କର୍କଟ ପୀଡିତ ଇର୍‌ଫାନଙ୍କ କୋହଭରା ବୟାନ :ଯେ କୌଣସି ମୁହୂର୍ତ ମୋର ଶେଷ ସମୟ ହେଇପାରେ

କେବେ ସେ ନାୟକ ତ କେବେ ପାର୍ଶ୍ଵ ଖଳନାୟକ I ସିନେମା ର ଗତି ବଦଳାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I 1988 ରୁ ସଲାମ ବମ୍ବେ ରୁ ବଲିୟୁଡ଼ ରୁ ନିଜ କାରିଅର ଆରମ୍ଭ କରିଥିବା ଇରଫାନ ୟା ଭିତରେ ପାଖାପାଖି 83 ଟି ସିନେମାରେ ନିଜର ବଳିଷ୍ଠ ଅଭିନୟର ର ଛାପ ଛାଡିଛନ୍ତି I ଯେଉଁଥିପାଇଁ ତାଙ୍କୁ 2011 ରେ ପଦ୍ମଶ୍ରୀ ଆୱାର୍ଡ ରେ ସନମାନିତ କରାଯାଇଥିଲା I ବିଭିର୍ଣ୍ଣ ସଂସ୍ଥା ପକ୍ଷରୁ ଅସଂଖ୍ୟ ଉପାଧି ରେ ଭୂଷିତ ହେଇଛନ୍ତି ସେ I କିଛିଦିନ ତଳେ 51 ବର୍ଷରେ ତାଙ୍କୁ ନ୍ୟୁରୋ-ଏଣ୍ଡୋକ୍ରିନ୍‌ କର୍କଟ ରୋଗ ହେଇଥିବା ଜଣାପଡିବା ପରେ ତାଙ୍କ ପ୍ରଶଂସକ ମାନେ ଦୁଃଖରେ ଭାଙ୍ଗିପଡିଥିଲେ I

ତେବେ ୟା ଭିତରେ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଛି I ଚତୁର୍ଥ ପର୍ଯାୟରେ ଉପନୀତ କେବଳ ଦୁଇଟି ପର୍ଯ୍ୟାୟ ବାକି ରହିଥିବା ବେଳେ ଇରଫାନ ନିଜେ ହିଁ ଭାଙ୍ଗି ପଡିଛନ୍ତି I ଏବଂ କହିଛନ୍ତି ମତେ ଏମିତି ଲାଗୁଚି ଯେପରି ଯେ କୌଣସି ମୁହୁର୍ତରେ ମୋର ଶେଷ ସମୟ ଆସିଯାଇପାରେ I

ଇରଫାନ କୋହଭରା ରେ ଲେଖିଛନ୍ତି ଯେ ”ଅନେକ ସ୍ବପ୍ନ , ଲକ୍ଷ୍ୟ, ଏବଂ ଆଶା ଆକାଂକ୍ଷା ନେଇ ତାଙ୍କ ଜୀବନ ଯାତ୍ରା ଗତିକରୁଥିବା ବେଳେ , ମଝି ବାଟରେ ଅଦିନ ଝଡ ପରି ତାଙ୍କ ସ୍ବପ୍ନ ଆଶା ମଉଳି ଯିବାକୁ ବସିଛି I

ଆଗକୁ ଅନେକ ରାସ୍ତା ଥିଲେ ମଧ୍ୟ , ନିର୍ଧାରିତ ସମୟ ପୂର୍ବରୁ କେହି ଯେମିତି ଅଧା ବାଟରେ ଓଲ୍ହାଇବାକୁ ନିର୍ଦେଶ ଦେଉଛି Iଆଗକୁ ଆହୁରି ଅନେକ ବାଟ ବାକି ଥିବା କହିଲେ ମଧ୍ୟ କେହି ଯେମିତି ଶୁଣିବାକୁ ନାରାଜ I ସତେଯେମିତି ଅଧା ବାଟରେ ତାଙ୍କ ସମୟ ସରିବାକୁ ଯାଉଛି ଏବଂ ଟ୍ରେନ ଯାତ୍ରା ରୁ ତାଙ୍କୁ ଅବସର ନେଇ ଓଲ୍ହାଇ ବାକୁ ପଡିବ I

Leave a Reply

Your email address will not be published. Required fields are marked *