ନିଳାଞ୍ଚଳ ଏନର୍ଜି ବିରୋଧରେ ଷଡଯନ୍ତ୍ର : ଅର୍ଥନେଇ ବଦନାମ କରିବାକୁ ସାମ୍ବାଦିକା ସାଜିଛନ୍ତି ଏଜେଣ୍ଟ !

ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି । ଏହି ନ୍ୟାୟରେ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ନିଳାଚଳ ଏନର୍ଜିର କେତେକ ବହିଷ୍କୃତ କର୍ମର୍ଚାରୀଙ୍କୁ ଏଜଜୁଟ କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ଗତ ଚାରିମାସ ଧରି ଏକ ଷଡଯନ୍ତ୍ର କରିଥିଲେ କଥାକଥିତ ଶ୍ରମିକ ନେତା ବୋଲାଉଥିବା ବାବୁ ଧୋବେଇ ସାହୁ । ଆଉ କମ୍ପାନୀ ବିରୋଧରେ ଷଡଯନ୍ତ୍ର ରଚାହୋଇଥିଲା ଟାଙ୍ଗୀରୁ । ୧୨୦ଟି ପିଟିସନ ବିଭିନ୍ନ ସ୍ଥାନରେ ଦେଇଥିଲେ । ଏହି ପିଟିସନ ଗୁଡ଼ିକର ତଦନ୍ତ କରିବା ପାଇଁ ଜିଏସଟିର ତଦନ୍ତକାରୀ ସଂସ୍ଥାର ଅଧିକାରୀ ନିଳାଚଳର କାଗଜପତ୍ର ଯାଞ୍ଚ କରିଥିଲେ । ହେଲେ କାଗଜ ପତ୍ର ଠିକଥିବା ଜାଣିପାରି ତଦନ୍ତ ଅଧିକାରୀ ଜିଏସଟି ଓ ସର୍ଭିସ ଟାକ୍ସ ପୈଠ କରିବାକୁ ନିଳାଚଳ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ଯେହେତୁ ନିଳାଚଳ ଏକ ଘରୋଇ କମ୍ପାନୀ ଓ ଆଉ ଏକ ଘରୋଇ କମ୍ପାନୀ ଫେଡ଼କୋ ସହିତ ସହଭାଗିତାରେ ଗତ ୫ବର୍ଷ ଧରି ପୁରୀ ଓ ବାଲୁଗାଁ ଡ଼ିଭିଜନରେ ଚୁକ୍ତି ମୁତାବକ କାର୍ଯ୍ୟ କରିଆସୁଛନ୍ତି ।

ଫଳରେ ଉଭୟ ବିଦ୍ୟୁତ ଡ଼ିଭିଜନ ଏଟିସି ଲସ ସର୍ବଭାରତୀୟ ସ୍ତରରେ ସର୍ବାଧିକ କମାଇ ପାରିଛନ୍ତି । ପୁରୀ ଡ଼ିଭିଜନରେ ୬୪ ପ୍ରତିଶତ ଏଟିସି ଲସ ଥିବାବେଳେ ଏହାକୁ କମାଇ ୪୦ ପ୍ରତିଶତ ଏଟିସି ଲସ ରହିଛି । ସେହିପରି ବାଲୁଗାଁ ବିଦ୍ୟୁତ ଡ଼ିଭିଜନରେ ୧୬ ପ୍ରତିଶତ ଏଟିସି ଲସ କମାଇ ପାରିଛି କମ୍ପାନୀ । ଏହା କେବଳ କମ୍ପାନୀର ଏମଡ଼ି ଦୟାନିଧି ସାମଲ ଓ କର୍ମଚାରୀଙ୍କ ସହଯୋଗୁଁ ସଫଳ ହୋଇପାରିଛି । ଏହି କର୍ମଚାରୀମାନେ ନିୟମିତ ଦରମା ଓ ଇପିଏଫ, ଇଏସଆଇ ଠିକଣା ଭାବରେ ପାଉଛନ୍ତି । ଯାହାକି ପୁରୀ ଜିଲ୍ଳାପାଳ, ଉପଜିଲ୍ଳାପାଳ ଓ ପୋଲିସ ଅଧିକାରୀ ମାନେ ବିଭିନ୍ନ ସମୟରେ ଏନେଇ କମ୍ପାନୀକୁ ପ୍ରଶଂସା କରିଛନ୍ତି ।

