ଶକ୍ତି ବିଭାଗର କଠୋର ନିଷ୍ପତି :ବିଦ୍ୟୁତ୍‌ ବିଲ୍ ଭରଣା ନକଲେ ସରକାରୀ ବାବୁଙ୍କ ଦରମା ବନ୍ଦ୍

ବିଦ୍ୟୁତ ଏକ ଅତ୍ୟାବଶ୍ୟକ ସେବା ହେଇଥିଲେ ମଧ୍ୟ ଏହାର ବିଲ ଭରଣା କରିବାକୁ ପ୍ରାୟତ ଅଧିକାଂଶ ନାପସନ୍ଦ କରିଥାନ୍ତି ,ସତେ ଯେପରି ଏହା ଏକ ମାଗଣା ସେବା I ଉପଭୋକ୍ତା ଙ୍କ କଥା ଦୂରେଥାଉ ଖୋଦ ସରକାରୀ ବିଭାଗରେ କୋଟି କୋଟି ଟଙ୍କା ବକେୟା ରହିଛି I ନିଜେ ଶକ୍ତି ବିଭାଗ ଉପରେ ମଧ୍ୟ ପାଖାପାଖି 2କୋଟି ବକେୟା ରହିଛି I ଦେଖାଯାଉଛି କି ସରକାରୀ ବାବୁମାନଙ୍କର ଅବହେଳାରୁ ଏହି ବକେୟା ଗଡ଼ିରହୁଛି I ଅନ୍ୟ ବିଲ ଭଳି ବିଦ୍ୟୁତ କୁ ଏତେ ଗୁରୁତ୍ୱ ଦିଆଯାଉନାହିଁ I ଏହି ସମସ୍ତ ବକେୟା ଆଦାୟ କରିବା ସହିତ ଶକ୍ତି ବିଭାଗ ଆଣୁଚି ନୂଆ ନିୟମ I ଯଦି ଯେ କୌଣସି ସରକାରୀ ବିଭାଗ ର ବିଦ୍ୟୁତ ବିଲ ସଠିକ ସମୟରେ ଦାଖଲ ନହେଉଛି ତେବେ ସେହି ବିଭାଗର ଡ୍ରଇଙ୍ଗ ଡିସ୍‌ବର୍ସିଂ ଅଫିସର(ଡିଡିଓ)ଙ୍କ ଦରମା ଦିଆଯିବ ନାହିଁ ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ଅନୁଦାନ ମଧ୍ୟ ବନ୍ଦ କରାଯିବ I

ଏନେଇ ସରକାର ଙ୍କୁ ପତ୍ର ଦ୍ୱାରା ଶକ୍ତିବିଭାଗ ଜଣାଇଛି I ଏବଂ ଖୁବ ଶୀଘ୍ର ସମସ୍ତ ସରକାରୀ ବିଭାଗ କୁ ଅଫିସିଆଲ ଚିଠି ମାଧ୍ୟମରେ ଜଣାଇ ଦିଆଯିବ I ଏନେଇ ଓଡିଶା Exclusive କୁ ଶକ୍ତିବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି I ଆଗାମୀ ବଜେଟ ରେ ଏନେଇ ଏକ ବିଶେଷ ବ୍ୟୟ ବରାଦ ରହିବ I ଉଲ୍ଲେଖ ଥାଉକି ରାଜ୍ୟର ବିଦ୍ୟୁତ ବଣ୍ଟନ କାରି କମ୍ପାନୀ ନେସ୍‌କୋ, ଓ୍ବେସ୍‌କୋ ,ସାଉଥ୍‌କୋ ଏବଂ ସେସୁର ପାଖାପାଖି 460 କୋଟି ସରକାରୀ ବିଭାଗ ଉପରେ ବକେୟା ରହିଛି I

Leave a Reply

Your email address will not be published. Required fields are marked *