ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯଦି ସବୁବେଳେ କଳହ ଲାଗିରହୁଛି ,ତେବେ ଆଜିଆଂଶିକ ସୂର୍ଯ୍ୟପରାଗ ରେ କରନ୍ତୁ କାମ i

ସମସ୍ତଙ୍କ ବାଡ଼ିରେ ଗୋଟେ ଫୁଲ ଫୁଟେ ତାହା ହେଉଛି ମନ୍ଦାର ଫୁଲ। ମନ୍ଦାର ବିଭିନ୍ନ ପ୍ରକାରର ଅଛି ଯଥା ଶ୍ଵେତ ମନ୍ଦାର,ଧଳା ମନ୍ଦାର, ଥୋପା ମନ୍ଦାର ଏମିତି ବିଭିନ୍ନ ପ୍ରକାରର ମନ୍ଦାର ଅଛି। ତା ଭିତରୁ ଗୋଟିଏ ମନ୍ଦାର ହେଉଛି ଶ୍ବେତ ମନ୍ଦାର ବା ଧଳା ମନ୍ଦାର। ମନେ ରଖନ୍ତୁ ମନ୍ଦାର ଫୁଲ ହେଉଛି ଦେବୀଙ୍କର ପ୍ରିୟ।ଆଉ ଦେବୀ ମାନେ ଲାଲ୍ ମନ୍ଦାର କୁ ଭଲ ପାଆନ୍ତି।ଖାଲି ସେତିକି ନୁହେଁ ଶିବ ଶଙ୍କର ମଧ୍ୟ ମନ୍ଦାର କୁ ଭଲ ପାଆନ୍ତି।ସେଥିପାଇଁ ଶ୍ଲୋକଟିଏ କୁହାଯାଏ” ମନ୍ଦାକିନୀ ଶୈଳ ଚନ୍ଦନ ଚର୍ଚ୍ଚିତାୟ ,ନନ୍ଦିଶ୍ଵରୟ ପ୍ରବକ୍ତାୟ ମହେଶ୍ୱର ,ମନ୍ଦାର ପୁଷ୍ପ ବହୁ ପୁଷ୍ପ ସୂପୂଜିତାୟା
ତସ୍ମୈ ମକା ରାୟ ନମ୍ଃ ଶିବାୟ” I ମନ୍ଦାର ଫୁଲ ଶିବ ମଧ୍ୟ ଭଲ ପାଆନ୍ତି।କହିବାର କଥା ଯେଉଁ ଧଳା ମନ୍ଦାର ଫୁଲ ତାକୁ କହନ୍ତି ତାନ୍ତ୍ରିକ ଫୁଲ।

ଚନ୍ଦ୍ର ଗ୍ରହଣ/ସୂର୍ଯ୍ୟପରାଗ ସମୟରେ ଧଳା ମନ୍ଦାର ଫୁଲର ଚେର ଟିକେ ଆଣି ଯଦି ସ୍ବାମୀ ସ୍ତ୍ରୀ ଉଭୟଙ୍କୁ ହାତରେ ବାନ୍ଧି ଦିଆଯାଏ ତେବେ ସ୍ବାମୀ ସ୍ତ୍ରୀ ମଧ୍ୟରେ ମନ ମାଳିନ୍ୟ ଦୁର ହୋଇଯାଏ।ଏହା ସତ୍ୟ।ତେବେ ଖୁଶିର କଥା ଆଜି ଆଂଶିକ ସୂର୍ଯ୍ୟପରାଗ ଅଟେ ଯାହାକି ଭାରତକୁ ଦୃଶ୍ୟମାନ ନୁହେଁ I କିନ୍ତୁ ଏହାର ପ୍ରଭାବ ରହୁଥିବା ହେତୁ ଆଜି ଆଂଶିକ ସୂର୍ଯ୍ୟପରାଗ ରେ ଏକ ଧଳା ମନ୍ଦାର ଚେର ଆଣି ଉପରୋକ୍ତ ଉପାୟରେ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଦୂର ହେଇ ଭଲ ସମ୍ପର୍କ ସ୍ଥାପନ ହେଇଥାଏ

Leave a Reply

Your email address will not be published. Required fields are marked *