କେବଳ ସେତିକି ନୁହେଁ, ଏହି ସଂସ୍ଥା ପୁରୀ ଓ ବିଭିନ୍ନ ସ୍ଥାନରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦୀର୍ଘ ୯ବର୍ଷ ହେବ କରିଆସୁଛି ।

ସେଥିପାଇଁ ଏହି କମ୍ପାନୀ ପୁରୀ ଜିଲ୍ଳାପାଳଙ୍କ ଦ୍ୱାରା ବିିଭିନ୍ନ ସମୟରେ ପ୍ରଶଂସିତ ହୋଇଛି । ୨୦୦୯ ମସିହାରେ ରୁଲାର ଇଲେକ୍ଟ୍ରିପିକେସନ କର୍ପୋରେସନ ଅଫ ଇଣ୍ଡିଆର ବରିଷ୍ଠ କର୍ମକର୍ତ୍ତାମାନେ ଦୟାନିଧି ସାମଲଙ୍କୁ ତାଙ୍କର ଏସବୁ କାର୍ଯ୍ୟପାଇଁ ପ୍ରଶଂସା କରିଛନ୍ତି । ହେଲେ ଗତ କିଛିି ଦିନ ହେଲା କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେଉଁମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ସେମାନେ କମ୍ପାନୀ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି । ଯେଉଁମାନେ କାମ କରନ୍ତିନାହିଁ ସେମାନେ ଗଲା ୫ବର୍ଷ ମଧ୍ୟରେ ୬୦ଟି ଧର୍ମଘଟ କରିଛନ୍ତି । ୧୦ରୁ ଅଧିକ ନେତାଙ୍କୁ ସଂଗଠନରେ ସାମିଲ କରି ପୁଣି କାଢିଛନ୍ତି । ଶେଷରେ ଏହି ସଂଗଠନରେ ସାମିଲ ହୋଇଛନ୍ତି ବାବୁ ଧୋବେଇ ସାହୁ ।

ସେ ସମସ୍ତଙ୍କୁ ସେସୁରେ ରେଗୁଲାର ଚାକିରୀ କରାଇଦେବେ ଓ ପ୍ରାଂଚାଇଜ ପଳେଇବ ଭଳି ଅନେକ ମିଥ୍ୟା ସ୍ୱପ୍ନ ଗଲା ୫ବର୍ଷ ଧରି ଦେଖାଇଆସୁଛନ୍ତି । ନିଜେ ଜଣେ ବଡ଼ ନେତାବୋଲି ଜାହିର କରିବା ପାଇଁ ମିଡ଼ିଆରେ ରହିବା ପାଇଁ ଲୋକଙ୍କୁ ବିଭ୍ରାନ୍ତକରି ଶେଷରେ ନିଳାଚଳକୁ ବଦନାମ କରିବାପାଇଁ ଷଡ଼ଯନ୍ତ୍ର ରଚିଲେ । ବାବୁଙ୍କ ବିଷୟରେ ଜାଣି ମୁଖ୍ୟ ସ୍ରୋତର ଗଣମାଧ୍ୟମ ଗୁଡ଼ିକ ତାଙ୍କର ଏହି ଷଡ଼ଯନ୍ତ୍ରର ଖବର ପଛରେ ସହଯୋଗ ନକରିବାରୁ ବାବୁ ଗୋଟିଏ ନିର୍ଦ୍ଧିଷ୍ଟ ସୋସିଆଲ ମିଡ଼ିଆର ସାମ୍ବାଦିକାଙ୍କୁ କିଛି ଅର୍ଥଦେଇ ନିଳାଚଳ ଏନର୍ଜି ଓ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥିଙ୍କୁ ବଦନାମ କରିବା ପାଇଁ ଲାଗିପଡ଼ିଛନ୍ତି । ଯାହାର ସତ୍ୟାସତ୍ୟ ଏବେ ଧୀରେଧୀରେ ପଦାକୁ ଆସୁଛି । ଜୈନିକ ସାମ୍ବାଦିକା ପ୍ରଥମେ ରମେଶ ଶତପଥିଙ୍କ ବାସଭବନକୁ ଖବର ନକରିବା ପାଇଁ ଅର୍ଥଦାବି କରିଥିଲେ । ହେଲେ ସେଥିରେ ସଫଳ ନହେବାରୁ ଏବେ ରାଜଧାନୀ ଛାଡ଼ି ଟାଙ୍ଗୀରେ ଯାଇ ଖବର ସଂଗ୍ରହ କରି କମ୍ପାନୀ ବିରୋଧରେ ଲାଗିପଡ଼ିଛନ୍ତି ।

