ଏତଲା ରୁ ମହିଳା ଙ୍କ ଫୋନ ନମ୍ବର ନେଇ କନେଷ୍ଟବଳ ରାତିରେ କରୁଥିଲେ ଏଇ କାମ I

କୁହାଯାଏ ଯେତେବେଳେ ରକ୍ଷକ ବକ୍ଷକ ସାଜନ୍ତି କାହାକୁ କହିବା I ଲୋକମାନଙ୍କ ସୁରକ୍ଷା ପାଇଁ ପୋଲିସ ମାନେ ରହିଥାନ୍ତି କିନ୍ତୁ ଯଦି ପୋଲିସ ମାନେ ଲୋକଙ୍କୁ ସମସ୍ୟାର ସମାଧାନ ପରିବର୍ତେ ଅସୁବିଧାରେ ପକାଇଥାନ୍ତି ଏବଂ ନାନା ହଇରାଣ କରିଥାନ୍ତି ସେତେବେଳେ କାହାକୁ କହିବା I ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ରାଜ୍ୟର ଅଲମବାଗ ଥାନାରେ I ଏହି ଥାନାର ଜଣେ କନଷ୍ଟେବଳଙ୍କ ଗୁମର ର ପରଦା ଖୋଲୁଛି I ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ଆସିଛି ଯେ ଥାନାକୁ ଯେଉଁ ବି ମହିଳା ମାନେ ଅଭିଯୋଗ କରିବାକୁ ଆସନ୍ତି ସେମାନଙ୍କ ଫୋନ ନମ୍ବର ଏତଲା ରୁ ସଂଗ୍ରହ କରି ରାତିରେ ତାଙ୍କୁ କଲ କରନ୍ତି ଏବଂ ନାନା ଅଶ୍ଳୀଳ କଥା କୁହନ୍ତି ଏବଂ ତାଙ୍କ ସହିତ ପ୍ରେମ କରିବାକୁ ବାଧ୍ୟ କରନ୍ତି I

କିନ୍ତୁ କନେଷ୍ଟବଳ ଜଣଙ୍କ ଏହା  ମିଛ ବୋଲି ସଫେଇ ଦେବା ସହିତ ତାଙ୍କ ବିରୁଦ୍ଧରେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି କିନ୍ତୁ ଅପରପକ୍ଷରେ ଯୁବତୀ ଜଣଙ୍କ ତାଙ୍କ ସ୍ୱର କୁ ରେକର୍ଡିଙ୍ଗ କରି ଏସପି ଙ୍କୁ ଅଭିଯୋଗ କରିଛନ୍ତି I ଅଭିଯୋଗ ଆସିବା ପରେ ନିଜେ ଏସପି ଘଟଣାର ତଦନ୍ତ କରୁଛନ୍ତି I

Leave a Reply

Your email address will not be published. Required fields are marked *