ଦୁଇ ସନ୍ତାନକୁ ଛାଡି ଫାଇନାନ୍ସ କର୍ମଚାରୀ ସାଙ୍ଗରେ ମା ଫେରାର

କୁହାଯାଏ ପ୍ରେମ ଅନ୍ଧ କେତେବେଳେ କାହାକୁ କେମିତି ହେଇଯାଏ କହିହୁଏନି I ନା ସେ ଜାତିଭେଦ ଦେଖେ ନା ସମାଜରେ ମନମହତ I ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଫୁଲୁପଡ଼ା ଅଞ୍ଚଳରେ I ଜଣେ ଫାଇନାନ୍ସ କର୍ମଚାରୀ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡିଯାଇଥିଲେ I ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଯାଇଥିଲା I ଫାଇନାନ୍ସ କର୍ମଚାରୀ ଙ୍କ ନାମ ଅଜୟ I ମହିଳା ଜଣଙ୍କ କେବଳ ବିବାହିତା ନୁହନ୍ତି ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି I ଗୋଟିଏ ପୁଅ ଏବଂ ଗୋଟିଏ ଝିଅ I କିନ୍ତୁ ମହିଳା ଜଣଙ୍କ ଦୁଇ ସନ୍ତାନ କୁ ଛାଡି ପ୍ରେମିକ ଅଜୟ ସାଙ୍ଗରେ ଫେରାର ହେଇଯାଇଛନ୍ତି I ଏନେଇ କିନ୍ତୁ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ କୁ ଫାଇନାନ୍ସ କର୍ମଚାରି ଜୋରକରି ଅପହରଣ କରିନେଇଛି I

Leave a Reply

Your email address will not be published. Required fields are marked *