ଯଦି ସତ୍ୟାସତ୍ୟ ପାଇଁ ସାମ୍ବାଦିକା ଲାଗିଛନ୍ତି ତାହା ସ୍ୱାଗତ । ହେଲେ ଅର୍ଥ ଲୋଭରେ ଗୋଟିଏ ପକ୍ଷକୁ ସୁହାଇଲା ପରି ଖବର ପ୍ରସାରଣ କରିବା ପଛରେ ମହିଳା ସାମ୍ବାଦିକାଙ୍କ କି ଉଦେଶ୍ୟ ରହିଛି ତାହା ଧୀରେଧୀରେ ପଦାକୁ ଆସୁଛି । ଯାହା ପରବର୍ତ୍ତୀ ସମୟରେ ପୁରା ତଥ୍ୟ ସହ ଖବର ପ୍ରସାରଣ ହେବ । ଅନ୍ୟପଟେ ଏ ସର୍ମ୍ପକରେ ନିଳାଚଳ ଏନର୍ଜିର ଏମଡ଼ି ଦୟାନିଧି ସାମଲ କହନ୍ତି ଯେ କମ୍ପାନୀକୁ ବଦନାମ କରିବା ପାଇଁ କିଛି ବହିଷ୍କୃତ କର୍ମଚାରୀଙ୍କୁ ଧୋବେଇ ସାହୁ ଓ ଗୋପାଳ ପଣ୍ଡା ବିଭିନ୍ନ ଲୋଭ ଦେଖାଇବା ସହ ଏକ ନିଦ୍ଦିଷ୍ଟ ସୋସିଆଲ ମିଡ଼ିଆକୁ ଅର୍ଥ ଦେଇ ଆମ ବିରୋଧରେ ଷଡଯନ୍ତ୍ର କରି ଆମକୁ ବଦନାମ କରୁଛନ୍ତି । ଆଗମୀ ଦିନରେ ସେମାନେ ଯଦି ଏହି କାର୍ଯ୍ୟରୁ ନିବୃତ ନହୁଅନ୍ତି ତେବେ କମ୍ପାନୀ ବାଧ୍ୟହୋଇ ଭୂଲ ଖବର ପ୍ରସାରଣ କରୁଥିବା ସଂସ୍ଥା ଓ ଏହି ଅଭିଯୋଗକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷପ ନେବ । ଏହାସହ ନିଜକୁ ଶ୍ରମିକ ନେତାକହି ଆମ କମ୍ପାନୀ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଧୋବେଇ ସାହୁ ଓ ଗୋପାଳ ପଣ୍ଡାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିବାକୁ ବାଧ୍ୟ ହେବୁ । ସେପଟେ ଏ ପ୍ରସଙ୍ଗରେ ଅଭିଯୋଗ ହୋଇଥିବା ଶ୍ରମିକ ନେତା ଧୋବେଇ ସାହୁଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *