ଦୁନିଆରେ ଏମିତି କିଛି ଅଜବ ବାହାଘର :ଯେଉଁଠି ବିବାହ ପୂର୍ବରୁ କନ୍ୟା ସହିତ ଘଟିଥାଏ ଏପରି ଘଟଣା

ବାହାଘର ହେଉଛି ଏକ ପବିତ୍ର ସମ୍ପର୍କ I ବିଶ୍ୱାସ ରହିଛି କି ଏହା ସ୍ଵର୍ଗରେ ହେଇଥାଏ I ଦୁଇଟି ଶରୀର ଦୁଇଟି ଆତ୍ମା ଗୋଟିଏ ସମ୍ପର୍କ ରେ ସାତ ଜନ୍ମ ପାଇଁ ବାନ୍ଧି ହେଇଥାନ୍ତି I ତେବେ ବିଶ୍ୱରେ ଏମିତି କିଛି ବାହାଘର ଅଛି ଯେଉଁଠି ବାହାଘର ପୂର୍ବରୁ କିଛି ରହସ୍ୟ ଘଟଣା ଘଟାଯାଇଥାଏ I ଯାହା କି ଜାଣିଲେ ଆପଣ ଚକିତ ହେଇଯିବେ I 1)କାଜାଗସ୍ଥାନ ଏମିତି ଏକ ଜାଗା ଯେଉଁଠି ବାହାଘର ପୂର୍ବରୁ କନ୍ୟାକୁ ଅପହରଣ କରିନିଆଯାଇଥାଏ I

ଏଥିରେ ଭୟଭୀତ ହେଇ କନ୍ୟାଟି ଯୋରରେ କାନ୍ଦିବାକୁ ଲାଗିଥାଏ I ବିଶ୍ୱାସ ରହିଛିକି ଯେଉଁ କନ୍ୟା ଯେତେ ଜୋରରେ କାନ୍ଦିବ ,ସେତେ ଶୁଭଫଳ ମିଳିବ I ତେବେ ଚକିତକର ଘଟଣା ହେଉଛି ଖୋଦ ବର ଘର ପକ୍ଷରୁ ବର ର ବାପା ଏବଂ ମା ଭାଇ ଭଉଣୀ ଏଥିରେ ସାହାଯ୍ୟ କରିଥାନ୍ତି I 2)ସ୍କଟଲାଣ୍ଡ ରେ ଏମିତି ଏକ ପରମ୍ପରା ରହିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିବେ ନାହିଁ I ଏଠାରେ ବାହାଘର ସମୟରେ କନ୍ୟାକୁ ପଚା ଅଣ୍ଡା ,ପଚା ଟମାଟୋ ଫିଙ୍ଗା ଯାଇଥାଏ I

ଏହା ଦ୍ୱାରା କନ୍ୟା ଉପରୁ ସମସ୍ତ ନକାରାତ୍ମକ ଶକ୍ତି ଚାଲିଯାଏ ବୋଲି ଏମାନଙ୍କର ଧାରଣା I 3) ଚାଇନା ରେ ତୁଝିଆ ଜାତିର ଜନ ଜାତିଙ୍କ ମଧ୍ୟରେ ବାହାଘର ସମୟରେ କନ୍ୟାକୁ ଅତି କମରେ ଦୁଇଘଣ୍ଟା କାନ୍ଦିବାକୁ ବାଧ୍ୟ କରାଯାଇଥାଏ I ଯିଏ ଯେତେସମୟ ଅଧିକ କାନ୍ଦିବ ସେତେ ଭଲ ବୋଲି ବିବେଚନା କରାଯାଏ I 4) ମରିତାନିଆରେ ବାହାଘର ପୂର୍ବରୁ କନ୍ୟାକୁ ମୋଟା ହେବା ପାଇଁ ବାଧ୍ୟ କରାଯାଇଥାଏ

I ଜୋର କରି ଅଧିକ ଖାଇବାକୁ ଦିଆଯାଇଥାଏ I କୁହାଯାଏ କି କନ୍ୟା ଯେତେ ମୋଟା ହେବ ଶାଶୁଘର ପାଇଁ ସେତେ ମଙ୍ଗଳଦାୟକ I 5)ଭାରତ ରେ ଆଜି ବି ଏପରି କିଛି ପରମ୍ପରା ଅଛି ଯେଉଁଠି ଅନ୍ଧ ବିଶ୍ୱାସ ପାଇଁ କନ୍ୟାକୁ ବିବାହ ପୂର୍ବରୁ କୁକୁର ବା ଗଛ ସହିତ ବିବାହ କରାଯାଇଥାଏ

,ଏହା ଦ୍ୱାରା କନ୍ୟାର ମଙ୍ଗଳ ଦୋଷ ଖଣ୍ଡନ ହେଇଥାଏ ବୋଲି ବିଶ୍ୱାସ ରହିଆସିଛି I 6)ଫିଜି ହେଉଛି ଏପରି ଏକ ଦେଶ ଯେଉଁଠି କି ବିବାହ ପାଇଁ ବର କନ୍ୟାର ପିତାଙ୍କୁ ନିଜେ ତିମି ମାଛ ଶିକାର କରି ତିମି ମାଛର ଦାନ୍ତ ଉପହାର ଦେବାକୁ ବାଧ୍ୟ ନଚେତ ବାହାଘର ହେଇନଥାଏ I

Leave a Reply

Your email address will not be published. Required fields are marked *