ଗୃହ ର ସମସ୍ତ ସମସ୍ୟା ଦୂର କରିବ ଫିଟିକିରୀ

ଆଜି ପର୍ଯ୍ୟନ୍ତ ଆମେମାନେ ଫିଟିକିରୀର ଔଷଧୀୟ ଗୁଣ ବିଷୟରେ ଜାଣିଛେ। ଏବେ ଆସନ୍ତୁ ଜାଣିବା ଫିଟିକିରୀକୁ ଆଉ କେଉଁ ରୂପରେ ବ୍ୟବହାର କରାଯାଇପାରିବ।

୧.ଖରାପ୍ ସ୍ଵପ୍ନରୁ ମୁକ୍ତି ପାଇଁ ଫିଟିକିରୀର ବ୍ୟବହାର –

ଆପଣ ଶୋଇବା ଶେଯ ର ତକିଆ ତଳେ କିମ୍ବା ବେଡ୍ ସିଟ୍ ତଳେ ଯେଉଁ ଜାଗାରେ ବି ରଖିପାରିବେ।ଗୋଟେ କଳା କପଡ଼ାରେ ଫିଟିକିରି ବାନ୍ଧି ରଖନ୍ତୁ।

ଏପରି କରିବା ଦ୍ବାରା ଖରାପ୍ ସ୍ବପ୍ନ ଆସିବା,ନିଦ ଅବସ୍ଥାରେ ଚମକିବା ଓ ବ୍ୟକ୍ତି ଅଜଣା ଭୟରୁ ମୁକ୍ତି ହୋଇଯାଇଥାଏ।

୨.ଦୋକାନରେ ଗରାଖ ବଢ଼ାଇବା ପାଇଁ –

ଯେ କୌଣସି ଦୋକାନର ମୁଖ୍ୟ ଦ୍ଵାରରେ କଳା କପଡ଼ାରେ ଫିଟିକିରୀ ବାନ୍ଧି ଟାଙ୍ଗିବା ଦ୍ବାରା ଗରାଖ ବଢ଼ିଥାଏ।

୩.ପରିବାରରେ ସୁଖ ଶାନ୍ତି ବଜାଇ ରଖିବା ପାଇଁ –

ପରିବାରର ବ୍ୟକ୍ତି ମାନଙ୍କ ଭିତରେ ବହୁତ୍ ଥର ଝଗଡ଼ା ହୋଇଥାଏ।ପରିବାରର ମୁଖିଆ ରାତ୍ରି ସମୟରେ ନିଜ ପଲଙ୍କ ତଳେ କୌଣସି ଏକ ପାତ୍ରରେ କିଛି ଜଳ ରଖି ସେଥିରେ ଛୋଟିଆ ଫିଟିକି ରି ଖଣ୍ଡେ ପକେଇ ଦିଅନ୍ତୁ।

ସକାଳେ ଗୁରୁମନ୍ତ୍ର କିମ୍ବା କିମ୍ବା ଇଷ୍ଟଦେବତା ଙ୍କ ନାମ ଉଚ୍ଚାରଣ କରି ସେହି ଜଳକୁ ଅଶ୍ଵସ୍ଥ ଗଛ ମୂଳେ ଢାଳି ଦିଅନ୍ତୁ।ଏହା କରିବା ଦ୍ବାରା ଘରେ କଳି ଝଗଡ଼ା ବନ୍ଦ ହୋଇଯାଇଥାଏ ଓ ଘରେ ଶାନ୍ତି ରହିଥାଏ।

