ଏହି ୫ ଟି ପୋକ ଦେଖିଲେ ତୁରନ୍ତ ଚାଲି ଯାଆନ୍ତୁ ସେଠାରୁ

ଯଦି ଆପଣଙ୍କୁ ପଚରା ଯିବ ଯେ କେଉଁ ଜୀବକୁ ସବୁଠୁ ଅଧିକ ଭୟ କରନ୍ତି। ଅଥବା କେଉଁ ଜୀବ ସବୁଠୁ ଅଧିକ ଖତର୍ଣାକ ଅଟେ ତାହେଲେ ଆପଣ ବାଘ,ସିଂହ,କିମ୍ବା ସାପ ବୋଲି କହିବେ।କିନ୍ତୁ ମୁଁ ଯଦି କହିବି ଏହା ଠାରୁ ମଧ୍ୟ ଖତର୍ଣାକ୍ ଏକ ପୋକ ଅଛି ତାକୁ ଆପଣ ବିଶ୍ୱାସ ନ କରି ପାରନ୍ତି।

୧. ବ୍ରାଉନ ରେପ୍ଲାସେ ସ୍ପାଇଡର –

ଆମେ ଭାରତୀୟ ଲୋକ ସ୍ପାଇଡର ଦେଖିଲେ ଏତେ ଭୟ କରୁ ନାହୁଁ।କାରଣ ଭାରତରେ ଦେଖାଯାଉଥିବା ଅଧିକାଂଶ ସ୍ପାଇଡରଙ୍କର ବିଷ ନ ଥାଏ।କିନ୍ତୁ ଏହି ସ୍ପାଇଡର ଏକ ଏମିତି ଜୀବ ଯାହା ଆପଣଙ୍କ ଜୀବନକୁ ବର୍ ବାଦ୍ କରିଦେବ।

ଏହା କାମୁଡିବା ମାତ୍ରେ ସେହି ଜାଗାରେ ଗୋଟେ କଣା ହୋଇଯାଏ ଏବଂ ରକ୍ତସ୍ରାବ ହୁଏ।ଏବଂ ଏହା ସମ୍ପୂର୍ଣ୍ଣ ଭଲ ହେବା ପାଇଁ ୧ ସପ୍ତାହ ସମୟ ଲାଗେ।

୨. ଦ ବୁଲେଟ ଆନ୍ଟ –

ଆପଣ ଏହିକଥା ବିଶ୍ୱାସ କରିପାରୁ ନ ଥିବେ କି ପିମ୍ପୁଡ଼ି ଗୁଡ଼ିକ ଏତେ ଖତରନାକ୍ ହୋଇପାରନ୍ତି।କିନ୍ତୁ ପିମ୍ପୁଡ଼ି ମାନଙ୍କ ମଧ୍ୟରେ ଏମିତି ପ୍ରଜାତି ଅଛନ୍ତି ଯାହା ଠାରୁ ଆପଣମାନେ ଦୂରେଇ ରହିଲେ ଭଲ।ଏହି ପିମ୍ପୁଡି କାମୁଡ଼ି ସାରିଲା ପରେ ଏମିତି ଯନ୍ତ୍ରଣା ହୁଏ ଯେମିତି ଆପଣଙ୍କ ଶରୀରରେ ଗୁଳି ବାଜିଛି।ଏବଂ ଏହି ଯନ୍ତ୍ରଣା ୨୪ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ ଏବଂ ଏହାର କୌଣସି ଔଷଧ ନାହିଁ।

୩. ବ୍ଲାକ ୱାଇଡୋ ସ୍ପାଇଡର –

ଏହା ଏକ ଏମିତି ସ୍ପାଇଡର ଯାହା ଠାରୁ ଦୂରେଇ ରହିବା ଆମ ପାଇଁ ଭଲ।କାରଣ ଏହା କାମୁଡିବା ପରେ ଆପଣ ବଞ୍ଚିଥିବା ଅବସ୍ଥାରେ ନର୍କ ଦେଖିପାରିବେ।ଏହା କାମୁଡିବା ଦ୍ଵାରା ଏହାର ବିଷ ଚାରିଆଡ଼େ ଖେଳିଯାଏ ଏବଂ ଏହା ଦ୍ବାରା ବହୁତ୍ ଅଧିକ ପରିମାଣରେ ଯନ୍ତ୍ରଣା ହୁଏ।ଯଦି ଠିକ୍ ସମୟରେ ମେଡିକାଲ୍ ନିଆ ନ ଯାଏ ତେବେ ମୃତ୍ୟୁ ସୁନିଶ୍ଚିତ।

୪.ବଡ଼ ଫ୍ଲାଇ –

ଏହି କୀଟ ମଣିଷ ଏବଂ ପଶୁ ଙ୍କ ଚମଡା ଭିତରେ ରହିଥାଏ।

ଏହି କୀଟ ମଣିଷ ଶୋଇ ଥିବା ଅବସ୍ଥାରେ ଚମଡା ରେ କଣା କରି ଶରୀର ଭିତରକୁ ପ୍ରବେଶ କରିଥାଏ।ଏହି କୀଟ ଦୁଇ ମାସ ପର୍ଯ୍ୟନ୍ତ ଶରୀର ଭିତରେ ରହିଥାଏ ଏବଂ ତା ପରେ ଶରୀରରୁ ବାହାରି ଚାଲି ଯାଇଥାଏ।

୫. ପୁଶ୍ କ୍ୟତ୍ରୋପିଲା –

ଏହା ଏକ ସୁନ୍ଦର ଜୀବ ଅଟେ କିନ୍ତୁ ଯଦି ଆପଣ ଏହାର ଶରୀର ଏହାର ଶରୀର ଲୋମକୁ ଛୁଇଁ ଦେଲେ ତାହା ଆପଣଙ୍କ ପାଇଁ ଏକ ବହୁତ୍ ବଡ଼ ଭୁଲ୍ ସାବ୍ୟସ୍ତ ହେବ।

ଏହି ଲୋମ ମାଧ୍ୟମରେ କୀଟ ଆପଣଙ୍କ ଶରୀରରେ ଏକ ବିଷ ଛାଡିଥାୟେ।ଯାହା ଫଳରେ ଆପଣଙ୍କ ଶରୀରର ସେହି ଯାଗା ଜଳା ପୋଡ଼ା ହେବା କାଶ ଜ୍ୱର୍ ଏବଂ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ।ଏବଂ ଏହାର ବିଷ ର ପ୍ରଭାବ ଗୋଟିଏ ମାସ ପର୍ଯ୍ୟନ୍ତ ଅନୁଭୂତ ହୁଏ।ଏଥିପାଇଁ ଏହା ବହୁତ୍ ଖତରନାକ ଜୀବ ଅଟେ।

Leave a Reply

Your email address will not be published. Required fields are marked *