ଦୁବାଇ ରେ ବନ୍ଧା ପଡିଛନ୍ତି ଦୁଇ ଓଡ଼ିଆ ଯୁବକ : ପ୍ରଶାସନ ର ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ (ଓଡ଼ିଶା Exclusive ):ବାହାରେ କାମ କରାଇଦେବାକୁ କହି ନୟାଗଡ଼ ଓଡ଼ଗାଁ ବ୍ଲକ କୁଣ୍ଟୁଣି ଗାଁର 2 ଯୁବକ ଙ୍କୁ ଦୁବାଇ ନେଇଥିଲେ ଜୈନକ ଠିକାଦାର ସୁଶାନ୍ତ ମହାନ୍ତି I କିନ୍ତୁ ଦୁଇ ଯୁବକ ଙ୍କୁ ସେଠାରେ ଏକ ଠିକା କମ୍ପାନୀ ପାଖରେ ଛାଡି ଠିକାଦାର ସୁଶାନ୍ତ ଓଡିଶା ପଳେଇଆସିଥିଲେ କିନ୍ତୁ ଦୁଇ ଯୁବକ ଙ୍କୁ କାମ କରିବାକୁ ଦିଆନଯାଇ ଅକଥନୀୟ ଅତ୍ୟାଚାର କରାଯାଇଛି I I ପରେ ଦୁଇ ଯୁବକ ଙ୍କ ପାସପୋର୍ଟ ସମ୍ପୃକ୍ତ ଠିକାଦାର ରଖିଦେଇଥିବା ହେତୁ ଯୁବକ ଦ୍ବୟ ଓଡିଶା ଆସିପାରୁନାହାନ୍ତି I ଏନେଇ ଯୁବକ ଦ୍ବୟ ଫେସବୁକ ରେ ଭିଡିଓ ପୋଷ୍ଟ କରି ପ୍ରଶାସନ କୁ ଗୁହାରି କରିଛନ୍ତି ସେମାନଙ୍କୁ ଉଦ୍ଧାର କରିବାକୁ I ଏହାପରେ ଯୁବକଙ୍କ ପରିବାର ଜିଲ୍ଲାପାଳ ଙ୍କୁ ଦେଖାହେଇ ଅନୁରୋଧ କରିଛନ୍ତି ଦୁଇ ଯୁବକଙ୍କୁ ଉଦ୍ଧାର କରିବାକୁ I ଯୁବକ ଙ୍କ ନାମ ଅଭିମନ୍ୟୁ ପାଟ୍ଟଶାଣି ଓ ବାପୁନି ପ୍ରଧାନ।I

Leave a Reply

Your email address will not be published. Required fields are marked *