ମୀନ ରାଶି ର ବ୍ୟକ୍ତି ମାନଙ୍କ ର ବ୍ୟକ୍ତିତ୍ଵ କଣ?

ଆଜି ଆମେ ଜାଣିବା ମୀନ ରାଶି ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ସମ୍ପର୍କରେ।

ମୀନ ରାଶିର ସ୍ବାମୀ ବୃହସ୍ପତି ଅଟନ୍ତି।ବୃହସ୍ପତି ଦେବ ସୌରମଣ୍ଡଳର ସବୁଠାରୁ ବଡ ଗ୍ରହ ହୋଇଥାନ୍ତି।ଏଥିପାଇଁ ଏହାକୁ ଦେବତାଙ୍କ ଗୁରୁ ଅର୍ଥାତ୍ ଦେବ ଗୁରୁ ବୋଲି ବିଚାର କରାଯାଏ।

ବୃହସ୍ପତି ଦେବ ଧନ ଆଧ୍ୟାତ୍ମିକ ଆଉ ଜ୍ଞାନର କାରକ ହୋଇଥାନ୍ତି।ଏହି କାରଣରୁ ମୀନ ରାଶି ଥିବା ବ୍ୟକ୍ତି ମଧ୍ୟ ଧର୍ମ,ଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥାନ୍ତି।ଏହି ରାଶିର ଜାତକ ଧାର୍ମିକ ହେବା ସହିତ ବୁଦ୍ଧିମାନ ବି ହୋଇଥାନ୍ତି।

ଏମାନେ ସ୍ୱଭାବର ଭାବୁକ ଓ କଳା ପ୍ରେମୀ ହୋଇଥାନ୍ତି।ଏମାନେ ଉଦାର,ଦୟାଳୁ ଆଉ ସମସ୍ତଙ୍କ ଚିନ୍ତା କରିବା ଭଳି ବ୍ୟକ୍ତିତ୍ୱ ହୋଇଥାନ୍ତି।ଏମାନେ ନିଜର ଆଦର୍ଶ ବାଦି ଦୁନିଆରେ ରହିଥାନ୍ତି ଓ ଏମାନେ ସହଜରେ ହିଁ ଅନ୍ୟ ବ୍ୟକ୍ତିର ଭାବନାକୁ ବୁଝିଯାନ୍ତି।

ମୀନ ରାଶିର ପ୍ରତୀକ ଦୁଇଟି ମାଛ ହୋଇଥାନ୍ତି।ମୀନ ଏକ ଜଳ ରାଶି ଅଟେ।ଏମାନଙ୍କ ଠାରେ ସହାନୁଭୂତି ଓ ଭବନାତ୍ମକ କ୍ଷମତା ରହିଥାଏ।ଏହି ରାଶିରେ ଜନ୍ମ ହୋଇଥିବା ଜାତକ ସମସ୍ତ ରାଶି ଚକ୍ରରେ ସବୁଠାରୁ ସହଜ ହୋଇଥାନ୍ତି।ଏହି ରାଶିର ଜାତକ ନୂଆ ପରିବେଶରେ ଆଉ ନୂଆ ବିଚାର ଧାରାରେ ସହଜରେ ମିଶିଯାଇଥାନ୍ତି।

ଏମାନଙ୍କ ବ୍ୟବହାରରେ ଚଂଚଳତା ସବୁବେଳେ ରହିଥାଏ।ଏମାନେ ପ୍ରାୟତଃ ଛୋଟ ପିଲାଙ୍କ ସହ ଛୋଟ ଆଉ ବଡ ଲୋକଙ୍କ ସହ ବଡ଼ ହୋଇଥାନ୍ତି।

ଏହି ରାଶି ଥିବା ବ୍ୟକ୍ତି ଉଦାର ଓ ଭଲ ସ୍ଵଭାବ ସମ୍ପନ୍ନ ହୋଇଥାନ୍ତି।ଏମାନଙ୍କୁ କୌଣସି ପ୍ରକାର ବନ୍ଧନ ପସନ୍ଦ ହୋଇ ନ ଥାଏ।

ଏମାନେ ବହୁମୁଖି ପ୍ରତିଭାର ଅଧିକାରୀ ହୋଇଥାନ୍ତି।କିନ୍ତୁ ଏମାନଙ୍କୁ କୌଣସି କଥାର ଅହଙ୍କାର ରହିଥାଏ।ଏମାନଙ୍କ ଠାରେ ଦୟା ଓ ପ୍ରେମର ଭାବନା ସର୍ବଦା ରହିଥାଏ।କିନ୍ତୁ ଏମାନେ ଲାଜକୁଳୀ ସ୍ୱଭାବର ହୋଇଥାନ୍ତି।

ଏହି ଜାତକ ବ୍ୟକ୍ତି ବିଶ୍ବାସୀ ଆଉ ଦୟାଳୁ ହୋଇଥାନ୍ତି।ଏମାନେ ସର୍ବଦା ନିଜର ମିତ୍ର ଆଉ ବନ୍ଧୁ ବାନ୍ଧବଙ୍କ ସହ ସହଯୋଗୀ ହୋଇଥାନ୍ତି।ଏହି ଲୋକମାନେ କରୁଣା ଓ ଦୟାରେ ପୂର୍ଣ୍ଣ ରହିଥାନ୍ତି।ଏହି ରାଶିର ବ୍ୟକ୍ତି ନିଜର ଲକ୍ଷ୍ୟ ପ୍ରତି ସର୍ବଦା ସତର୍କ ରହିଥାନ୍ତି ଓ ସଚ୍ଚୋଟତା ସହିତ ସବୁ କାର୍ଯ୍ୟ କରିଥାନ୍ତି।

ଏମାନଙ୍କୁ ନୂଆ ନୂଆ ଜିନିଷ ଶିଖିବାକୁ ବହୁତ୍ ପଶନ୍ଦ ହୋଇଥାଏ।ଏମାନେ ସର୍ବଦା ନିଜର ମାନ ସମ୍ମାନକୁ ଜଗି କାର୍ଯ୍ୟ କରିଥାନ୍ତି।ଏହି ରାଶିର ବ୍ୟକ୍ତି କଳାତ୍ମକ ବିଚାର ସମ୍ପନ୍ନ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *