ଝିଅ ମାନେ ବିବାହ ସମୟରେ କରନ୍ତୁ ଏହି ଗୋଟେ କାମ

ବିବାହ ପରେ ପ୍ରତ୍ୟେକ ମାତା ପିତାଙ୍କର ଏହି ଇଚ୍ଛା ଥାଏ କି ଝିଅଟି ନିଜ ଶାଶୁ ଘରେ ଭଲରେ ରହୁ।ଏବଂ ଶାଶୁ ଘରେ କୌଣସି ପ୍ରକାର ସମସ୍ୟା ନ ରହୁ।ଏବଂ ଶାଶୁ ଘର ଲୋକ ମଧ୍ୟ ସବୁବେଳେ ଭଲ ପାଆନ୍ତୁ।ଯଦି କୌଣସି ଝିଅ ତାଙ୍କ ଶାଶୁଘରେ ଭଲ ରହିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ କରନ୍ତୁ ଏହି ତିନୋଟି ଉପାୟ।

୧.କନ୍ୟା ନିଜର ହାତରେ ସାତୋଟି ଖଣ୍ଡ ହଳଦୀ,ଅଳ୍ପ ପିତଳ ଧାତୁ ଓ ଅଳ୍ପ ଖଣ୍ଡ ଗୁଡ଼ ଏହାକୁ ହାତରେ ଧରି ଶାଶୁଘର ଆଡ଼କୁ ଫିଙ୍ଗି ଦିଅନ୍ତୁ।ଏପରି କରିବା ଦ୍ବାରା ଶାଶୁଘରେ ସୁରକ୍ଷିତ ଓ ସୁଖରେ ଦିନ କଟିଥାଏ।

୨.ଏହି ଉପାୟ ଟି କନ୍ୟାର ବିଦାୟ ସମୟରେ କରିବେ।କନ୍ୟାର ବିଦାୟ ହୋଇଯିବା ପରେ ସେ ଘରୁ ବିଦାୟ ନେବା ସମୟରେ ଏକ ପାତ୍ରରେ ଗଙ୍ଗା ଜଳ,ଅଳ୍ପ ହଳଦୀ ଆଉ ଏକ ହଳଦିଆ ମୁଦ୍ରା ରଖି ତାର ଚଲା ବାଟ ର ତଳକୁ ଫୋପାଡି ଦିଅନ୍ତୁ।ଏହା କରିବା ଦ୍ବାରା ତାଙ୍କର ବୈବାହିକ ଜୀବନ ସୁଖରେ ରହିଥାଏ।

୩.ଯଦି କୌଣସି କନ୍ୟାଙ୍କ ବିବାହ ପରେ ଶାଶୁ ଘରେ ସୁଖରେ ଦିନ କଟୁ ନାହିଁ ଓ ସେ ବହୁତ୍ ଦୁଃଖରେ ଅଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ।ତିନୋଟି ମେହେନ୍ଦି ର ପ୍ୟାକେଟ କରନ୍ତୁ ଯେପରି ଗୋଟେ ଗୋଟେ ୧୦୦ ଗ୍ରାମ ଉପରେ ହୋଇଥିବ।

ଏହି ପ୍ୟାକେଟ କୁ ଆପଣ ନିଜେ ହିଁ ତିଆରି କରିବେ।କାରଣ ୧୦୦ ଗ୍ରାମ ପ୍ୟାକେଟ ବଜାରରେ ମିଳେ ନାହିଁ।ଆପଣ କିଛି ଅଧିକ ଓଜନର ମେହେନ୍ଦି କିଣି ତାକୁ ୧୦୦ ଗ୍ରାମ ଲେଖା ତିନୋଟି ପ୍ୟାକେଟ କରନ୍ତୁ।

ତା ପରେ ସେହି ପ୍ୟାକେଟ କୁ ନେଇ କୌଣସି କାଳୀ ମନ୍ଦିରକୁ କିମ୍ବା କୌଣସି ଶସ୍ତ୍ର ଧାରି ମାତାଙ୍କ ମନ୍ଦିର କୁ ଯାଆନ୍ତୁ।ସେଠାରେ ଦକ୍ଷିଣା,ପତ୍ର,ପୁଷ୍ପ,ଫଳ,ମିଠା,ସିନ୍ଦୂର ଓ ବସ୍ତ୍ର ସହିତ ମେହେନ୍ଦି ର ସେହି ତିନୋଟି ପକେଟ୍ ଅର୍ପଣ କରନ୍ତୁ।ଓ ତା ପରେ ଭଗବତୀ ଙ୍କୁ କଷ୍ଟ ନିବାରଣ ପାଇଁ ପାର୍ଥନା କରନ୍ତୁ।

ସେଠାରୁ ଫେରିବା ସମୟରେ ସେଠାରୁ ଗୋଟିଏ ଫଳ ଓ ଦୁଇଟି ମେହେନ୍ଦି ର ପକେଟ୍ ଆଣି ଧନ ସହିତ କୌଣସି ଏକ ଭିକରୁଣୀ କୁ ଦିଅନ୍ତୁ କିମ୍ବା ଆପଣଙ୍କ ଅାଖ ପାଖରେ କାମ କରୁଥିବା କୌଣସି ମହିଳାଙ୍କୁ ଦିଅନ୍ତୁ।ଓ ତା ପରେ ତାଙ୍କ ଠାରୁ ଗୋଟେ ପକେଟ୍ ମେହେନ୍ଦି ଫେରାଇ ଆଣନ୍ତୁ।ଓ ସେହି ମେହେନ୍ଦି କୁ ପୀଡ଼ିତ ମହିଳା ଙ୍କ ହାତ ଆଉ ପାଦରେ ଲଗାନ୍ତୁ।

ସେହି ମହିଳାଙ୍କ ପୀଡ଼ା ମେହେନ୍ଦି ର ରଙ୍ଗ ଉଡ଼ିବା ସହିତ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ।ଓ ଶାଶୂ ଘରେ ମହିଳା ଙ୍କ ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *