ମୃତ୍ୟୁ ମୁଁହରୁ ଭାଇର ଜୀବନ କୁ ଛଡାଇ ଆଣିଲା ଭଉଣୀ I ନିଜ କିଡ଼ିନି ଦେଇ ବଂଚାଇଲା ଭାଇର ଜୀବନ I

ଆଜିର ସମାଜରେ ସମ୍ପର୍କ ର ମାନେ କେବଳ ସ୍ୱାର୍ଥ ସାଜିଥିବା ବେଳେ ,ଭାଇ ଭଉଣୀ ,ମା ପୁଅ ,ବାପା ପୁଅ ଭିତରେ ସମ୍ପର୍କ କେବଳ ଲୋକଦେଖାଣିଆ I ନା ଅଛି ସେଥିରେ ସ୍ନେହ ,ନା ମମତା ,I ସ୍ୱାର୍ଥ ପାଇଁ ସମସ୍ତେ ଅନ୍ଧ ପାଲଟିଯାଇଛନ୍ତି I କିନ୍ତୁ ଏମିତି ଏକ ସମୟରେ ସାମ୍ନା କୁ ଆସିଛି ଏକ ବିରଳ ସମ୍ପର୍କ ର ମମତା କଥା I ଭାଇ ଭଉଣୀ ର ସମ୍ପର୍କ ଟା ଟିକେ ନିଆରା Iଭଉଣୀ ଟିଏ ନିଜ ଭାଇକୁ ବହୁତ ସ୍ନେହ କରିଥାଏ

ସେଥିପାଇଁ ତ ବଡ ଭଉଣୀକୁ ମା କୁହାଯାଏ I ଜଣେ ଭଉଣୀ ନିଜ ଭାଇର ଜୀବନ ରକ୍ଷା କରିବାକୁ ନିଜର କିଡ଼ିନି ଦାନ କରିଦେଇଛନ୍ତି I ଏମିତି ଘଟଣା ତ ଆପଣ ସିନେମା ବା କାହାଣୀ ରେ ଦେଖିଥିବେ କିନ୍ତୁ ଏହିପରି ଏକ ଘଟଣା ଘଟିଛି ଧାମନଗର ବ୍ଲକ ଗୋବିନ୍ଦପୁର ରେ I ପ୍ରାପ୍ତ ସୂଚନା ଅନୁଯାଇ ଧାମନଗର ର ଇଚ୍ଛଦା ଗ୍ରାମର କେଶବ ନାୟକ ଏକ ସ୍କୁଲ ରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି I ଲଗାତାର କିଛିଦିନ ଧରି କେଶବ ଙ୍କ ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା I ହସ୍ପିଟାଲ ରେ ପରୀକ୍ଷା ପରେ ଜଣାପଡିଲା ଯେ କେଶବ ଙ୍କର ଦୁଇଟି ଯାକ କିଡ଼ିନି ଖରାପ ହୋଇଯାଇଛି I ଯାହାଫଳରେ ତାଙ୍କର ବଞ୍ଚିବା ବହୁତ କଷ୍ଟକର I କେହିଯଦି ନିଜର କିଡ଼ିନି ଦାନ କରନ୍ତି ତେବେ କେଶବ ବଞ୍ଚିପାରନ୍ତି ନଚେତ ଅନ୍ୟ ଉପାୟ ନାହିଁ I ଏହା ଜାଣିବା ପରେ କେଶବ ଙ୍କର ଘରେ କନ୍ଦାବୋବାଳୀ ପଡିଯାଇଥିଲା ମାତ୍ର 42 ବର୍ଷରେ କେଶବ ଙ୍କର ଏପରି ଅବସ୍ଥା କେମିତି ବା ଘରଲୋକ ସହ୍ୟ କରିପାରିବେ I ତେବେ ଏକଥା ବଡ ଭଉଣୀ ଜାଣିବା ପରେ ବ୍ୟସ୍ତ ହେଇପଡ଼ିଥିଲେ I ନିଜ ହାତରେ କୋଳେଇ କାଖେଇ ବଡ କରିଥିବା ଥିବା ସାନଭାଇକୁ କଣ ସେ ଏତେ ସହଜରେ ଏମିତି ଅବସ୍ଥାରେ ଛାଡିପାରିବେ I ଏମିତିରେ ତ ତାଙ୍କୁ 50 ବର୍ଷ ହେଲାଣି ସାନଭାଇ ଯଦି ତାଙ୍କ କିଡ଼ିନି ରେ ବଞ୍ଚିପାରିବେ ତେବେ ସେ କିଡ଼ିନି ଦେବାକୁ ରାଜି ବୋଲି ଡାକ୍ତର ଙ୍କୁ ଜଣାଇଥିଲେ I ପରେ ଗତକାଲି ଅପରେସନ କରାଯାଇ ବଡ ଭଉଣୀ ଙ୍କ କିଡ଼ିନି ସାନ ଭାଇ କେଶବ ଶରୀର ରେ ପ୍ରତ୍ୟାରୋପଣ କରାଯାଇଥିଲା I ଏବେ ଦୁହେଁ ସୁସ୍ଥ ଅଛନ୍ତି I ଘଟଣାଟି ସମଗ୍ର ଅଂଚଳରେ ଚର୍ଚା ହେବା ସହିତ ବଡ ଭଉଣୀର ଏପରି କାର୍ଯ୍ୟ ପାଇଁ ସବୁ ମହଲରୁ ପ୍ରଶଂସା କରାଯାଉଛି I

Leave a Reply

Your email address will not be published. Required fields are marked *