ପୁରୁଷ ମାନଙ୍କ ପାଇଁ ସୁନ୍ଦର ରହିବାର ଟିପ୍ସ

ଆଜି କାଲି ସମସ୍ତେ ନିଜ ଚେହେରା କୁ ନେଇ ବେଶ୍ ତତ୍ପର। କିପରି ସୁନ୍ଦର ରହିବେ ଏଥି ପାଇଁ ଝିଅ ମାନେ ସର୍ବଦା ବ୍ୟସ୍ତ ରହିଥାନ୍ତି କିନ୍ତୁ ପୁଅ ମାନେ ବେଶୀ ସମୟ ଏ ସବୁ କୁ ଦେଇ ପାରନ୍ତି ନାହିଁ।

କିମ୍ବା ଏହି ସବୁ କରନ୍ତି ମଧ୍ୟ ନାହିଁ। କିନ୍ତୁ ଝିଅ ମାନଙ୍କ ଅପେକ୍ଷା ପୁଅ ମାନେ ବେଶୀ ଧୂଳି ଓ ଖର ରେ ବୁଲା ବୁଲି କରନ୍ତି। ତେଣୁ ପୁଅ ମାନଙ୍କୁ ମଧ୍ୟ ନିଜ ସ୍କିନ୍ ର ଯତ୍ନ ନେବା ଆବଶ୍ୟକ।

ତେବେ ଆଜି ଆମେ ଜାଣିବେ କିଛି ଉପାୟ ଯାହା ଦ୍ଵାରା ବେଶୀ ସମୟ ନଷ୍ଟ ନ କରି ମଧ୍ୟ ପୁଅ ମାନେ ନିଜ ଚେହେରା ର ଯତ୍ନ ନେଇ ପାରିବେ।

ଆବଶ୍ୟକୀୟ ସାମଗ୍ରୀ

ଏହି କାମ ପାଇଁ ଆପଣଙ୍କୁ ଦରକାର ହେବ କ୍ଷୀର, ମହୁ ଓ ହଳଦୀ।

କ୍ଷୀର ରେ କ୍ୟାଲସିୟମ ପ୍ରଚୁର ମାତ୍ର ରେ ରହିଥାଏ। ଏବଂ ହଳଦୀ ରେ ଆନ୍ତି ବାଇଓଟିକ୍ ରହିଥାଏ। ସେହିପରି ମହୁ ରେ ସୋଡିୟମ୍, ଫସଫରସ ଓ ଆୟୋଡିଁ ରହିଥାଏ।

ଏହି ସବୁ ର ମିଶ୍ରଣ କରି ସେବନ କରିବା ଦ୍ୱାରା ଆମ ଶରୀର କୁ ବହୁତ୍ ଲାଭ ମିଳିଥାଏ।

ପ୍ରସ୍ତୁତ ପ୍ରଣାଳୀ

ଏହାକୁ କରିବା ପାଇଁ ପ୍ରଥମେ ଆପଣ କ୍ଷୀର କୁ ଅଳ୍ପ ଗରମ୍ କରି ଦିଅନ୍ତୁ। ଏବେ ସେହି ଗରମ୍ କ୍ଷୀର ରେ ଏକ ବା ଅଧା ଚାମଚ୍ ହଳଦୀ ଗୁଣ୍ଡ ମିଶାନ୍ତୁ ଏବିଁ ୨ ଚାମଚ୍ ମହୁ ମିଶାନ୍ତୁ।

ଏହି ସବୁ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଶୋଇବାର ଅଧା ଘଣ୍ଟା ଆଗରୁ ସେବନ କରନ୍ତୁ।

ଏହା କରିବା ଦ୍ଵାରା ଆପଣଙ୍କ ଶରୀର କୁ ଆବଶ୍ୟକୀୟ ତତ୍ତ୍ଵ ମିଳିବ ସହ ଆପଣଙ୍କ ସ୍କ୍କିନ୍ ର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ।

Leave a Reply

Your email address will not be published. Required fields are marked *