ମହା ଭାରତ ରେ କେତେ ଲୋକ ପ୍ରାଣ ହରାଇଛନ୍ତି?

ରହସ୍ୟ ଓ ରୋମଞ୍ଚକ ଭରା କାହାଣୀ ହେଉଛି ମହାଭାରତ। ମହାଭାରତ ଥିଲା ଧର୍ମ ଏବଂ ସତ୍ୟର ଲଢେଇ।ଆମ ହିନ୍ଦୁ ଧର୍ମର ପୌରାଣିକ କଥା ମଧ୍ୟରୁ ଏହି ମହାଭାରତ ହେଉଛି ସବୁଠୁ ବିଚିତ୍ର।ଆଜି ମୁଁ ମହାଭାରତ ଯୁଦ୍ଧ ସମାପ୍ତ ପରର କଥା କହିବି।

ଆପଣମାନେ ଜାଣିଥିବେ ଯେ ମହାଭାରତ ଯୁଦ୍ଧ ରେ କୌରବ ଏବଂ ପାଣ୍ଡବ ମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା।ଶାସ୍ତ୍ର ଓ ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁଯାୟୀ ଏହି ଯୁଦ୍ଧରେ କୋଟି କୋଟି ଯୋଦ୍ଧା ନିହତ ହୋଇଥିଲେ।

କିନ୍ତୁ ଯୁଦ୍ଧରେ କେତେ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏ କଥା ଖୁବ୍ କମ୍ ଲୋକଙ୍କୁ ଜଣା ଥିବ।ତେବେ ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧ ପରେ କଣ ଘଟିଥିଲା।ଏବଂ କେତେ ସୈନ୍ୟ ମୃତ୍ୟୁ ବରଣ କରିଥିଲେ।
ଶେଷରେ ଦୂର୍ୟଧନକୁ ମାରିଲା ପରେ ପାଣ୍ଡବ ମାନେ ବିଜୟୀ ହେଲେ ଏବଂ ଶ୍ରୀକୃଷ୍ଣ ସହ ପାଣ୍ଡବ ମାନେ ଗାନ୍ଧାରୀ ଆଉ ଧୂତରାଷ୍ଟ୍ର ଙ୍କୁ ଭେଟିବାକୁ ଗଲେ।

ଯେଉଁଠି ଧୃତରାଷ୍ଟ୍ର ମହାନ୍ ଯୋଦ୍ଧା ଭୀମଙ୍କୁ ମାରିବାକୁ ଚାହିଁଥିଲେ।କାରଣ ଭୀମ ଧୃତରାଷ୍ଟ୍ର ଙ୍କର ସମସ୍ତ ୧୦୦ ପୁତ୍ରଙ୍କର ହତ୍ୟା କରିଥିଲେ।

କିନ୍ତୁ ଶ୍ରୀକୃଷ୍ଣଙ୍କ ଚତୁର ପଣ ଯୋଗୁ ଭୀମ ଙ୍କ ଜୀବନ ବଞ୍ଚିଯାଇଥିଲା।ଏହା ପରେ ପାଣ୍ଡବ ମାନେ ଗାନ୍ଧାରୀଙ୍କୁ ଭେଟିବାକୁ ଯାଇଥିଲେ।ଗାନ୍ଧାରୀ ପ୍ରଥମେ ବହୁତ୍ ରହିଯାଇଥିଲେ ଏବଂ କିଛି ସମୟ ପରେ ଶାନ୍ତ ହୋଇଯାଇଥିଲେ।

ଏବଂ ଏହାପରେ ମହର୍ଷି ବେଦ ବ୍ୟାସ କହିବା ପରେ ଯୁଧିଷ୍ଠିର ସମସ୍ତଙ୍କୁ ନେଇ କୁରୁକ୍ଷେତ୍ର ଯାଇଥିଲେ।ସେଠାରେ ପହଞ୍ଚିବା ପରେ ଧୃତରାଷ୍ଟ୍ର ଯୁଧିଷ୍ଠିର ଙ୍କୁ ପ୍ରଶ୍ନ କରିଥିଲେ ଏହି ଯୁଦ୍ଧରେ କେତେ ସୈନ୍ୟ ପ୍ରାଣ ହରାଇଛନ୍ତି।

ଉତ୍ତରରେ ଯୁଧିଷ୍ଠିର କହିଛନ୍ତି ଏକ ଆରବ ୭୬ କୋଟି ୨୦ ହଜାର ସୈନିକ ଙ୍କ ମୃତ୍ୟୁ ହୋଇଛି।ଏବଂ ୨୪,୧୬୫ ଯୋଦ୍ଧା ବିଷୟରେ କୌଣସି ଖବର ନାହିଁ। ଯୁଧିଷ୍ଠିର ଙ୍କ ଏହି ଉତ୍ତର ଦ୍ଵାର ଜାଣିବାକୁ ହେବ ଯେ ଯୁଦ୍ଧରେ କେତେ ସୈନ୍ୟ ପ୍ରାଣ ହରେଇଥିଲେ।

Leave a Reply

Your email address will not be published. Required fields are marked *