ପୃଥିବୀ କୁ ମାଡି ଆସୁଛି ମହାବିପଦ I ପରିବେଶ ସୁରକ୍ଷା ଜିବନ ରକ୍ଷା

ଆମେ କେବେ ଚିନ୍ତା କରିଛେ କି ଆଜି ଯଦି ଏହି ସୁନ୍ଦର ଧରା ପ୍ରୃଷ୍ଠ ରେ ଜୀବନ ପାଇଛେ ଏବଂ ଜୀବନ ସମ୍ଭବ ହୋଇଛି ତାହା କେବଳ ଉପଯୁକ୍ତ ପରିବେଶ ଲାଗି ।ଯଦି ଜୀବନ ଯାପନ ପାଇଂ ପରିବେଶ ଅନୁକୁଳ ନଥାନ୍ତା ତେବେ ଏତେ ବଡ ସୌରମଣ୍ଡଳ ରେ ଅନ୍ୟ ଗ୍ରହ ଭଳି ପ୍ରୃଥିବୀ କେବଳ ମାତ୍ର ମାଟି ପିଣ୍ଡୁଳା ହୋଇଥାନ୍ତା।ପରିବେଶ ବିନା ଆମର ଅସ୍ତିତ୍ବ ହିଂ ସ୍ବପ୍ନ । ନିକଟ ଅତୀତ ରେ ଜାତିସଂଘ ବି ବିଶ୍ବ ର ତାପାୟନ ର ଆଶାତୀତ ବ୍ରୃଦ୍ଧି ଯୋଗୁଂ ଚିନ୍ତା ପ୍ରକଟ କରିଛନ୍ତି ।୨୦୨୦ ସୁଦ୍ଧା ସାରା ବିଶ୍ବ ର ତାପମାତ୍ରା ହୁଏତ ୫୦ଂ କୁ ଛୁଇଂବ ।ଉଚ୍ଚତାପମାତ୍ରା ଯୋଗୁଂ ପ୍ରକ୍ରୁତି ତାର ସନ୍ତୁଳନ ହରାଇ ବିଭିନ୍ନ ପ୍ରକାର ପ୍ରାକ୍ରୃତିକ ବିପର୍ୟ୍ଯୟ ମାନ ଘଟାଇବ ।ଗତ କେତେ ବର୍ଷ ଧରି ଦ୍ରୁତ ଗତି ରେ ବଢୁଥିବା ଶିଳ୍ପାୟନ ,ରାସ୍ତା , ନୁଆ ନୁଆ ସହର ଓ ଯାନ ବାହାନ ର ବହୁ ପରିମାଣ ରେ ବ୍ୟବହାର ହିଂଁ ଜଳବାୟୁ ଉପରେ ବହୁ କୁପ୍ରଭାବ ପକାଇଛି

।ଏଣୁ ସାରା ବିଶ୍ବ ଆଜି ଚିନ୍ତିତ ହୋଇ ବ୍ରୃକ୍ଷରୋପଣ ଉପରେ ହିଂଁ ଅଧିକ ଗୁରୁତ୍ବ ଦେଉଛନ୍ତି ।ଏଥିପାଇଂଁ ପ୍ରତ୍ୟକ ଦେଶ ରେ ବହୁ ସରକାରୀ ,ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବେଶେଷ ବ୍ରୃକ୍ଷ ରୋପଣ ଅଧିକରୁ ଅଧିକ କରିବାପାଇଂଁ ବିଭିନ୍ନ ସଚେତନା ଧର୍ମୀ କାର୍ୟ୍ୟକର୍ମ ଆପଣେଇଛନ୍ତି ।
ତେଣୁ ଯୁବପୀଢମାନକଂର ର ପ୍ରଥମ କର୍ତ୍ତବ୍ୟ ହେଉଛି ପରିବେଶ ସୁରକ୍ଷା ପ୍ରତି ସେଚତନ ହେବା ଓ ଅନ୍ୟମାନକୁଂ ସେଚତନ କରାଇବା । ଆମେ ଆଧୁନିକତା ପଥରେ ଆଗଉ ଆଗଉ ପରିବେଶ ପ୍ରତି ଅନେକ ଅବହେଳା କରିଆସୁଛେ । ଏଣୁ ଆସନ୍ତୁ ଏହାର ଆରମ୍ଭ ପ୍ରଥମେ ଆମ ଗ୍ରାମ ରୁ ହିଂଁ କରିବ। ପୁର୍ବ ଭଳି ସବୁଜ ବଳୟ ରେ ଭରା ଆମ ଗାଂ ଆଉ ଦେଖାଯାଉନି । ଚାରିଆଡେ କେବଳ ଇଟା ସିମେଣ୍ଟ ଆଉ କଂକ୍ରିଟ ର ଜଂଗଲ।ତାପମାତ୍ରା ପ୍ରାୟତଂଃ ୪୫ଂ କୁ ଛୁଇଲାଣି । ଅସହ୍ୟ ଗରମ , ଗୁଳଗୁଳି ସାଂଗକୁ ପ୍ରକ୍ରୃତି ର ତାଣ୍ଡବ ରେ ଆମେ ମାନେ ଆଜି ଅତିଷ୍ଠ ।ତେବେ ଆମେ ସବୁ ଜାଣି ବି ନିରବ ।ହୁଏତ ଏହି ନିରବତା ଦିନେ ଆମ ଜୀବ ଜଗତ କୁ ଧ୍ବଂସ ମୁଖ କୁ ଟାଣିନେବ ।

ତ୍ରୃଷାତୁର ମଣିଷକୁ ଜଳ ବିନା ଛଟପଟ ହେବା କୁ ପଡିବ ,ଛାଇ ବିନା ଆମେ ମାନେ ପାଗଳ ପ୍ରାୟ ପ୍ରଳାପ କରୁଥିବା , ନିଶ୍ବାସ ରେ ବିଷ ମାନ ଅାମ ଶରୀର ଭିତରକୁ ଯାଇ ମ୍ରୃତ୍ୟୁ ର ନିକଟବର୍ତ୍ତୀ କରାଇବ।ଯାହାର ଲକ୍ଷଣମାନ ଏବେଠୁ ଦ୍ରୃଶ୍ୟମାନ ହେଲାଣି। ନଦୀ ମାନ ସବୁ ଶ୍ରାବଣ ମାସ ରେ ବି ଶୁଖିଲା ପଡଗଲାଣି ,ଭୁତଳ ଜଳ ବି ନିମ୍ନ ଗାମୀ ହେଲାଣି , କାହିଂ ଏମିତି ହୋଇନଯାଉ କି ଆମର ବିକାଶ ପାଇଂ ପ୍ରଚେଷ୍ଟା ପ୍ରୃଥିବୀ ପ୍ରୃଷ୍ଠରୁ ଜୀବନ କୁ ଶେଷ କରିନେଦେଉ ।ଏଣୁ ବେଳ ନ ବୁଡୁଣୁ ଆମକୁ ଏବେଠୁ ଜାଗ୍ରତ ଏବଂ ସଚେତନ ହୋଇଯିବାକୁ ପଡିବ ।ବର୍ତ୍ତମାନ ସମୟରେ ସଭିଂକ ଇଛା ଭଲ ପାଠ ପଢି ଭଲ ରୋଜଗାର କରି ସବୁଠୁ ବଡ କୋଠା ,ଦାମୀ ଗାଡି ଚଢିବା,ଅଳକାଂର ପିନ୍ଧିବା ସହ ଦୁନିଆର ସବୁ ସୁଖ ପ୍ରାଚୁର୍ୟ୍ଯ ରେ ଜୀବନ କଟାଇବା ।କିନ୍ତୁ ଏ ସମାଜ ପାଇଂ ଆମର ଦାୟିତ୍ବ କୁ ପାଶୋରି ଦେଇଛୁ।

