ଫାଶୀ ଦେବା ପୂର୍ବରୁ ଅପରାଧୀ କାନରେ କ’ଣ କହିଥାଏ ଘାତକ ?

ଯେତେବେଳେ ଜଣେ ଅପରାଧୀ ଜଘନ୍ୟ କାଣ୍ଡ କରିଥାଏ ,ଏବଂ ବିଚାରପତି ହୃଦବୋଧ କରିଥାନ୍ତି ଯେ ଅପରାଧୀ ର ବଞ୍ଚିବା ଉଚିତ ନୁହେଁ ସେତେବେଳେ ତାକୁ ଫାଶୀଦଣ୍ଡ ଦିଆଯାଇଥାଏ Iଯିଏ ଅପରାଧୀ କୁ ଏହି ଫାଶୀ ଦେଇଥାଏ ତାକୁ ଘାତକ କୁହାଯାଏ I ଫାଶୀ ଦେବା ଏତେ ସହଜ କାମ ନୁହେଁ I ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସେହି ବ୍ୟକ୍ତିର ସେତିକି କଲିଜା ଟାଣ ହେଇଥିବା ଦରକାର I ତେବେ ଭାରତରେ ଏଥିପାଇଁ ଦୁଇଜଣ ଘାତକ ସରକାର ଙ୍କ ଦ୍ୱାରା ନିୟୋଜିତ ହେଇଛନ୍ତି ଯେଉଁମାନେ କି ସରକାର ଙ୍କ ଠାରୁ ଦରମା ନେଇଥାନ୍ତି I ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀକୁ ଫାଶୀ ଦେଇଥିବା ଘାତକ କୁ ସରକାର ଙ୍କ ତରଫରୁ 25000 ପୁରସ୍କାର ଦିଆଯାଇଥିଲା I

ତେବେ ସାଧାରଣତଃ ଆମେମାନେ ସିନେମା ରେ ଦେଖିଥାଉ କି ଫାସୀ ଦେବା ସମୟରେ ଘାତକ ଅପରାଧୀ ର ମୁଁହକୁ ଏକ କଳାକନାରେ ଘୋଡାଇଦେବା ସହିତ ଅପରାଧୀ ର କାନରେ କିଛି କହିଥାଏ I କିନ୍ତୁ ଏହା ବାସ୍ତବରେ ମଧ୍ୟ ସତ ଅଟେ I ଅନେକ ଙ୍କ ମନରେ ବହୁତ ପ୍ରଶ୍ନ ଉଠିଥାଏ କଣ କହିଥାଏ ଘାତକ ,ଅପରାଧୀ ର ଶେଷ ସମୟରେ I

ତେବେ ଫାଶୀ ଦେବା ର କିଛି ମୁହୂର୍ତ ପୂର୍ବରୁ ଘାତକ ଅପରାଧୀ ର କାନରେ କହିଥାଏ କି ମତେ କ୍ଷମା କରିଦେ ଭାଇ ,ମୁଁ ନାଚାର ଏବଂ ଅସହାୟ ,ସରକାରଙ୍କ ଆଦେଶର ଗୋଲାମ ,ମୁଁ କେବଳ ମୋର କର୍ତବ୍ୟ କରୁଛି I

ଯଦି ଅପରାଧୀ ହିନ୍ଦୁ ହେଇଥାଏ ତେବେ ରାମ ରାମ କହିବା ସହିତ ଫାଶୀର ଫନ୍ଦା କୁ ଘାତକ ଟାଣିଦେଇଥାଏ I ଏବଂ ମୁସଲିମ ହେଇଥିଲେ ଶେଷ ସଲାମ କରିଥାଏ I

Leave a Reply

Your email address will not be published. Required fields are marked *