ସତ୍ୟବାଦୀ ବିଜେଡି ରେ ବିସ୍ପୋରଣ :ବିଧାୟକ ଙ୍କୁ ଦଳୀୟ କର୍ମୀ ଙ୍କ ବିରୋଧ

ଓଡିଶା ରାଜନୀତିରେ ସତ୍ୟବାଦୀ ର ସ୍ଥାନ ସ୍ୱତନ୍ତ୍ର I ଯେତେବେଳେ ରାଜ୍ୟରେ ବିଜେଡି ହାୱା ବହୁଛି ସେତେବେଳେ କିନ୍ତୁ ସତ୍ୟବାଦୀ ବାସି ବିଜେଡି କୁ ପ୍ରତ୍ୟାଖାନ କରି ସ୍ୱାଧୀନ ପ୍ରାଥୀ ଉମା ସାମନ୍ତରାୟ ଙ୍କୁ ବିଜୟୀ କରାଇଥିଲେ I ପରେ ଅବଶ୍ୟ ନିଜର ରାଜନୈତିକତା ଫାଇଦା ପାଇଁ ବିଜେଡି ରେ ଯୋଗ ଦେଇଥିଲେ ଉମା ସାମନ୍ତରାୟ I କିନ୍ତୁ ନିଜର ଏକଚାଟିଆ ଏବଂ ମନମୁଖୀ ସାଶନ କୁ ଦଳୀୟ କର୍ମୀ ବିରୋଧ କରିଥିବାର ବହୁ ନଜିର ରହିଆସିଛି I ବିଜେଡି ରେ ଦଳୀୟ କର୍ମୀ ଏତେ ସହଜରେ ଶ୍ରୀଯୁକ୍ତ ସାମନ୍ତରାୟ ଙ୍କୁ ଗ୍ରହଣ କରିପାରିନଥିଲେ I

ବାରମ୍ବାର ଅଭିଯୋଗ ଆସେ ଯେ ବିଧାୟକ ସତ୍ୟବାଦୀ ମାଟିର ହେଇନଥିବାରୁ ସତ୍ୟବାଦୀ ପ୍ରତି ତାଙ୍କର ଆନ୍ତରିକତା ରେ ଉଣା ରହିଯାଉଛି I କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ମଧ୍ୟ ବିଧାୟକଙ୍କୁ ସତ୍ୟବାଦୀ ଅଂଚଳ ବାସି ଙ୍କ ତୀବ୍ର ସମାଲୋଚନା ଦେଖିବାକୁ ମିଳେ ସେ ବକୁଳବନ ର ବିକାଶ କାର୍ଯ୍ୟ ବନ୍ଦ କରିବା ଅଭିଯୋଗ ହେଉ ବା ଓଡ଼ିଆ ବିଶ୍ୱବିଦ୍ୟାଳୟ କୁ ବିରୋଧ କରିବା କଥା ହେଉ I ଚାରି ବର୍ଷ ମଧ୍ୟରେ ସତ୍ୟବାଦୀ ରେ କୌଣସି ବିକାଶ ମୂଳକ କାର୍ଯ୍ୟ ହେଇନଥିବା ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରିଆସୁଛନ୍ତି I ବିଧାୟକ ଙ୍କ ବିରୁଦ୍ଧରେ କୁହୁଳୁଥିବା ନିଆଁ କ୍ରମଶଃ ଉଗ୍ର ରୂପ ନେବାରେ ଲାଗିଛି I ଆଜି ବିଜେଡି ସତ୍ୟବାଦୀ ବ୍ଲକ ସଭାପତି ରତିକାନ୍ତ ମିଶ୍ର ଓ କଣାସ ବ୍ଲକ ସଭାପତି ସୁଶୀଲ କାନ୍ତ ରାଉତ୍ ଙ୍କ ନେତୃତ୍ବରେ ଶହ ଶହ କର୍ମୀ ଏକଜୁଟ ହେଇ ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ଙ୍କୁ ଫେରାଦ ହେଇଛନ୍ତି I

କର୍ମୀ ଏବଂ ସଭାପତି ଙ୍କ ଅଭିଯୋଗ ଅନୁଯାଇ ବିଧାୟକ ବିଜେଡି କର୍ମୀ ଙ୍କୁ ସାଙ୍ଗରେ ନନେଇ ତାଙ୍କ ଏକଚାଟିଆ ଶାଶନ ଚଳାଇଛନ୍ତି I ଯେଉଁଥିରେ କି ସମସ୍ତ ଦଳୀୟ ତୃଣମୂଳ କର୍ମୀ ଅସନ୍ତୋଷ ଏବଂ ବିଜେଡି ଛାଡି ଅନ୍ୟ ଦଳଭିମୁଖୀ ହେବାରେ ଲାଗିଛନ୍ତି I ଏ ସଙ୍କଟ ସମୟରେ ବିଜେଡି କୁ ବଞ୍ଚାଇବାକୁ ଦୁଇ ବ୍ଲକ ସଭାପତି ରତିକାନ୍ତ ମିଶ୍ର ଓ ସୁଶୀଲ କାନ୍ତ ରାଉତ୍ ଅଣ୍ଟା ଭିଡିଛନ୍ତି I

ସମସ୍ତ କର୍ମୀ ଙ୍କୁ ପୁନର୍ବାର ଏକତ୍ରିତ କରାଇ ଦଳ ଛାଡିବାର ନିଷ୍ପତି ରୁ ଓହରିବାକୁ ଅନୁରୋଧ କରିଛନ୍ତି ଏବଂ ବିଜେଡି କୁ ବଞ୍ଚାଇବାକୁ ସାଂସଦ ପିନାକୀ ମିଶ୍ର ଙ୍କୁ ଏ ସମସ୍ତ ଘଟଣା ଜଣାଇଛନ୍ତି I ଏନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ସାଂସଦ ପ୍ରତିଶୃତି ଦେଇଛନ୍ତି I ଏନେଇ ସତ୍ୟବାଦୀ ବ୍ଲକ ସଭାପତି ରତିକାନ୍ତ ମିଶ୍ର କହିଛନ୍ତି ଯେ କୌଣସି ସତ୍ୟବାଦୀ ର କୌଣସି ଉର୍ନ୍ନତି କାର୍ଯ୍ୟରେ ବିଧାୟକ ଙ୍କ ଆନ୍ତରିକତା ରହୁନାହିଁ ,ଯେହେତୁ ସେ ସତ୍ୟବାଦୀ ମାଟିର ନୁହନ୍ତି ସେଥିପାଇଁ ସତ୍ୟବାଦୀ ପ୍ରତି ତାଙ୍କ ଭେଦଭାବ ରହୁଛି I

ସେଥିପାଇଁ ସତ୍ୟବାଦୀ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଙ୍କୁ ବିଜେଡି ତରଫରୁ ସତ୍ୟବାଦୀ ରେ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି I ଅବଶ୍ୟ ଖୋଲାଖୋଲି ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ନାମ ମଧ୍ୟ ନେଇଛନ୍ତି I ପୁରୀର ବିଜେଡି ମୁନିସିପାଲିଟି ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀ ସତ୍ୟବାଦୀ ମାଟିର ହେଇଥିବାରୁ ତାଙ୍କ ପ୍ରତି ସମସ୍ତଙ୍କର ଭାବାବେଗ ଜଡିତ ରହିଛି I

ଏବଂ ସତ୍ୟବାଦୀ ର ସମସ୍ତ କାର୍ଯ୍ୟରେ ତାଙ୍କର ସହଯୋଗ ରହିଆସିଛି I ତେଣୁ ତାଙ୍କୁ ବିଜେଡି ତରଫରୁ ସତ୍ୟବାଦୀର ସ୍ୱାର୍ଥ ପାଇଁ ସୁଯୋଗ ଦେଲେ ବିଜେଡି ର ଫାଇଦା ରହିବ ବୋଲି କୁହାଯାଇଛି I

Leave a Reply

Your email address will not be published. Required fields are marked *