ଏହି ଦୁଇଟି ଶବ୍ଧ ନାରୀଙ୍କୁ କୁହନ୍ତୁ ନାହିଁ ,ଏହା ତାଙ୍କୁ ବହୁତ କଷ୍ଟ ଦେଇଥାଏ

ନାରୀ କେବେ ମା ତ କେବେ ଭଉଣୀ ,କେବେ ସ୍ତ୍ରୀ ତ କେବେ ବନ୍ଧୁ Iକେବେ ମା ନିଜ ସନ୍ତାନ ପାଇଁ ସ୍ନେହମୟୀ ଯଶୋଦା ପାଲଟିଥାଏ ତ କେବେ ନିଜ ସନ୍ତାନ ର ସୁରକ୍ଷା ପାଇଁ ଚଣ୍ଡୀବେଶ ଧାରଣ କରିବାକୁ ପଛାଇନଥାଏ I ନାରୀ ବିନା ସୃଷ୍ଟି ର ପରିକଳ୍ପନା ଅସମ୍ଭବ I କୁହାଯାଏ ପ୍ରତ୍ୟକ ପୁରୁଷର ସଫଳତା ରେ ନାରୀର ହାତ ଥାଏ I ଗୋଟିଏ ଘରକୁ ସୁନ୍ଦର କରି ଗଢି ତୋଳିବାରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ I ନାରୀ ଚାହିଁଲେ ଗୋଟିଏ ପରିବାର ସ୍ୱର୍ଗ ହେଇପାରିବ ,ସେହି ନାରୀ ଚାହିଁଲେ ବି ଗୋଟିଏ ପରିବାର ନିମିଷକରେ ନର୍କ ହେଇଯିବ I

ପ୍ରତ୍ୟକ ନାରୀ ହେଉଛନ୍ତି ମା ଲକ୍ଷ୍ମୀ ଙ୍କ ପ୍ରତିରୂପ I ଗୋଟିଏ ନାରୀ ମାତୃତ୍ଵ ଲାଭ କରିବା ହେଉଛି ନାରୀ ଜୀବନର ସର୍ବଶ୍ରେଷ୍ଠ ବୋଲି ଧରାଯାଏ ,କାହିଁକିନା 9ମାସ ନିଜ ପେଟରେ ସନ୍ତାନକୁ ଧାରଣ କରି ମା ଟିଏ କେତେ କଷ୍ଟ ସହିଥାଏ ତାହା କେହି ବି ବର୍ଣ୍ଣନା କରିପାରିବେ ନାହିଁ I 1)କିନ୍ତୁ ବେଳେବେଳେ ଏମିତି ହୁଏ କି କିଛି ମହିଳା ମା ହେଇପାରିନଥାନ୍ତି ,ତେବେ ଏଥିରେ ତାଙ୍କର କୌଣସି ଦୋଷ ନଥାଏ ହେଇପାରେ ସେଥିପାଇଁ ପୁରୁଷ ଦାୟୀ କିମ୍ବା ଏହା ଏକ ପ୍ରାକୃତିକ ଦୋଷ I କିନ୍ତୁ କିଛି ବ୍ୟକ୍ତି ତାଙ୍କୁ ଛିଗୁଲେଇ ବାଞ୍ଝ କହି ଡାକିଥାନ୍ତି ଏହା ଦ୍ୱାରା ନାରୀଟିଏ ଭାରି କଷ୍ଟ ପାଇଥାଏ ,ହୁଏତ ଉପରକୁ ସେ କିଛି କହିପାରିନଥାଏ ,କିନ୍ତୁ ଭିତରେ ବହୁତ ମାନସିକ କଷ୍ଟ ପାଇଥାଏ I ଏମିତିବି ହେଇପାରେ ନାରୀ ଟି ଆପଣଙ୍କୁ ଅଭିଶାପ ଦେଇପାରେ ,କୁହାଯାଏ ନାରୀ ଅଭିଶାପ ଶ୍ରୀରାଧାର୍ଯ୍ୟ I ଏହି ନାରୀ ଅଭିଶାପ ପାଇଁ ରାବଣ ମରିଥିଲା ତ ଏହି ନାରୀର ଅଭିଶାପ ପାଇଁ ଦୁର୍ଯ୍ୟଧନ ର ନିହତ ହେଇଥିଲା I ତେଣୁ କୌଣସି ନାରୀକୁ ବାଞ୍ଝ କହି ଡାକନ୍ତୁ ନାହିଁ I 2)ଦେହ ବେପାର କରିବାକୁ କୌଣସି ନାରୀ ପସନ୍ଦ କରନ୍ତି ନାହିଁ କିନ୍ତୁ ସମାଜ ରେ ପରିସ୍ଥିତି ରେ ବାଧ୍ୟ ହେଇ କିଛି ମହିଳା ଏହି କାମ କରିଥାନ୍ତି ,କିନ୍ତୁ କିଛି ଲୋକ ସେମାନଙ୍କୁ ବେଶ୍ୟା କହିଥାନ୍ତି I ଏହା ତାଙ୍କୁ ଗଭୀର ଦୁଃଖ ଦେଇଥାଏ Iତେଣୁ ଆପଣ କୌଣସି ମହିଳାଙ୍କୁ ଏହି ଦୁଇଟି ଶବ୍ଧ କୁହନ୍ତୁ ନାହିଁ ନଚେତ ହେଇପାରେ ସେମାନଙ୍କର ଅଭିଶାପ ଆପଣଙ୍କଉପରେ ପଡିପାରେ I

Leave a Reply

Your email address will not be published. Required fields are marked *