ସୁଦର୍ଶନ ଚକ୍ର ର ସୃଷ୍ଟି ପଛରେ ରହିଛି ଏହି ଆଶ୍ଚର୍ଯ୍ୟ କାହାଣୀ

 

ଆମେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଫଟୋ ବା ମୂର୍ତ୍ତି ଦେଖୁ ସେତେବେଳେ ଆମର ଆମର ଦୃଷ୍ଟି ଆସେ ସୁଦର୍ଶନ ଚକ୍ର ଉପରେ।ଆଜି ଆମେ ସୁଦର୍ଶନ ଚକ୍ରର ନାମକରଣ ଏବଂ ତାହାର ସୃଷ୍ଟି ବିଷୟରେ ଜାଣିବା।ବିଷ୍ଣୁ ତାଙ୍କର ଦକ୍ଷିଣ ହସ୍ତରେ ଧାରଣ କରିଥିବା ଗୋଟିଏ ଅସ୍ତ୍ରର ନାମ ହେଉଛି ସୁଦର୍ଶନ।ଏବଂ ଏହାର ଅରର ସଂଖ୍ୟା ହେଉଛି ୧୨।

ଦୁଇଟି ଶବ୍ଦର ଆଧାରରେ ସୃଷ୍ଟି ହୋଇଛି ସୁଦର୍ଶନ ଚକ୍ର।ଗୋଟିଏ ଶବ୍ଦ ହେଲା ସୁଦର୍ଶନ ଶୁ ଏବଂ ଦର୍ଶନ ।ଦର୍ଶନର ଅର୍ଥ ହେଲା ଦୃଷ୍ଟି ଏବଂ ଶୁ ର ଅର୍ଥ ହେଲା ପବିତ୍ର ବା ଶୁଭ।ଏବଂ ଅନ୍ୟ ଶବ୍ଦ ଟି ହେଲା ଚକ୍ର। ଚ୍ରୁଃ ଏବଂ କ୍ରୁଃ କୁ ନେଇ ଏହା ସୃଷ୍ଟି। ଚ୍ରୁଃ ର ଅର୍ଥ ହେଉଛି ଗତିଶୀଳ ଏବଂ କ୍ରୁଃ ର ଅର୍ଥ ହେଉଛି କରିବା।

ଏହିପରି ଭାବେ ଚକ୍ରର ଅର୍ଥ ହେଉଛି ଗତିଶୀଳ ହୋଇ କାର୍ଯ୍ୟ ସମ୍ପାଦନ କରିବା।ସବୁ ଦିବ୍ୟ ଅସ୍ତ୍ର ମଧ୍ୟରେ ସୁଦର୍ଶନ ଚକ୍ର ହେଉଛି ଏକମାତ୍ର ଅସ୍ତ୍ର ଯାହାକି ସବୁବେଳେ ଓ ସବୁସମୟରେ ଘୁରି ବୁଲୁଥାଏ।ଯେତେବେଳେ ରକ୍ଷାସ୍ ମାନେ ଅଧିକ ଶକ୍ତିଶାଳୀ ହୋଇ ସବୁ ଋଷି ମୁନି ଏବଂ ଦେବତା ମାନଙ୍କ ଉପରେ ଅତ୍ୟାଚାର କଲେ ସେତେବେଳେ ସବୁ ଦେବତା ଏବଂ ଋଷି ମନେ ପାଳନ କର୍ତ୍ତା ବିଷ୍ଣୁ ଙ୍କ ନିକଟରେ ଶରଣ ପଶିଲେ।ସେହି ସମୟରେ ବିଷ୍ଣୁ କହିଲେ ସଂହାର କର୍ତ୍ତା ହେଉଛନ୍ତି ମହାଦେବ ତାଙ୍କୁ ପୂଜା କରିବା ଉଚିତ୍।

ଏହାପରେ ସ୍ଵୟଂ ବିଷ୍ଣୁ ମହାଦେବ ଙ୍କୁ ଆରାଧନା କରିବାକୁ ଲାଗିଲେ।୧୦୦୦ ପଦ୍ମ ଫୁଲ ଆଣି ଶିବଙ୍କର ୧୦୦୦ ନାମ ଜପ କରି ପୂଜା କରିବାକୁ ଲାଗିଲେ।ଭଗଵାନ ବିଷ୍ଣୁ ୯୯୯ ଫୁଲ ଅର୍ପଣ କରିବା ପରେ ଦେଖିଲେ ଗୋଟିଏ ପଦ୍ମ ଫୁଲ କମ୍ ଅଛି।ସେ ବିବ୍ରତ ହୋଇଗଲେ କାରଣ ଶିବଙ୍କ ପୂଜାରେ ବିଘ୍ନ ଆସିଲେ ତାହା ଅମଙ୍ଗଳ ହୋଇଥାଏ।କିନ୍ତୁ ଭଗବାନ ଶିବ ସେ ଫୁଲକୁ ଲୁଚେଇ ଦେଇ ବିଷ୍ଣୁଙ୍କ ପରୀକ୍ଷା ନେଉଥିଲେ।

ଆପଣ ଜାଣିଥିବେ ବିଷ୍ଣୁଙ୍କୁ କମଳ ନୟନ ବୋଲି କୁହାଯାଏ।ଗୋଟେ ଫୁଲ କମ୍ ଥିବାରୁ ସେ ତାଙ୍କର ଗୋଟେ ଆଖି ତାଡି ଶିବଙ୍କୁ ଅର୍ପଣ କରିଦେଲେ।ଭଗଵାନ ଶିବ ଏହା ଦେଖି ପ୍ରସନ୍ନ ହୋଇଗଲେ ଏବଂ କହିଲେ ଆପଣ ହେଉଛନ୍ତି ପାଳନ କର୍ତ୍ତା।କିନ୍ତୁ ସଂହାର କରିବାର କିଛି ଶକ୍ତି ବି ଆପଣଙ୍କ ପାଖରେ ରହିବା ଦରକାର।ଆପଣଙ୍କ ହାତରେ ଶଙ୍ଖ ଯାହା ଧର୍ମକୁ ବୁଝାଏ।

ପଦ୍ମ ଫୁଲ ଯାହା ଭକ୍ତି ଆଉ ଭାବନାକୁ ବୁଝାଏ।ଏବଂ ଗଦା ଯାହା ଦୁଷ୍ଟଙ୍କୁ କେବଳ ଦଣ୍ଡ ଦେଇଥାଏ।କିନ୍ତୁ ଗଦା ଦୃଷ୍ଟଙ୍କୁ ସଂହାର କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।ତେଣୁ ମୁଁ ତୁମକୁ ସୁଦର୍ଶନ ଚକ୍ର ପ୍ରଦାନ କରୁଛି।ଯାହା ଦୁଷ୍ଟ ଶକ୍ତିଙ୍କୁ ସଂହାର କରିପାରିବ।ଏହା କହି ଶିବ ଭଗଵାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *