ମୁକେଶ ଅମ୍ବାନି ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ

ଓଡ଼ିଶାରେ ଅଧିକ ରୁ ଅଧିକ ଲୋକଙ୍କୁ ଆକର୍ଷିତ କରି ପୁଞ୍ଜି ନିବେଶ କରିବା ସହିତ ଶିକ୍ଷିତ ଯୁବଗୋଷ୍ଠୀ ଙ୍କୁ ନିଯୁକ୍ତି ଦେବା ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀରେ ରୋଡ଼ ସୋ କରିଥିଲେ I ଯେଉଁଥିରେ କି ଭାରତର ଶିଳ୍ପପତି ମାନଙ୍କୁ ଓଡ଼ିଶାରେ ନିଜର ବ୍ୟବସାୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରିତ କରିଥିଲେ I ତେବେ ବିଶ୍ୱର ଧନୀ ତଥା ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଙ୍କ ସହିତ ମହିନ୍ଦ୍ରା କମ୍ପାନୀର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଟାଟା ଷ୍ଟିଲ ତରଫରୁ କମ୍ପାନୀର ମ୍ୟାନେଜିଂ ଡ଼ାଇରେକ୍ଟର ନରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ଙ୍କ ସହିତ ସାକ୍ଷାତ କରିଥିଲେ I

ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ରେ ମଧ୍ୟ ଜଣାଇଛନ୍ତି Iଯଦି କମ୍ପାନୀ ମାନେ ଓଡ଼ିଶାରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହିଁବେ ତେବେ ଓଡିଶା ତରଫରୁ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗର ହାତ ବଢାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶୃତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *