ଆଜି ଭୁଲ୍ ରେ ବି ଏହି ସବୁ କାମ ଜମାରୁବି କରନ୍ତୁ ନାହିଁ ନଚେତ ମାଡି ଆସିବ ଘୋର ବିପଦ

୧୦୪ ବର୍ଷ ପରେ ଏମିତି ଏକ ମହାସଂଯୋଗ ରେ ଆଜି ଚନ୍ଦ୍ର ଗ୍ରହଣ ପଡିଛି ଯାହାକି ଏହି ଶତାବ୍ଦୀ ର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି Iଏହା ସବୁଠାରୁ ଅଧିକ ସମୟ ଧରି ଦୃଶ୍ୟମାନ ହେବ ଯାହାକି ରାତି ପ୍ରାୟ ୧୧ ଟା ୫୪ ରୁ ଗ୍ରାସ ଆରମ୍ଭ ହେଇ ୩ ଟା ୪୯ ଯାଏଁ ଲାଗିରହିବ I ଏବଂ ପୂର୍ଣ୍ଣ ଗ୍ରହଣ ରାତି ୧ ଟା ରୁ ୨ ଟା ୪୩ ଯାଏଁ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ଧରି ହେବ ଯାହାକି ଏହି ଶତାବ୍ଦୀ ର ସବୁଠୁ ବଡ ଗ୍ରହଣ I ତେବେ ଶାସ୍ତ୍ର ଅନୁଯାଇ ଚନ୍ଦ୍ରଗ୍ରହଣ ସମୟରେ ଏହା ର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ I ଆମ ଦ୍ୱାରା କରାଯାଉଥିବା କିଛି ଛୋଟ ଛୋଟ ଭୁଲ ଯୋଗୁଁ ଏହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ଯେଉଁଥିପାଇଁ ଆମକୁ ବହୁ ସମସ୍ୟା ଭୋଗିବାକୁ ପଡିଥାଏ I

ତେବେ ଆଜି ଚାଲନ୍ତୁ ଜାଣିବା ଗ୍ରହଣ ସମୟରେ କେଉଁ କେଉଁ କାମ କରିବା ଉଚିତ ନୁହେଁ ଯାହାର କି ଖରାପ ପ୍ରଭାବ ଆମ ଉପରେ ପଡିଥାଏ I1) ସାଧାରଣତଃ ଗ୍ରହଣ ସମୟରେ ଖାଦ୍ୟ ନିଷେଧ କରାଯାଇଥାଏ କିନ୍ତୁ ଅଧିକାଂଶ ଏହାକୁ ମାନିନଥାନ୍ତି ,ତେବେ ଗ୍ରହଣ ସମୟରେ ଖାଦ୍ୟ ଖାଆନ୍ତୁ ନାହିଁ କାହିଁକିନା ଏହି ସମୟରେ ଚନ୍ଦ୍ର ଗ୍ରାସ ହେଉଥିବାରୁ ଏହାର ପ୍ରଭାବ ସିଧାସଳକ ଖାଦ୍ୟ ଉପରେ ପଡିଥାଏ ଏବଂ ଖାଦ୍ୟ ବିଷାକ୍ତ ହେଇଯାଇଥାଏ Iତେଣୁ ଗ୍ରହଣ ପୂର୍ବରୁ ରନ୍ଧା ହୋଇଥିବା ସମସ୍ତ ଖାଦ୍ୟ ସମାପ୍ତ କରି ଦିଅନ୍ତୁ ଏବଂ ବଳକା ଖାଦ୍ୟକୁ ଜୀବଜନ୍ତୁ ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ I ବଳକା ଖାଦ୍ୟକୁ ଭୁଲ ରେ ବି ଗ୍ରହଣ ପରଦିନ ବ୍ୟବହାର କରନ୍ତୁ ନାହିଁ I2) ଭୁଲ୍ ରେ ବି ଚୁଲିରେ ନିଆଁ ଲଗାଇ ପାକ କରନ୍ତୁ ନାହିଁ ଏହାଦ୍ୱାରା ଖାଦ୍ୟ ଉପରେ ପ୍ରଭାବ ପଡିଥାଏ ଏବଂ ତାହାକୁ ଖାଇବା ଦ୍ୱାରା ଯାବତୀୟ ପେଟଜନିତ ସମସ୍ୟା ଆସିଥାଏ I 3) ଯଦି ଆପଣଙ୍କ ଘରେ ଗଙ୍ଗା ଜଳ ଥାଏ ତେବେ ଚନ୍ଦ୍ରଗ୍ରହଣ ପରଦିନ ସକାଳୁ ସ୍ନାନ ସାରି ଘରେ ଗଙ୍ଗାଜଳ ଛିଞ୍ଚନ କରନ୍ତୁ ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ I
ଏମିତିକରିବା ଦ୍ୱାରା ମିଳିଥାଏ ଲାଭ : ଗ୍ରହଣ ପରଦିନ ସକାଳୁ ସ୍ନାନ ସାରି ମହାଦେବ ଙ୍କୁ ରାଷିଲଡୁ ଭୋଗ ଚଢାଇ ଗରିବୀ ମାନଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ I କିନ୍ତୁ ସାବଧାନ ନିଜେ ସେହି ଲଡୁ ଖାଇବେ ନାହିଁ Iଏହାଦ୍ୱାରା ଆପଣଙ୍କର ସମସ୍ୟା ଦୂରୀଭୂତ ହେଇଯାଇଥାଏ 2) ଏହାଛଡା କୌଣସି ଏକ ଓସ୍ତ ଗଛ ମୂଳେ ପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ,ସମସ୍ତ ନକାରାତ୍ମକ ଶକ୍ତି ର ବିନାଶ ଘଟିବ I

Leave a Reply

Your email address will not be published. Required fields are marked *