ସାତ ଜନ୍ମ ର ପାପ କୁ ଦୂର କରିବାକୁ ଏକ ସହଜ ଉପାୟ

ଆଜି ଆମେ ଜାଣିବା ସାତ ଜନ୍ମର ପାପରୁ ମୁକ୍ତି ପାଇବା ପାଇଁ କିଛି ଛୋଟ ଉପାୟ।ଯଦି ଆପଣ ଆପଣମାନଙ୍କ ଜୀବନରେ କିଛି ପାପ କରିଛନ୍ତି ବୋଲି ଭାବୁଛନ୍ତି ଏହି ସରଳ ଉପାୟ ଟି କରନ୍ତୁ ଯାହା ଦ୍ବାରା ଆପଣଙ୍କ ସାତ ଜନ୍ମର ପାପ ଧୋଇ ହୋଇଯିବ।

ଯେଉଁ ସନ୍ତାନ ଦେବତା ପରି ପିତା ମାତାଙ୍କୁ ପ୍ରତ୍ୟକ୍ଷ ଭାବେ ପୂଜା କରେ ବା ଅନ୍ତର ମଧ୍ୟରେ ଭକ୍ତି ରଖିଥାଏ ତାର କୌଣସି କାର୍ଯ୍ୟରେ ବିପତ୍ତି ଆସି ନ ଥାଏ।ଏବଂ ଯଦି ବିପତ୍ତି ଆସେ ମଧ୍ୟ ତାହା ଆପଣ ଛାୟେଁ ଦୂରେଇ ଯାଇଥାଏ।

ପିତା ମାତାଙ୍କର ଗାଳିକୁ ଯିଏ ଗାଳି ବୋଲି ଭାବେ ତାଙ୍କ ପାଇଁ ତାହା ଅଭିଶାପରେ ପରିଣତ ହୋଇଯାଏ।ଏବଂ ପିତାମାତାଙ୍କ ଗାଳିକୁ ଯିଏ ଆର୍ଶୀବାଦ ମନେ କରେ ସେ ଜସ୍ଵଶି ହୋଇଥାଏ।

ଯେଉଁ ସନ୍ତାନ ପିତା ମାତାଙ୍କ ଅନ୍ତରକୁ ଚିହ୍ନିପାରିଛି ତା ପାଇଁ ଭଗବାନଙ୍କୁ ଚିହ୍ନିବା କଷ୍ଟ ହୁଏ ନାହିଁ।ସେ ଖୁବ୍ ନିକଟରେ ବ୍ରହ୍ମ ଦର୍ଶନ ପାଇଥାଏ।

ଯେଉଁ ସନ୍ତାନ ନିଜ ପିତା ମାତାଙ୍କ ନାମ ଶିବାଳୟରେ ସ୍ମରଣ କରିଥାଏ ତାର ଦେହନ୍ତେ ସେ ଶିବ ଲୋକରେ ସ୍ଥାନ ପାଇଥାଏ।ଶାସ୍ତ୍ରରେ ଏକଥା ମଧ୍ୟ କୁହାଯାଇଛି କି ପିତା ମାତାଙ୍କ ନାମ ସକାଳେ ଏବଂ ସନ୍ଧ୍ୟା ଏକାନ୍ତ ଭକ୍ତି ଓ ଶ୍ରଦ୍ଧାର ସ୍ମରଣ କଲେ ସାତ ଜନ୍ମର ପାପରୁ ମୁକ୍ତି ମିଲିଯାଇଥାୟେ।

ତେଣୁ ଆପଣ ମାନେ ଜାଣିଲେ ପିତା ମାତାଙ୍କ ଭକ୍ତି କରିବା କେତେ ଯେ ପୁଣ୍ୟ କାମ ଅଟେ।ତେଣୁ ଆମକୁ ପିତା ମାତାଙ୍କୁ ହତାଦାର୍ କରିବା ଅନାବଶ୍ୟକ ଅଟେ।ଆଉ ଭକ୍ତି କରିବା ଦ୍ବାରା ଆମକୁ ସାତ ଜନ୍ମର ପୁଣ୍ୟ ମିଳିଥାଏ।

Leave a Reply

Your email address will not be published. Required fields are marked *