ଜଗନ୍ନାଥ ଦାସ ଙ୍କ ଭବିଷ୍ୟ ବାଣୀ :ଜାଣନ୍ତୁ କଳିଯୁଗର ଲୋକମାନେ କଣ କଣ ସବୁ କରିବେ

ଚାରି ଯୁଗ ମଧ୍ୟରୁ ସବୁଠୁ ବେଶୀ ପ୍ରଭାବ ରହିବ କଳିଯୁଗର I ଏକଥା ସ୍ୱୟଂ ଦେବତା ମାନେ କହିଛନ୍ତି ବିଭିର୍ଣ୍ଣ ପୁରାଣରେ I ଅନ୍ୟ ତିନୋଟି ଯୁଗ ଯଥା ସତ୍ୟ ତ୍ରେତୟା ଏବଂ ଦ୍ୱାପର ଯୁଗ ପରି କଳିଯୁଗର ମଧ୍ୟ ବିନାଶ ଘଟିବ I ସ୍ୱୟଂ କଳ୍କୀ ନିଜ ରୂପ ନେଇ ଏଏଇ ସୃଷ୍ଟିକୁ ଆସି ପାପିକୁ ସଂହାର କରିବେ I ତେବେ ଏକଥା ବିଭିର୍ଣ୍ଣ ମହାପୁରୁଷ ମାନେ କହିଛନ୍ତି I ଜଗନ୍ନାଥ ଦାସ ଏନେଇ କହିଛନ୍ତି ଯେ ଗୋ ମାତା କୁ କଂସେଇ ହାତରେ ଟେକିଦେବେ ମରଣମୁଁହକୁ I

ମଣିଷ ସହିତ ପଶୁ ମାନଙ୍କର ଶାରୀରିକ ସମ୍ପର୍କ ହେବ I ଘରର ଚାକରାଣୀ ମାନେ ସାଆନ୍ତାଣୀ ହେବେ I କନ୍ୟା ମାନେ ବାପା ମା ଙ୍କ କଥାରେ ରାଜି ନହେଇ ନିଜ ଇଛାରେ ପ୍ରେମ କରି ବିବାହହେବେ I ଗୁଣି ଗାରେଡି ତନ୍ତ୍ର ଶିକ୍ଷାର ସାହାରା ନେଇ ଲୋକମାନେ ଅନ୍ୟକୁ ହଇରାଣ କରିବାକୁ ଚେଷ୍ଟା କରିବେ I ଜାତିବର୍ଣ୍ଣ ଲୋପ ପାଇବା ସହିତ ବ୍ରାହ୍ମଣ ଏବଂ ପଣ୍ଡିତ ମାନଙ୍କୁ କେହି ମାନିବେ ନାହିଁ I ବର୍ଷା ଖରା ଶୀତ ଠିକ ସମୟରେ ହେବ ନାହିଁ ,ଆକାଶରେ ମେଘ ଗର୍ଜନ କରି ରହୁଥିବ କିନ୍ତୁ ବର୍ଷା ହେବ ନାହିଁ

I ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ ସହିତ ଚୋରା ପୀରତି ରେ ପୁରୁଷ ମାନେ ମନ ବଳାଇବେ Iଭାଇ ଭଉଣୀ ସମ୍ପର୍କ ରେ କଳଙ୍କ ଲାଗିବ ,ଚୋରା ପୀରତିରେ ମର୍ଜି ରହିବେ I ବାପା ମା ଙ୍କୁ ପୁଅ ହତାଦର କରି ବାହାରେ ଛାଡିବI ଯଂଜ୍ଞ ତପ ଭକ୍ତି ସବୁ ଅନ୍ଧବିଶ୍ୱାସ କହି କେହି ବି ଏହାକୁ ବିଶ୍ୱାସ କରିବେ ନାହିଁ I ଚାରିଆଡେ ଘୋର ପାପ ବଢ଼ିଯିବ I ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ପାଣି ମାଡିଆସିବ I 22 ପାହାଚେ ଖେଳିବ ମିନ Iପର୍ବତ ଶିଖରରେ କଇଁ ଫୁଲ ଫୁଟିବ I

ତେବେ ଯାଇଁ ସୃଷ୍ଟିର ଅନ୍ତ ଘଟିବ I ଏହା ତ କେବଳ ମହାପୁରୁଷ ବା ସାଧୁ ସନ୍ଥ ମାନଙ୍କର ଆମମାନଙ୍କ ପାଇଁ ଚେତାବନୀ ଥିଲା I କିନ୍ତୁ ସତକୁ ସତ ମଣିଷ ସମାଜ ସେହି ସାଧୁ ସନ୍ଥ ମାନଙ୍କ ଚେତାବନୀ କୁ ଭୃକ୍ଷେପ ନକରି ନିଜ ସ୍ୱାର୍ଥ ରେ ଲିପ୍ତ ରହି କିଛି ବି କରିବାକୁ ପଛାଉନାହିଁ I ତେବେ ସତରେ କଣ କଳିଯୁଗର ପତ୍ତନ ଆରମ୍ଭ ହେଇଯିବ I

Leave a Reply

Your email address will not be published. Required fields are marked *