ଯେପରି ମୋବାଇଲ,ଜିପିଏସ ଆଦି କାମ କରେ ନାହିଁ।

୨.ସ୍ନେକ୍ ଆଇଲ୍ୟାଣ୍ଡ ବ୍ରାଜିଲ –

ବ୍ରାଜିଲ ର ଏହା ଏମିତି ଏକ ଦ୍ଵୀପ ଯେଉଁଠି ସାଧାରଣ ଲୋକ ବଞ୍ଚିବା ବହୁତ୍ କଷ୍ଟ କାରଣ ଏହି ଜାଗାରେ ଦୁନିଆର ସବୁଠାରୁ ବିଷଧର ସାପ ଭରି ପଡ଼ିଛି।୧୧୦ ଏକର ଏହି ଜାଗାରେ ପାଖାପାଖି ୪୦୦୦ ବିଷଧର ସାପ ଅଛନ୍ତି।ଏଠାରେ ଦୁନିଆର ସବୁଠାରୁ ବିଷଧର ସାପ ଗୋଲ୍ଡେନ ଲାୟୋନ ସ୍ନେକ ର ବାସସ୍ଥାନ।

ଏହା ଏତେ ବିଷଧର ଯେ ଏହାର ବିଷ ମଣିଷର ମାଂଶକୁ ସିଝାଇ ଦେଵ।କୁହାଯାଏ ଏହି ସାପର ମାତ୍ର ୧ ଗ୍ରାମ ବିଷ ୫୦ ଜଣ ଲୋକଙ୍କୁ ମାରି ପାରିବ।ଜାହଜ ଗୁଡ଼ିକ ଏହି ଦ୍ଵୀପ ରୁ ଦୂରେଇ ରଖିବା ପାଇଁ ୧୯୦୯ ମସିହାରେ ଏହି ଦ୍ଵୀପରେ ଏକ ଲାଇଟ୍ ହାଉସ ତିଆରି କରାଯାଇଥିଲା।ଏହାକୁ ଏକ ପରିବାର ଚଲଉଥିଲା।କିନ୍ତୁ୧୯୨୦ ରେ ଏହି ପରିବାରର ସମସ୍ତ ସଦସ୍ୟ ଙ୍କ ର ମୃତ୍ୟୁ ହୋଇଯାଇଥିଲା।କାରଣ ଏହି ବିଷଧର ସାପଟି ତାଙ୍କ ଘରେ ପଶି ଯାଇଥିଲା।ସେଥିପାଇଁ ଏହି ଲାଇଟ୍ ହାଉସ କୁ ସବୁଦିନ ପାଇଁ ଅଟୋମେଟିକ କରି ଦିଆ ଗଲା।ଏହି ଦ୍ଵୀପ କୁ କେହି ନ ଯିବା ପାଇଁ ବ୍ରାଜିଲ ର ନ୍ୟାଭି କୁ ଏହି ଦ୍ଵୀପ ର ପାଖରେ ମୁତୟନ କରାଯାଇଛି।

୩. ପୋବେଗ୍ଲିଆ ଆଇଲ୍ୟାଣ୍ଡ ଇଟାଲୀ –

୧୩୪୮ ମସିହାରେ ଇଟାଲୀରେ ପ୍ଲେଗ୍ ରୋଗ ଚାରି ଆଡ଼େ ଖେଳେଇ ଯାଇଥିଲା।ସେହି ସମୟରେ ଏହି ରୋଗରେ ମରିଯାଇଥିବା ଲୋକଙ୍କୁ ଏହି ଦ୍ଵୀପ ରେ ଜଳାଇବା ପାଇଁ ବ୍ୟବହାର କରାଯାଇଥିଲା।ଏହି ଦ୍ଵୀପ ରେ ୧,୬୦୦୦୦ ଲୋକଙ୍କୁ ଜଳା ଯାଇଥିଲା।

୧୯୨୨ମସିହାରେ ଏହି ଜାଗାରେ ଏକ ମେଣ୍ଟାଲ୍ ହସ୍ପିଟାଲ୍ ତିଆରି ହୋଇଥିଲା।କିନ୍ତୁ କିଛି ଦିନ ପରେ ଏହି ସ୍ଥାନରେ ମରିଥିବା ଲୋକଙ୍କ ଭୂତ ଥିବା କଥା ଜଣାପଡ଼ିଥିବାବେଳେ ଏହି ହସ୍ପିଟାଲ୍ ସବୁଦିନ ପାଇଁ ବନ୍ଦ କରି ଦିଆ ଗଲା।

Leave a Reply

Your email address will not be published. Required fields are marked *