ବିଶ୍ୱର ସବୁଠାରୁ ଦାମୀ ସିଗାରେଟ୍‌ ଏବଂ ମଦ ଆମ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ:ଆଉଟ୍‌ଲୁକ୍‌ ସମ୍ପାଦକ ଖୋଲିଲେ ଗୁମର

ନିକଟରେ ରୁବେନ୍ ବାନାର୍ଜୀ ଯିଏକି ଆଉଟ୍‌ଲୁକ୍‌ ମାଗାଜିନ ର ସମ୍ପାଦକ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ଏକ ଜୀବନୀ ପୁସ୍ତକ ଉନ୍ମୋଚନ କରିଛନ୍ତି I ଯେଉଁଥିରେ କି ମୁଖ୍ୟମନ୍ତ୍ରୀ ଙ୍କ ଜିନ୍ସ ପିନ୍ଧା ସମୟରୁ ଆଜିର ବୈଜୟନ୍ତ ଙ୍କ ଘଟଣା ଯାଏଁ ଉଲ୍ଲେଖ ରହିଛି I ଏଥିରେ ନବୀନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ଅନେକ ଅକୁହା କଥା ବର୍ଣ୍ଣନା କରାଯାଇଛି I ତେବେ ୟାକୁ ନେଇ ଏବେ ଓଡ଼ିଶାରେ ଭାରି ଚର୍ଚା I ଚର୍ଚ୍ଚା ହେବନି ବି କେମିତି ଆଜ୍ଞା I ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ ତ ସମସ୍ତେ ଜାଣିବାକୁ ଚାତକ ଭଳି ଚାହିଁଛନ୍ତି I

ତେବେ ପ୍ରସିଦ୍ଧ ସାମ୍ବାଦିକ ତଥା ଲେଖକ ରୁବେନ ନବୀନ ଙ୍କ ରାଜନୈତିକ ଗୋଟି ଚାଳନା କୁ ଦର୍ଶାଇଥିବା ବେଳେ ,କିପରି ରାଜନୀତି ବିଷୟରେ ଅଜ୍ଞ ଥିବା ନବୀନ ଜଣେ ସୁଦକ୍ଷ ହେବା ସହିତ ବାରମ୍ବାର ବିରୋଧୀ ଙ୍କୁ ଧୂଳିସାତ କରି ବିଜୟୀ ହେଇଛନ୍ତି ତାହା ବର୍ଣ୍ଣନା କରିଛନ୍ତି I ଏଥିସହିତ ରୁବେନ୍ ଙ୍କ କହିବାନୁଯାୟୀ ସେ ନବୀନ ଙ୍କ ସହିତ ଅତ୍ୟନ୍ତ ନିବିଡ ,ନବୀନ ଭଲଭାବରେ ଓଡ଼ିଆ ଜାଣନ୍ତି କିନ୍ତୁ କାହିଁକି କୁହନ୍ତି ନାହିଁ ତାହା ସେ ବୁଝିପାରନ୍ତି ନାହିଁ I ଏହା ସହିତ ପାଣ୍ଡିଆନ ଙ୍କ ପାୱାର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି I କିନ୍ତୁ ସବୁଠାରୁ ଚର୍ଚିତ ଘଟଣା ଟି ହେଉଛି ନବୀନ ପଟ୍ଟନାୟକ ବିଶ୍ୱର ସବୁଠାରୁ ଦାମୀ ବ୍ରାଣ୍ଡ ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି ଏବଂ ଡନହିଲ୍‌ ସିଗାରେଟ୍‌ କୁ ପସନ୍ଦ କରନ୍ତି I ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି ଏବଂ ଡନହିଲ୍‌ ସିଗାରେଟ୍‌ ବିଶ୍ୱର ପାଞ୍ଚଟି ଦାମୀ ବ୍ରାଣ୍ଡ ମଧ୍ୟରେ ଅନ୍ୟତମ I ଏହା ନିର୍ଚିନ୍ତ ଭାବରେ ତାଙ୍କ ବ୍ୟକ୍ତିଗତ କଥା ,ଏଥିରେ ହସ୍ତକ୍ଷେପକରିବା ଆମ ଅଧିକାର ନାହିଁ ,କିନ୍ତୁ ,2000 ମସିହାରେ ହେଇଥିବା ବିଜେଡି ସମ୍ଭିଧାନିକ ନିୟମ ଅନୁଯାଇ ଜଣେ ବିଜେଡି ର ସଭ୍ୟ ହେଇପାରିବ ଯଦି ସେ ମଦ୍ୟପାନ ନକରନ୍ତି I ଗୋଟିଏ ଦଳର ନିୟମ ମଦ ବିରୋଧୀ ହେଇଥିବା ଖୋଦ ମୁଖିଆ ଙ୍କ ବିଶ୍ୱର ସବୁଠୁ ଦାମୀ ବ୍ରାଣ୍ଡ ସିଗାରେଟ ସେବନ ସହଜରେ ଗ୍ରହଣ କରିପାରିନାହାନ୍ତି ଓଡ଼ିଶାବାସୀ I

Leave a Reply

Your email address will not be published. Required fields are marked *