ମାଟି ,ପାଣି,ପବନ ପ୍ରକ୍ରୃୃତିର ଦାନ । କିନ୍ତୁ ଆଜିର ଯୁବ ସମାଜ ତାର ନିଜସ୍ବ ସ୍ବପ୍ନ ସତ କରୁ କରୁ ଆମର ପରିବେଶ ପ୍ରତି ଥିବା ତାର ଦାୟୀତ୍ବ ଭୁଲି ବସିଛି ।ଆମର ଜନ୍ମ ଠାରୁ ପ୍ରକ୍ରୃତି ଆମକୁ ସବୁ କିଛି ବିନା ସ୍ବାର୍ଥ ଓ ବିନା ମୁଲ୍ୟ ରେ ଦେଇଅାସିଛି । ପ୍ରକ୍ରୃତି ନିକଟରେ ଆମେ ଚିର ରୁଣୀ। ସାମାଜିକ ଜୀବନରେ ଆମେ ଯାହା ରୁଣ କରୁ ତାହାର ସୁଧ ମୁଳ ସହ ସୁଝୁ ,ନଚେତ୍ ଆମ ଅନ୍ତେ ଆମ ପିଲା ମାନେ ଶୁଝନ୍ତି । ତେଣୁ ଆମର ପ୍ରକ୍ରୃତି ମା ର ସେବା ଓ ରକ୍ଷଣାବେକ୍ଷଣ ପାଇଂ ଏବେଠୁ ପ୍ରଚେଷ୍ଟ ଆରମ୍ଭ କରିବା ।
ଏହି ଚେଷ୍ଟା ଆମେ ପ୍ରଥମେ ନିଜେ ନିଜ ଠାରୁ ହିଂ ଆରମ୍ଭ କରିବା । ନିଜ ଘର ଏବଂ ଏହାର ଆଖପାଖ କୁ ସ୍ବଚ୍ଛ ରଖିବା ସହ ବ୍ରୃକ୍ଷ ରୋପଣ କରିବା ।ଆମ ଗାଂଁ

ମନ୍ଦିର ,ପୋଖରୀ ,ବିଦ୍ୟାଳୟ ଏବଂ ଆଖପାଖ ଅଂଚଳ କୁ ସ୍ବଚ୍ଛ ରଖିବା ସହ ଖାଲି ଥିବା ସ୍ଥାନ ମାନକଂରେ ଅଧିକରୁ ଅଧିକ ଗଛ ଲଗାଇବା ଏବଂ ତାର ଯତ୍ନ ନେବା ।କେବଳ ଗଛ ଲଗାଇ ଗ୍ରୁପ୍ ଫଟୋ ନେଇ ସୋସିଆଲ ମିଡିଆ ରେ ଭାଇରାଲ କଲେ ହେବ ନାହିଂ ପ୍ରତ୍ୟକ ବର୍ଷ ଲଗାଯାଉଥିବା ଗଛ ମାନକଂ ମଧ୍ୟ ରୁ କେତୋଟି ବଂଚିଛି ତାର ହିସାବ ରଖିବା ।ଆମ ଗ୍ରାମ ପରିବେଶ କୁ ପୁଣିଥରେ ସବୁଜିମା ରେ ଭରିଦେବା ।ଯେମିତି ଆମ ଗାଂ ପୋଖରୀ କୁଳେ ସକାଳେ ସଂଧ୍ୟା ରେ ପକ୍ଷୀମାନକଂର କାକଳୀ ରେ ଗୁଞରୀ ଉଠିବ ।ଆମେ ମାନେ ସବୁ ଏକାଠି ହୋଇ ଏକ ପ୍ରାକ୍ରୃତିକ ସବୁଜିମା ମୟ ଗାଂଁ ଗଢିବା ।ଆମ ଭବିଷ୍ୟତ ପିଢି ଯେପରି ଏକ ସୁନ୍ଦର ଓ ସ୍ବାସ୍ଥ୍ୟକର ପରିବେଶ ରେ ରହି ବିକାଶ ର ରଥ କୁ ଆହୁରି ଆଗକୁ ନେବ ସେଥିପାଇଂ ଶତ ପ୍ରତିଶତ ଚେଷ୍ଟା କରିବା ।

One Comment on “ପୃଥିବୀ କୁ ମାଡି ଆସୁଛି ମହାବିପଦ I ପରିବେଶ ସୁରକ୍ଷା ଜିବନ ରକ୍ଷା”

  1. HAPPY EARTH DAY
    More and more plants donated by radha shyam and planted by village people where more than 200 trees aged about 150 years were cut down by govt., Awareness spread among people of Jajpur, Odisha on the occassion of Earth Day day on 22th June celebrated in 2019. Endeavouring to follow the hon’ble National Green Tribunal’ obiter dicta. Life is synonym of green nature, if environment can’t be saved then so can’t be our lives. Consciousness for nature is heart beat for our upcoming generation. Save plants to avoid extinction of human specie.Radha Shyam Das. jajpur Odisha 8658363207

Leave a Reply

Your email address will not be published. Required fields are marked *