ଓଡ଼ିଶାର ଏନ୍ତୁଡ଼ି ଶାଳ ସତ୍ୟବାଦିର ବକୁଳବନ ରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ :ଗୁରୁପୂର୍ଣ୍ଣିମା ରେ ଓଡ଼ିଶାର ମହାନ ଗୁରୁଙ୍କୁ ଶ୍ରେଷ୍ଠ ସମ୍ମାନ

ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେବା ନେଇ ପୂର୍ବରୁ ବିଲ ପାସ ହେଇଥିବା ବେଳେ ଏହା କେଉଁ ଜାଗାରେ ହେବ ସେନେଇ ବିଭିର୍ଣ୍ଣ ମତ ମତାନ୍ତର ଲାଗିରହିଥିଲା I ତେବେ ଏଥିପାଇଁ ଆଗକୁ ପାଦ କାଢିଥିଲେ ସତ୍ୟବାଦୀ ଜନସାଧାରଣ I ସତ୍ୟବାଦୀ କମିଟି ତରଫରୁ ରାଜ୍ୟସରକାର ଏବଂ ବିଭିର୍ଣ୍ଣ ଗଣମାଧ୍ୟମ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା ଯେ ସତ୍ୟବାଦିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ପାଇଁ I

କାହିଁକିନା ଓଡ଼ିଆ ସମାଜ କୁ ସତ୍ୟବାଦୀ ମାଟି ର ଅବଦାନ ଅତୁଳନୀୟ I ଓଡ଼ିଆ ଭାଷାର ଏନ୍ତୁଡ଼ି ଶାଳ ବୋଲାଉଥିବା ବକୁଳବନ ରୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେଇଥିଲା ମହାନ ନାୟକ ଗୋପବନ୍ଧୁ ଙ୍କ ତତ୍ୱାବଧାନରେ I ଉତ୍କଳ ର ମଣି ଗୋପବନ୍ଧୁ ଯିଏ କି ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ରାଜ୍ୟର ସ୍ୱାର୍ଥ ରେ ନିଜ ଜୀବନ କୁ ସମର୍ପଣ କରିଥିଲେ କେବଳ ଗୋପବନ୍ଧୁ ନୁହନ୍ତି ସତ୍ୟବାଦୀ ଓଡିଶାକୁ ଦେଇଥିଲା ମହାନ ନାୟକ ଓଡ଼ିଆ ଜାତିର ଶ୍ରେଷ୍ଠ ପଣ୍ଡିତ ଗୋପବନ୍ଧୁ ,ପଣ୍ଡିତ ଆଚାର୍ଯ୍ୟ ହରିହର ,ପଣ୍ଡିତ ନୀଳକଣ୍ଠ ,ପଣ୍ଡିତ କୃପାସିନ୍ଧୁ , ପଣ୍ଡିତ ଗୋଦାବରିଶ I ଯିଏ କି ପଞ୍ଚସଖା ଭାବରେ ନାମିତ I ଖାଲି ପଞ୍ଚସଖା ନୁହେଁ ,ଓଡ଼ିଆ ଜାତିର ଶ୍ରେଷ୍ଠ ଗୁରୁଭାବେ ଏହି ପାଞ୍ଚଜଣ ପରିଚିତ I ତେବେ ଶେଷରେ ସତ୍ୟବାଦୀ କମିଟି ର ଅଭିଯାନ ସଫଳ ହେଇଚି ,ରାଜ୍ୟସରକାର ସତ୍ୟବାଦୀ ରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ରେ ଆଜି ମୋହର ମାରିଛନ୍ତି I ଗୁରୁ ପୂର୍ଣ୍ଣିମା ରେ ଓଡ଼ିଆ ଜାତିର ଶ୍ରେଷ୍ଠ ଗୁରୁମାନଙ୍କୁ ମିଳିଛି ଉପଯୁକ୍ତ ସନମାନ I ସତ୍ୟବାଦିରେ ଖୁସିର ଲହରୀ ଖେଳିଯାଇଛି I ତୁହାକୁ ତୁହା ବାଣ ରୋଷଣୀ ରେ ଫାଟି ପଡୁଛି ସତ୍ୟବାଦୀ I ଯାହାହେଉ ଏତେଦିନ ପରେ ହଜିଯାଇଥିବା ସତ୍ୟବାଦୀର ଗୌରବ ପୁଣିଥରେ ଫେରି ଆସିପାରିବ I

Leave a Reply

Your email address will not be published. Required fields are marked *