ଭୁଲ୍ ରେ ବି କରନ୍ତୁ ନାହିଁ ଏହି ସବୁ ବସ୍ତୁ ର ଦାନ

ହିନ୍ଦୁ ଧର୍ମରେ ଦାନକୁ ବହୁତ୍ ମହତ୍ଵ ଦିଆଯାଇଛି।ଗରିବଙ୍କୁ ଦାନ କରିବା ବହୁତ୍ ପୁଣ୍ୟ କାମ।ଦାନ କରିବା ଦ୍ୱାରା ଆମେ ବହୁତ୍ ସାରା କଷ୍ଟରୁ ଆଉ ଦୁଃଖରୁ ମୁକ୍ତି ପାଇଥାଉ।କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଦାନ କରିବାର କିଛି ନିୟମ କୁହାଯାଇଛି।କିନ୍ତୁ କିଛି ଲୋକ ଅଜାଣତରେ କିଛି ଏମିତି ବସ୍ତୁର ଦାନ କରିଥାନ୍ତି ଯାହା ନିଜ ପାଇଁ କ୍ଷତିକାରକ ହୋଇଥାଏ।ଆସନ୍ତୁ ଜାଣିବା ଆମକୁ କେଉଁ କେଉଁ ବସ୍ତୁର ଦାନ କରିବା ଭଲ ନୁହେଁ।ଆଉ ଏହି ସବୁ ବସ୍ତୁର ଦାନ କରିବା ଦ୍ୱାରା କଣ ସବୁ ଅସୁବିଧା ହୋଇଥାଏ।

୧. ପ୍ଲାଷ୍ଟିକ ବସ୍ତୁ –

ଆଜିକାଲି ପ୍ଲାଷ୍ଟିକର ବହୁତ୍ ଜିନିଷ ଆମେ ବ୍ୟବହାର କରିଥାଉ। ପ୍ଲାଷ୍ଟିକ ଜିନିଷକୁ ନିଜେ ବ୍ୟବହାର କରିବା ଠିକ୍ କିନ୍ତୁ ଏହାକୁ ଦାନ କରିବା ବିଲକୁଲ୍ ବି ଭଲ ନୁହେଁ।

ପ୍ଲାଷ୍ଟିକ ବସ୍ତୁକୁ ଦାନ କରିବା ଦ୍ୱାରା ଘରର ବ୍ୟବସାୟ ବୃଦ୍ଧି ପାଏ ନାହିଁ।

୨.ଝାଡୁ –

ଝାଡୁ ଦାନ କରିବା ଅଶୁଭ ମନା ଯାଏ।ଏହା ଦ୍ବାରା ଘରେ ଟଙ୍କାର କମ୍ ହୋଇଥାଏ ଆଉ କେବେବି ରୋଜଗାର କରିଥିବା ଟଙ୍କା ରହି ପାରେ ନାହିଁ।

ଝାଡୁ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଆନ୍ତି।ସେଥିପାଇଁ ଝାଡୁ କେବେ ବି ଦାନରେ ଦିଅନ୍ତୁ ନାହିଁ।

୩.ଷ୍ଟିଲର ବସ୍ତୁ –

ଶାସ୍ତ୍ରରେ କେଉଁଠି ବି ଷ୍ଟିଲର ବସ୍ତୁକୁ ଦାନ କରିବାର ଉଲ୍ଲେଖ କରାଯାଇ ନାହିଁ।ଷ୍ଟିଲର କୌଣସି ବସ୍ତୁ ଦାନ କରିବା ଦ୍ୱାରା ଘରର ସୁଖ ଶାନ୍ତି କମିଯାଏ।

୪.ପିନ୍ଧିଥିବା କପଡା –

କୌଣସି ବ୍ରାହ୍ମଣ କିମ୍ବା ପଣ୍ଡିତ କୁ ପିନ୍ଧିଥିବା କପଡା ଦାନ କରନ୍ତୁ ନାହିଁ।ସର୍ବଦା ନୂଆ ବସ୍ତ୍ର ହିଁ ଦାନରେ ଦିଅନ୍ତୁ।ଆପଣ କୌଣସି ବି ଗରିବଙ୍କୁ ପୁରୁଣା କପଡା ଦାନ କରି ପାରିବେ।

୫.ବ୍ୟବହାର କରିଥିବା ତେଲ –

ଆପଣ କାହାକୁ ବି ଯଦି ତେଲ ଦାନ କରିବାକୁ ଚାହୁଁଛନ୍ତି ଶୁଦ୍ଧ ନୂଆ ତେଲ ହିଁ ଦାନ କରିବା ଭଲ।

ଯଦି ଆପଣ ବ୍ୟବହାର ହୋଇଥିବା ତେଲ ଦାନ କରିବେ ତାହେଲେ ଆପଣଙ୍କୁ ଶନି ଭଗବାନଙ୍କ ରାଗର ଶିକାର ହେବାକୁ ପଡିବ।

୬.ଲୁହରେ ତିଆରି ଜିନିଷ –

ଦାନରେ କେବେବି ଲୁହାର ଜିନିଷ ଦିଅନ୍ତୁ ନାହିଁ।କାରଣ ଏହାଦ୍ବାରା ଆପଣଙ୍କୁ ଜୀବନରେ ବହୁତ୍ ସାରା ଅସୁବିଧା ହୋଇପାରେ।

୭.ବାସି ଖାଦ୍ୟ –

ପ୍ରାୟ ଲୋକ ବାସି ଖାଇବା ଦାନରେ ଦେଇ ଦିଅନ୍ତି।କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାହାକୁ ବାସି ଖାଦ୍ୟ ଦାନ କରିବା ଭଲ ନୁହେଁ।ଭିକାରୀ ମାନେ ମାଗିଲା ବେଳେ ବହୁତ୍ ଲୋକ ଭଲ ଖାଦ୍ୟ ଥିଲା ପରେ ବି ବାସି ଖାଦ୍ୟ ଦେଇ ଦିଅନ୍ତି ।କିନ୍ତୁ ଏମିତି କରିବା ଭଲ ନୁହେଁ କାରଣ ଏମିତି କରିବା ଦ୍ବାରା ଘରେ ଝଗଡ଼ା ହୋଇଥାଏ।

Leave a Reply

Your email address will not be published. Required fields are marked *