୪.ଯଦି ଘରେ କୌଣସି କୌଣସି ଦୃଷ୍ଟି ଦୋଷ ଥାଏ –

ବାଥରୁମ୍ ରେ ଏକ ଗିନାରେ ଏକ ଛୋଟ ଫିଟିକି ରି ରଖନ୍ତୁ।ଏବଂ ଏହାକୁ ପ୍ରତି ମାସରେ ବଦଳାଇ ଦିଅନ୍ତୁ।ଏପରି କଥା ଅଛି ଯେ ଫିତିକିରୀ ଆଖପାଖରେ ଥିବା ନକାରାତ୍ମକ ଊର୍ଯା କୁ ନିଜ ମଧ୍ୟରେ ସମାହିତ କରିରଖିଥାଏ।ଆପଣ ଫିଟିକିରି ଜାଗାରେ ଲୁଣ ମଧ୍ୟ ବ୍ୟବହାର କରିପାରିବେ ।

୫.ଯଦି ଆପଣଙ୍କୁ କୌଣସି ବ୍ୟକ୍ତିର ନଜର ଲାଗିଥାଏ –

ଯଦି ଆପଣ କୌଣସି ଏପରି ନଜର ଲାଗିଥିବା ବ୍ୟକ୍ତି ପାଖରେ ଅଛନ୍ତି ତେବେ ସେହି ଲୋକକୁ ତଳେ ଶୁଆଇ ଦେଇ ତାର ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ଫିଟିକି ରି ସାତ ଥର ବୁଲାଇ ଆଣନ୍ତୁ।ପ୍ରତି ଥର ପାଦରେ ସ୍ପର୍ଶ କରାନ୍ତୁ। ତା ପରେ ସେହି ଫିଟିକି ରି କୁ ନିଆଁ ରେ ଜଳାଇ ଦିଅନ୍ତୁ।

୬.ବ୍ୟବସାୟରେ ଉନ୍ନତି ପାଇଁ କିଛି ଉପାୟ –

ପାଞ୍ଚଟି ଫିଟିକିରି ନିଅନ୍ତୁ ଆଉ ଛଅଟି ନୀଳ ରଙ୍ଗର ଫୁଲ ନିଅନ୍ତୁ।ଏବଂ ଅଣ୍ଟାରେ ବନ୍ଧା ହୋଇଥିବା ଏକ ବେଲ୍ଟ୍ ନିଅନ୍ତୁ।

ନବମୀ ଦିନ ଏହା ଦେବୀଙ୍କୁ ଚଢ଼ାନ୍ତୁ।ଦଶମୀ ଦିନ ବେଲ୍ଟେ ଟିକୁ କୌଣସି ଏକ କନ୍ୟାକୁ ଦେଇଦିଅନ୍ତୁ।ନୀଳ ରଙ୍ଗର ଫୁଲକୁ ପାଣିରେ ପାଣିରେ ଭସାନ୍ତୁ ଆଉ ଫିଟିକିରି କୁ ନିଜ ପାଖରେ ରଖନ୍ତୁ।ଏହି ଉପାୟ ଦ୍ବାରା ବେପାର ବାଣିଜ୍ୟର ଉନ୍ନତି ଆସିଥାଏ।

୭. ରୁଣରୁ ମୁକ୍ତ ପାଇଁ ଏହି ଉପାୟ –

ଯଦି ଆପଣଙ୍କ ଋଣ ବଢି ବଢ଼ି ଚାଲିଛି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ସୁଜି ହେଉନାହିଁ ତେବେ ଏହି ଏକ ଉପାୟ କରି ଦେଖନ୍ତୁ।ଗୋଟେ ପାନ ପାତ୍ରରେ ଅଳ୍ପ ଫିଟିକିରି ଓ ସିନ୍ଦୂର ରଖି ବାନ୍ଧି ଦିଅନ୍ତୁ ଏବଂ ବୁଧବାର ଦିନ ସକାଳେ କିମ୍ବା ସନ୍ଧ୍ୟା ବେଳେ ଏକ ଅଶ୍ଵସ୍ଥ ଗଛ ମୂଳେ ପୁଡିଆଟିକୁ ଏକ ପଥର ତଳେ ଚାପିକରି ରଖିଦିଆନ୍ତୁ।ଏପରି ତିନୋଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ।ଏହା କରିବା ଦ୍ବାରା ଆପଣଙ୍କର ଋଣ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *