ରାବଣ ସ୍ୱର୍ଗକୁ ବନେଇଥିବା ସିଡିର ମିଳିଲା ପ୍ରମାଣ ,ଜାଣନ୍ତୁ କାହିଁକି ଏହା ସପୂର୍ଣ୍ଣ ହେଇପାରିନଥିଲା

ରାମାୟଣ ରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଙ୍କ ପତ୍ନୀ ମାତା ସୀତା ଙ୍କୁ ରାବଣ ହରଣ କରିନେଇ ମୃତ୍ୟୁବରଣ କରିଥିଲା ରାମ ଙ୍କ ହାତରେ I କିନ୍ତୁ ଶାସ୍ତ୍ର କୁହେକି ରାବଣ ମହା ଜ୍ଞାନୀ ଏବଂ ପଣ୍ଡିତ ଥିଲା I ଏକଥା ମଧ୍ୟ ରାମାୟଣରେ ବର୍ଣ୍ଣିତ ଅଛି ଯେ ରାବଣ ତାର ସମସ୍ତ ଅସୁର ଜାତିକୁ ଉଦ୍ଧାର କରିବାକୁ ସ୍ୱର୍ଗକୁ ଏକ ସିଡ଼ି ବନାଇବାକୁ ଚାହିଁଥିଲା ,ଯେଉଁଥିରେ କି ସମସ୍ତ ଅସୁର ମାନେ ସିଧାସଳଖ ସ୍ୱର୍ଗକୁ ଯାଇପାରିବେ ବିନା କୌଣସି ପୂନ୍ୟ କାମରେ I ଏହାଦ୍ୱାରା ସମସ୍ତେ ମୋକ୍ଷ ଲାଭ କରିପାରିବେ I ଏହାସହିତ ସ୍ଵର୍ଗରେ ମଧ୍ୟ ରାବଣ ର ଆଧିପତ୍ୟ ରହିପାରିବ I

ଆଜିର ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ଏହା ଧ୍ରୁବ ସତ୍ୟ ଯେ ରାମ ଥିଲେ ତେଣୁ ଯଦି ରାମ ଙ୍କ ଉପସ୍ତିତି କୁ ଆପଣ ମାନୁଛନ୍ତି ତେବେ ରାବଣ ର ଉପସ୍ତିତି କୁ ଆପଣ ମାନିବାକୁ ବାଧ୍ୟ I ଏହା ମଧ୍ୟ ବାରମ୍ବାର ପ୍ରମାଣିତ ହେଇଚି ରାମାୟଣରେ ବର୍ଣ୍ଣିତ ବିଭିର୍ଣ୍ଣ କଥା ଏବଂ ଅସ୍ତ୍ରଶସ୍ତ୍ର ସହିତ ଅଂଚଳର ଅବସ୍ଥିତି ସମ୍ପର୍କରେ I ତେବେ ପୁରାଣ ଅନୁଯାଇ ରାବଣ ଯେଉଁଜାଗାରେ ସ୍ୱର୍ଗକୁ ସିଡ଼ି ବନାଇବାକୁ ଚାଁହୁଥିଲା ତାହାର ପ୍ରମାଣ ମିଳିଛି I ହିମାଚଳ ପ୍ରଦେଶ ର ସରମର ଜିଲ୍ଲାରେ ପୋଡିୱାଲା ନାମକ ଏକ ଶିବ ମନ୍ଦିର ରହିଛି I

ବିଶ୍ୱାସ କରାଯାଏ କି ରାବଣ ଏହିଠାରୁ ସ୍ୱର୍ଗକୁ ସିଡ଼ି ତିଆରି କରିଥିଲା I ଏଠାରେ ଥିବା ବଡ ବଡ ଚଟାଣ ପଥର କୁ ଦେଖିଲେ ବିଶ୍ୱାସ ଜନ୍ମେ କି ସତରେ ରାବଣ ହିଁ ଏହାର ସୃଷ୍ଟି କରିଥିଲା ସିଡ଼ି ପାଇଁ ସ୍ୱର୍ଗକୁ I

ରାବଣ ଶିବଙ୍କର ପରମ ଭକ୍ତ ଥିଲା ,ଏହି ମନ୍ଦିର ରେ ଶିବଙ୍କୁ କଠୋର ତପସ୍ୟା କରି ସନ୍ତୁଷ୍ଟ କରିବା ପରେ ଶିବ ପ୍ରସନ୍ନ ହେଇ ବର ମାଗିବାକୁ କହିଥିଲେ I

ରାବଣ ଅମର ବର ମାଗିବା ସହିତ ସ୍ୱର୍ଗକୁ ସିଡ଼ି ତିଆରି କରିବା ପାଇଁ ବର ମାଗିଥିଲା ,ଏଥିରେ ଶିବ ଏକ ସର୍ତ୍ତ ରଖିଥିଲେ କି ଯଦି ରାବଣ ଏକ ଦିନରେ ପାଞ୍ଚଟି ପୋଡି ନିର୍ମାଣ କରିପାରିବ ତେବେ ସେଅମର ହେବା ସହିତ ସ୍ୱର୍ଗକୁ ସିଡ଼ି ବନାଇ ପାରିବ I

ରାବଣ ଏଥିରେ ଖୁସିହେଇ ହରିଦ୍ୱାର ,ହିମାଚଳ ପ୍ରଦେଶ ,ଚୂଡେଶ୍ୱର ମହାଦେବ ରେ ଏବଂ କିନ୍ନର କୈଳାଶ ରେ ଅତି ସହଜ ରେ ଚାରୋଟି ପୋଡି ନିର୍ମାଣ କରିସାରିବା ପରେ ଦେବତା ମାନେ ଭୟଭୀତ ହେଇ ରାବଣ ମନରେ ଅଳସୁଆ ର ଭାବ ସୃଷ୍ଟି କଲେ ,ଫଳରେ ରାବଣ ଭାବିଲା କି ଏବେ ତ ସାରା ଦିନ ବାକି ଅଛି ,ମୁଁ ଟିକେ ବିଶ୍ରାମ ନେଇଯାଏ ,

ତାପରେ ତିଆରି କରିବି ,ବାସ ରାବଣ ସୋଇଛି ତ ସୋଇଛି ତା ପରଦିନ ନିଦ ଭାଙ୍ଗିଲା ,ଫଳରେ ତା ର ସେ ସ୍ବପ୍ନ ଅଧୁରା ହେଇ ରହିଗଲା I ସେଥିପାଇଁ ପରାମର୍ଶ ଦିଆଯାଏ କି ଆଜିର କାମ ଆଜି ହିଁ କରନ୍ତୁ ନଚେତ ରାବଣ ପରି ସ୍ୱର୍ଗକୁ କୁ ସିଡ଼ି ବାନ୍ଧିବା କେବଳ ସ୍ବପ୍ନ ହେଇ ରହିଯିବ I

Leave a Reply

Your email address will not be published. Required fields are marked *