କିକି ଚାଲେଞ୍ଜ ନ ନେବାକୁ ପରାମର୍ଶ ଦେଲା ଓଡ଼ିଶା ପୁଲିସ୍।ଜାଣନ୍ତୁ କଣ ଏହି କିକି ଚାଲେଞ୍ଜ କାହିଁକି ହେଉଛି ଭାଇରାଲ୍

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚାଲିଛି ଏକ ନୂଆ ଟ୍ରେନ୍ଦ୍। କିକି ଚାଲେଞ୍ଜ ନେଇ ତାହାର ଭିଡିଓ ପୋଷ୍ଟ କରିବା ପାଇଁ ଲୋକେ ଆମର ପ୍ରତିଯୋଗିତା ଲଗାଇଛନ୍ତି।

ବ୍ଲୁ ୱ୍ହେଲ୍ ପରେ ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆ ରେ ବହୁତ୍ ଜୋର୍ ଧରୁଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କିଛି କଥା।

କଣ ଏହି କିକୀ ଚାଲେଞ୍ଜ?

କିକି ଚାଲେଞ୍ଜ କହିଲେ ଏକ ଚାଲୁଥିବା କାର୍ ରୁ ଡୋର୍ ଖୋଲି ବାହାରକୁ ଯାଇ ଚଳନ୍ତା କାର ର କିକି ମ୍ୟୁଜିକ୍ ସହ ତାଳ ଦେଇ କାର ସହ ଚାଲିବ।

ଏକ କିକି ଚାଲେଞ୍ଜ ଭିଡିଓ ନିମ୍ନ ରେ ଦିଆଗଲା।

କଣ ପାଇଁ ଓଡ଼ିଶା ପୁଲିସ୍ ମନା କରୁଛି ଏହି ଚାଲେଞ୍ଜ କୁ?

ଏହା ଦେଖିବାକୁ ଓ ଶୁଣିବାକୁ ମଜାଳିଆ ଲାଗୁଥିଲେ ମଧ୍ୟ ପ୍ରକୃତ ରେ ଏହା ବହୁତ୍ ରିଷ୍କ୍ ର ଖେଳ ହୋଇଥାଏ। ଯେହେତୁ ରାସ୍ତାରେ ଏହା କରାଯାଏ ଏହା ଦ୍ବାରା ଦୁର୍ଘଟଣା ର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ଏ ସବୁ କୁ ଏଡ଼ାଇବା ନେଇ ପୁଲିସ୍ ଲୋକ ମାନଙ୍କୁ ଏହି ଚ୍ୟାଲେଞ୍ଜ ନ ନେବାକୁ ଅନୁରୋଧ କରୁଛି।

ଏହା ଉପରେ ଟିପ୍ପଣୀ ଦେଇ କମିଶରେଟ୍ ପୁଲିସ୍ କହିଛନ୍ତି ଯେ ଏହା ଏକ ବିକୃତ ମାନସିକତା। ଯାହା କି ଆଜିକାଲି ଲୋକ ମାନଙ୍କ ମଧ୍ୟ ରେ ଲୋକପ୍ରିୟ ହେବାକୁ ଲାଗିଛି।

ଏହାକୁ ନ ନେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *