ଏଲିଅନ ଙ୍କୁ ନେଇ ଆଶ୍ଚର୍ଯ୍ୟ ଜନକ ରହସ୍ୟର ଗୁମର ଖୋଲୁଛି :ବୈଜ୍ଞାନିକ ମାନେ ଶେଷରେ ମାନିଲେ ଏଲିଅନ ଙ୍କ ଉପସ୍ତିତି

ଏଲିୟନ ଙ୍କୁ ନେଇ ସବୁ ସମୟରେ ତର୍କ ବିତର୍କ ଲାଗିରହିଛି I ସତରେ କଣ ଏଲିୟନ ଅଛନ୍ତି ? ଅଧିକାଂଶ ବୈଜ୍ଞାନିକ ଏହାକୁ ଖଣ୍ଡନ କରୁଥିବା ବେଳେ ଏମିତି ବି କିଛି ବୈଜ୍ଞାନିକ ଅଛନ୍ତି ଯେଉଁମାନେ ଏଲିୟନ ଥିବାର ଦାବି କରୁଛନ୍ତି I ତେବେ ଏହାକୁ ନେଇ ଅନେକ ଚଳଚିତ୍ର ମଧ୍ୟ ତିଆରି କରାଯାଇଛି I ଯାହାକି ଦର୍ଶକ ମହଲ ରେ ଅନେକ ଆଦୃତ ହେଇଚି I ହୃତିକ ରୋଶନ ଙ୍କ ଅଭିନୀତ କୋଈ ମିଲ୍ ଗୟା ହେଉଛି ଏଲିୟନ ଙ୍କ ଉପରେ ନିର୍ମିତ ଏକ ଚର୍ଚିତ ଫିଲ୍ମ I

ତେବେ କିଛି ଲୋକ ଦାବି କରନ୍ତି କି ଏଲିୟନ ମାନେ ପୃଥିବୀରେ ନଥିଲେ ମଧ୍ୟ ଅନ୍ୟ ଗ୍ରହରେ ଅଛନ୍ତି ଏହାର ପ୍ରମାଣ ମଧ୍ୟ ମିଳିଛି I 1947ମସିହାରେ ଆମେରିକାରେ ମେକ୍ସିକୋ ର ଏକ ବିମାନ ଦୁର୍ଘଟଣା ହେଇ ସମ୍ପୂର୍ଣ୍ଣ ପାଉଁଶ ହେଇଯାଇଥିଲା I ସେଠାରେ ସ୍ଥାନୀୟ ବାସିନ୍ଦା ଏବଂ ବୈଜ୍ଞାନିକ ମାନେ ପହଞ୍ଚି ଯାହା ଦେଖିଲେ ସେମାନଙ୍କର ହୋସ ଉଡିଯାଇଥିଲା I

ଘଟଣା ସ୍ଥଳରେ ବିମାନ ଟି ସମ୍ପୂର୍ଣ୍ଣ ପାଉଁଶ ହେଇଯାଇଥିଲେ ମଧ୍ୟ ଏକ ଭିର୍ଣ୍ଣ ବିମାନ ପଡିରହିଥିଲା I ଯାହାର କି ଗଠନ ପ୍ରଣାଳୀ ସମ୍ପୁର୍ଣ୍ଣ ଅଲଗା ଭାବରେ ହେଇଥିଲା I ଏହା ସମ୍ପୂର୍ଣ୍ଣ ଅଲଗା ଭାବରେ ଗୋଲାକୃତି ହେଇଥିବା ବେଳେ ଏଥିରେ ଥିବା ଧାତୁ ପୃଥିବୀ ପୃଷ୍ଠର ନଥିଲା ଏବଂ ଏହି ଧାତୁ କେଉଁ ପଦାର୍ଥରେ ତିଆରି ହେଇଚି ତାହା କୌଣସି ବି ବୈଜ୍ଞାନିକ କହିପାରିନଥିଲେ I

ପରେ ଏହାକୁ ଆମେରିକା ର ସେନା ନିଜ ଅକ୍ତିଆର କୁ ନେଇଯାଇଥିଲେ ଏବଂ ସମସ୍ତ ଘଟଣାକୁ ଚପାଇଦିଆଯାଇଥିଲା I ତେବେ ରୁଷିଆ ଏବଂ ଅନ୍ୟ ଦେଶର ବୈଜ୍ଞାନିକ ମାନେ ଦାବି କରନ୍ତି କି ଏହା ଏଲିଅନ ର ବିମାନ ଥିଲା ,ଏହାକୁ ଲୋକଲୋଚନ କୁ ଆଣିବା ବଦଳରେ ଆମେରିକା ଏହି ଭିର୍ଣ୍ଣ ଧରଣର ଧାତୁରୁ ନୂଆ ଆଧୁନିକ ଯନ୍ତ୍ରପାତି ନିର୍ମାଣ ପାଇଁ ଏହାକୁ ଲୁଚାଇ ଆମେରିକା ଏବେବି ପରୀକ୍ଷା ନିରୀକ୍ଷା କରୁଛି I ଏବଂ ବିଶ୍ୱରେ ନିଜର ଆଧିପତ୍ୟ ଜାହିର କରିବାକୁ ଚାଁହୁଛି I ଏହାକୁ ଯେଉଁ ଅଂଚଳ ରେ ରଖି ଗବେଷଣା କରାଯାଉଥିଲା ତାହା ଏରିଆ -51 ନାମରେ ନାମିତ I

ଏଠାକୁ ଜନସାଧାରଣ ଙ୍କ ପ୍ରବେଶ ନିଷେଧ I ଏପରିକି ଯଦି କେହି ଜୋର କରି ପ୍ରବେଶ କରିବାକୁ ଚାହେଁ ତେବେ ତାକୁ ଗୁଳି କରି ଦିଆଯିବାର ସୂଚନା ଦିଆଯାଇଛି I ଏହି ଏରିଆ -51 କୁ ନେଇ ଅନେକ ହଲିୟୁଡ଼ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଛି I ତେବେ ରୁଷିଆ ବୈଜ୍ଞାନିକ ମାନଙ୍କର ଆକଳନ ସତ ମଧ୍ୟ ହେଇପାରେ କାହିଁକିନା ଆମେରିକା ଯେଉଁଭଳି ଭାବରେ ଆଧୁନିକ ଯନ୍ତ୍ରପାତି ନିର୍ମାଣ କରୁଛି ତାହା ସାରା ବିଶ୍ୱକୁ ଚମକାଇଦେଉଛି I

ତେଣୁ ସେହି ବିମାନଟି ଏଲିଅନ ର ଥିବାର ଦାବି କରୁଛନ୍ତି ଅନ୍ୟ ବୈଜ୍ଞାନିକ କିନ୍ତୁ ଏ ପର୍ଯ୍ୟନ୍ତ ଆମେରିକା ସେହି ଭିର୍ଣ୍ଣ ବିମାନ ବିଷୟରେ କୌଣସି ବି ତଥ୍ୟ ଦେଉନି ବା ଏରିଆ -51 ନିଷିଦ୍ଧ ଅଂଚଳ ବିଷୟରେ ଅନ୍ୟକୁ ଜଣାଉନାହିଁ I ଯଦି ଏନେଇ ଆମେରିକା ନିଜର ସ୍ପଷ୍ଟ ମତାମତ ରଖନ୍ତା ତେବେ ଏଲିଅନ ଙ୍କ ବିଷୟରେ ସମସ୍ତ ଘଟଣା ଜଣାପଡ଼ିଯାଆନ୍ତା I

Leave a Reply

Your email address will not be published. Required fields are marked *