ବିବାହ ପୂର୍ବରୁ ସାଥୀଙ୍କର ଏହି ତିନୋଟି ବିଷୟରେ ଭଲକି ବୁଝିନିଅନ୍ତୁ ନଚେତ ସାରା ଜୀବନ କାନ୍ଦୁଥିବେ ମୁଣ୍ଡ ବାଡେଇ

ବିବାହ ଦୁଇଟି ସମ୍ପର୍କ ର ମିଳନ ଜନ୍ମଜନ୍ମାନ୍ତର ପାଇଁ I ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ସମଭାଗୀ ହେଇ ବାଟ ଚାଲିବେ ବୋଲି ଅଗ୍ନିକୁ ଶପଥ ରଖି ବିବାହ କରିଥାନ୍ତି I ତେବେ ବିବାହ ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ସୃଦୁଢ ହେବା ପାଇଁ ଦୁହିଁଙ୍କର ଜାତକ ମେଳ କରାଯାଇଥାଏ I କିନ୍ତୁ ବର୍ତମାନ ଯୁଗରେ ଏକ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଦୁହିଁଙ୍କର ବିବାହ ପୂର୍ବରୁ ଜାତକ ସହିତ ମେଡିକାଲ ପରୀକ୍ଷା କରେଇନେବା ନିହାତି ଜରୁରୀ I1) ସାଧାରଣତଃ ଯେଉଁ କନ୍ୟା ମାନେ ବିଳମ୍ବରେ ବିବାହ କରିଥାନ୍ତି ସେମାନଙ୍କର ମାତୃତ୍ଵ ରେ ବିଭିର୍ଣ୍ଣ ସମସ୍ୟା ହେଇଥାଏ I

ସେଥିପାଇଁ ବିବାହ ପୂର୍ବରୁ କନ୍ୟା ମାନେ ନିଜର ଗର୍ଭାଶୟ ସମ୍ଭନ୍ଧୀୟ ସମସ୍ତ ଡାକ୍ତରୀ ପରୀକ୍ଷା କରିଦେବା ଉଚିତ I କାହିଁକିନା ଯଦି ନାରୀମାନେ ମାତୃତ୍ଵ ଗ୍ରହଣ କରିନପାରନ୍ତି ଏହା ତାଙ୍କ ଜୀବନକୁ ନର୍କ ସଜେଇଦେବ ,କଥାରେ ଅଛି ବଂଶ ରକ୍ଷା ପାଇଁ ମନୁଷ୍ୟ ବିବାହ କରିଥଏ I ତେଣୁ ଯଦି ନାରୀ ମା ହେଇନପାରେ ତେବେ ହୁଏତ ତା ସ୍ୱାମୀ ଅନ୍ୟ ମହିଳାଙ୍କ ହାତ ଧରିବାକୁ ବାଧ୍ୟ ହେଇଥାନ୍ତି I 2) ବିବାହ ପୂର୍ବରୁ ନିଜ ସାଥୀ ବିଷୟରେ ଭଲ ଭାବରେ ବୁଝିନିଅନ୍ତୁ ଅନ୍ୟ କାହା ସହିତ ତାଙ୍କ ଭଲପାଇବା ବା ପ୍ରେମ ରହିଛି କି ନାହିଁ

,ଯଦି ସେମିତି କିଛି ଥାଏ ଖୋଲା ଭାବରେ ତାଙ୍କୁ ପଚାରନ୍ତୁ ହୁଏତ ସେ ପରିବାର ର ଚାପ ରେ ଆପଣଙ୍କ ସହିତ ବିବାହ ପାଇଁ ରାଜି ହେଇଥାନ୍ତି କିନ୍ତୁ ତାଙ୍କ ମନ ଅନ୍ୟ ଠାରେ ରହିଥାଏ ଏହାଦ୍ୱାରା ପାରିବାରିକ ସମ୍ପର୍କ ନଷ୍ଟ ହେଇଯାଇଥାଏ I 3) ବିବାହ ପୂର୍ବରୁ ନିହାତି ଭାବରେ ଏଚଆଇଭି ପରୀକ୍ଷା କରେଇନିଅନ୍ତୁ ଉଭୟଙ୍କର ,

ଏଡସ୍‌ ଯେ କେବଳ ଶାରୀରିକ ସମ୍ପର୍କ ଦ୍ୱାରା ହେଇଥାଏ ତାହା ନୁହେଁ ,ଏହା ରକ୍ତ ଗ୍ରହଣ ,ସଂକ୍ରାମକ ଛୁଞ୍ଚି ଦ୍ୱାରା ମଧ୍ୟ ହେଇଥାଏ I ବିବାହ ପୂର୍ବରୁ ଏହି ତିନୋଟି ପରୀକ୍ଷା ନିଜ ସାଥି ବିଷୟରେ ନିହାତି କରିନିଅନ୍ତୁ ନଚେତ ସାରା ଜୀବନ ପସ୍ତେଇବେ I

Leave a Reply

Your email address will not be published. Required fields are marked *