ବିଜେଡି ସାଂସଦ ଙ୍କୁ ଓଡ଼ିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ I ଚିଠି ଭାଇରାଲ

ଓଡ଼ିଶାରେ ନିଜର ବକ୍ତବ୍ୟ ଓଡ଼ିଆ ରେ ଜୟ ଜଗନ୍ନାଥ ଆରମ୍ଭ କରି ସବୁ ଓଡ଼ିଆଙ୍କର ମନ କିଣିନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି I ଖାଲି ଏତିକି ନୁହେଁ ଓଡ଼ିଶାର ଯେ କୌଣସି ପର୍ବ ବା ଘଟଣାରେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଓଡ଼ିଆ ରେ ବାର୍ତା ଆସିଥାଏ I ତେବେ ନିକଟ ଅତୀତରେ ଓଡ଼ିଶାର ଜଣେ ବିଜେଡି ସାଂସଦ ଙ୍କୁ ମୋଦି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ତାହା ପୁଣି ଓଡ଼ିଆ ଭାଷାରେ ଶୁଭେଚ୍ଛା ବାର୍ତା ଦ୍ୱାରା I ବର୍ତମାନ ଏହି ଚିଠିଟି ଭାଇରଲ ହେବାରେ ଲାଗିଛି I ଘଟଣା ନେବାରେ ଜଣାପଡିଛି କି ବିଜେଡି ର ବରିଷ୍ଠ ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଏହି ଅଗଷ୍ଟ ଚାରି ତାରିଖରେ 51ବର୍ଷ ପୁରଣ ହେଇଥିଲା I

ସାଂସଦ ଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି I ଏହା ସହିତ ସାଂସଦ ଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ଭଗବାନ ଙ୍କ ପାଖରେ ମୋଦି ପ୍ରାଥନା କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି I

Leave a Reply

Your email address will not be published. Required fields are marked *